Advertisment

ଫେଲ୍ ହୋଇଗଲା GPS, ସାଉଦି ଆରବ ମରୁଭୂମିରେ ଭାରତୀୟ ଯୁବକଙ୍କ ମୃତ୍ୟୁ

ସାଉଦି ଆରବର ରବ୍ ଅଲ ଖଲି ମରୁଭୂମିକୁ ପୃଥିବୀର ବିପଦପୂର୍ଣ୍ଣ ସ୍ଥାନ ମଧ୍ୟରୁ ଅନ୍ୟତମ ଭାବେ ବିବେଚନା କରାଯାଏ।

author-image
Debibandita Barick
Mohammad Shehzad Khan

Mohammad Shehzad Khan

ସାଉଦି ଆରବର ଏକ ମରୁଭୂମିରେ ଜଣେ ଭାରତୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ପ୍ରବଳ ଉତ୍ତାପ ମରୁଭୂମିରେ ଖାଦ୍ୟ-ପାଣି ବିନା ଚାଲିଯାଇଛି ତାଙ୍କ ଜୀବନ। ମୋବାଇଲର GPS (ଗ୍ଲୋବାଲ୍ ପୋଜିସନିଂ ସିଷ୍ଟମ୍) ଫେଲ୍ ହୋଇଯିବାରୁ ବାଟ ହୁଡି ମରୁଭୂମିକୁ ଚାଲିଯିବାରୁ ଘଟିଛି ଏପରି ଏକ ଅଘଟଣ।

Advertisment

ସୂଚନା ଅନୁସାରେ, ମୃତକ ଜଣକ ହେଉଛନ୍ତି ତେଲାଙ୍ଗାନାର 27 ବର୍ଷୀୟ ଯୁବକ ମହମ୍ମଦ ଶେହଜାଦ ଖାନ। ସେ ଗତ ତିନି ବର୍ଷ ହେବ ସାଉଦି ଆରବର ଏକ ଟେଲିକମ୍ୟୁନିକେସନ କମ୍ପାନୀରେ କାମ କରୁଥିଲେ। 

ନିକଟରେ ସୁଦାନର ଜଣେ ସହକର୍ମଚାରୀଙ୍କ ସହ ଏକ ସ୍ଥାନକୁ ଯାଉଥିଲେ। ଏହି ସୟମରେ ସେମାନଙ୍କ ମୋବାଇଲର GPS ସିଗନାଲ୍ କାମ ନ କରିବାରୁ ବାଟ ହୁଡି ରବ୍ ଅଲ ଖଲି ମରୁଭୂମିକୁ ଚାଲି ଯାଇଥିଲେ। ଏହି ମରୁଭୂମିକୁ ପୃଥିବୀର ବିପଦପୂର୍ଣ୍ଣ ସ୍ଥାନ ମଧ୍ୟରୁ ଅନ୍ୟତମ ଭାବେ ବିବେଚନା କରାଯାଏ। ଏହା 650 କିଲୋମିଟରରୁ ଅଧିକ ଅଞ୍ଚଳକୁ ବ୍ୟାପିଛି।

Advertisment

ସେହି ମରୁଭୂମିକୁ ଚାଲିଯିବା ପରେ ଉଭୟ ଫେରିବାର ବାଟ ପାଇନଥିଲେ। ଠିକ୍ ଏହି ସମୟରେ ମଧ୍ୟ ଶେହଜାଦ ଖାନଙ୍କ ଫୋନ୍ ଚାର୍ଜ ସରିଯିବାରୁ ସୁଇଚ୍ ଅଫ୍ ହୋଇ ଯାଇଥିଲା। ଫଳରେ ସେମାନେ ଅନ୍ୟ କାହା ସହ ଯୋଗାଯୋଗ କରିପାରିନଥିଲେ କି ସାହାଯ୍ୟ ମାଗି ପାରିନଥିଲେ।ଶେଷରେ ମରୁଭୂମିରେ ପଡ଼ି ପଡ଼ି ସେମାନଙ୍କ ଜୀବନ ଚାଲିଯାଇଛି।

ଘଟଣାର କିଛି ଦିନ ପରେ ଉଭୟଙ୍କ ମୃତଦେହ ଠାବ କରାଯାଇଛି। ପ୍ରବଳ ଡିହାଇଡ୍ରେସନ ଏବଂ ଥକ୍କା କାରଣରୁ ଉଭୟଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। 

Saudi Arab Desert GPS Signal Fail Telangana Man