Advertisment

ଆମେରିକାକୁ ପଢ଼ିବାକୁ ଯାଇଥିଲେ ତେଲେଙ୍ଗାନା ଯୁବତୀ, ଖାଇବାକୁ ନ ପାଇ ରାସ୍ତାରେ ଛଟପଟ

ଉଚ୍ଚଶିକ୍ଷା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଯାଇଥିବା ଜଣେ ଯୁବତୀ ଏବେ ଭୋକରେ ଆଉଟପାଉଟ ହେଉଛନ୍ତି। ସବୁ ଜିନିଷ ଚୋରି ହୋଇଯିବା ପରେ ମାନସିକ ଅବସାଦରେ ଥିବା ଯୁବତୀ ଆମେରିକା ରାସ୍ତାରେ ଏତେତେଣେ ବୁଲୁଛନ୍ତି।

Young Girl

Young Girl

Advertisment

ଉଚ୍ଚଶିକ୍ଷା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଯାଇଥିବା ଜଣେ ଯୁବତୀ ଏବେ ଭୋକରେ ଆଉଟପାଉଟ ହେଉଛନ୍ତି। ସବୁ ଜିନିଷ ଚୋରି ହୋଇଯିବା ପରେ ମାନସିକ ଅବସାଦରେ ଥିବା ଯୁବତୀ ଆମେରିକା ରାସ୍ତାରେ ଏତେତେଣେ ବୁଲୁଛନ୍ତି। ପରିବାର ଲୋକେ ୨ ମାସ ଧରି ଯୋଗାଯୋଗ କରି ପାରି ନ ଥିବା ବେଳେ ଏବେ ଝିଅର ଏପରି ଅବସ୍ଥା ଜାଣି ସେମାନଙ୍କ ପାଦ ତଳୁ ମାଟି ଖସି ଯାଇଛି। ଝିଅକୁ ତୁରନ୍ତ ସ୍ୱଦେଶକୁ ଫେରାଇ ଆଣିବାକୁ ତାଙ୍କ ମା’ ବୈଦେଶିକ ମନ୍ତ୍ରୀଙ୍କୁ ଗୁହାରୀ ଜଣାଇଛନ୍ତି।

Advertisment

ସୂଚନା ବିଜ୍ଞାନରେ ଡିଗ୍ରୀ ହାସଲ ନିମନ୍ତେ ତେଲେଙ୍ଗାନାର ସୈଦା ଲୁଲୁ ମିହ୍ନାଜ ନାମ୍ନୀ ଯୁବତୀ ଆମେରିକାର ଚିକାଗୋ ସହରକୁ ଯାଇଥିଲେ। ସେଠାରୁ ସେ ନିୟମିତ ଭାବେ ପରିବାର ସହ ଯୋଗାଯୋଗ ରଖୁଥିଲେ। ମାତ୍ର ଗତ ୨ ମାସ ହେଲା ପରିବାର ଲୋକେ ଝିଅର ଖୋଜଖବର କିଛି ପାଇ ପାରୁ ନ ଥିଲେ।

ଏଥିରେ ବ୍ୟତିବ୍ୟସ୍ତ ହୋଇ ଯୁବତୀଙ୍କ ପରିବାର ଲୋକେ ସେଠାରେ ରହୁଥିବା ହାଇଦ୍ରାବାଦର ୨ ଯୁବକଙ୍କ ସହ ଯୋଗାଯୋଗ କଲେ। ସେମାନେ ଯୁବତୀଙ୍କ ନିକଟକୁ ଯାଇ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ। ଯୁବତୀଙ୍କ ସବୁ ଟଙ୍କା ଓ ଜିନିଷ ଚୋରି ହୋଇଯାଇଥିବାରୁ ତାଙ୍କ ନିକଟରେ ଖାଇବାକୁ ବି ଟଙ୍କା ନାହିଁ। ଏଥିନିମନ୍ତେ ସେ ମାନସିକ ଅବସାଦକୁ ଚାଲି ଯାଇଥିବା ବେଳେ ତାଙ୍କ ଶରୀର କ୍ଷୀଣ ହୋଇଯାଇଛି।

Advertisment

ଝିଅର ଏପରି ଅବସ୍ଥାର ଫଟୋ ଦେଖିବା ପରେ ତାଙ୍କ ମା’ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଝିଅକୁ ତୁରନ୍ତ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ସେ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କରଙ୍କୁ ଅନୁରୋଧ କରି ପତ୍ର ଲେଖିଛନ୍ତି। 

ସୈଦା ଲୁଲୁ ମିହ୍ନାଜଙ୍କ ଏକ ଭିଡିଓ ଭାଇରାଲ ହେବା ପରେ ସେଠାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଉଛି। ଖୁବ୍‌ ଶୀଘ୍ର ତାଙ୍କୁ ଭାରତ ପଠାଇବା ବ୍ୟବସ୍ଥା କରାଯିବ ବୋଲି ଭାରତୀୟ ଦୂତାବାସ ପକ୍ଷରୁ ଆଶ୍ୱସନା ଦିଆଯାଇଛି।

America
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe