Advertisment

ଟେଲିଗ୍ରାମ ସିଇଓଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ, ଫ୍ରାନ୍ସ ଛାଡ଼ିବାକୁ ମନା

ଫ୍ରାନ୍ସର ଏକ କୋର୍ଟ ତାଙ୍କୁ ଜାମିନ ବାବଦକୁ ୫ ମିଲିୟନ ୟୁରୋ ତଥା ୪୮ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

author-image
Madhupriya Mistry
Pavel Durov

Pavel Durov

ବଢ଼ିଲା ଟେଲିଗ୍ରାସ ସିଇଓ ପାଭେଲ ଡୁରୋଭଙ୍କ ସମସ୍ୟା ତାଙ୍କ ବିରୋଧ ଆସିଛି ସଙ୍ଗୀନ ଅଭିଯୋଗ। ଟଙ୍କା ହେର୍‌ଫେର୍‌, ତସ୍କରୀ ଓ ଦୁର୍ନୀତି, ଡାଟା ଲିକ୍‌ ଭଳି ଅନେକ ଗୁରୁତର ଅଭିଯୋଗ ତାଙ୍କ ବିରୋଧରେ ହୋଇଛି। ଏସବୁ ମାମଲାର ଯାଞ୍ଚ କରାଯିବ। ତଦନ୍ତ ପୂରା ନହେବା ଯାଏ ସେ ଫ୍ରାନ୍ସ ଛାଡି ପାରିବେ ନାହିଁ।

Advertisment

ନିକଟରେ ଫ୍ରାନ୍ସ ବିମାନ ବନ୍ଦରରୁ ମେସେଜିଂ ଆପ୍‌ ଟେଲିଗ୍ରାମର ସିଇଓ ପାଭେଲ ଡୁରୋଭ ଗିରଫ କରିଥିଲେ। ଗତକାଲି ତାଙ୍କୁ ଜାମିନ ମିଳିଛି। ଫ୍ରାନ୍ସର କୋର୍ଟ ତାଙ୍କୁ ଜାମିନ ବାବଦକୁ ୫ ମିଲିୟନ ୟୁରୋ ତଥା ୪୮ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଫ୍ରାନ୍ସ କର୍ତ୍ତୃପକ୍ଷ ବର୍ତ୍ତମାନ ପାଭେଲ ଡୁରୋଭଙ୍କୁ ଦେଶ ଛାଡିବାକୁ ମନା କରିଛନ୍ତି। ତାଙ୍କୁ ପ୍ରତି ସପ୍ତାହରେ ଦୁଇଥର ପୁଲିସ ଷ୍ଟେସନରେ ହାଜର ହେବାକୁ କୁହାଯାଇଛି।

ପାଭେଲ ଡୁରୋଭ ରୁଷିଆରେ ଜନ୍ମ ହୋଇଥିଲେ ମଧ୍ୟ ରୁଷିଆ ବ୍ୟତୀତ ତାଙ୍କର ଅନେକ ଦେଶର ନାଗରିକତ୍ୱ ରହିଛି। ଡୁରୋଭ ଗତ କିଛି ବର୍ଷ ଧରି ଫ୍ରାନ୍ସରେ ରହି ଆସୁଥିଲେ। ତାଙ୍କର ଫ୍ରାନ୍ସର ନାଗରିକତା ମଧ୍ୟ ଅଛି। ରୁଷିଆ ଏବଂ ଫ୍ରାନ୍ସ ବ୍ୟତୀତ ଟେଲିଗ୍ରାମ ସିଇଓଙ୍କର ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ସେଣ୍ଟ କିଟ୍ସ ଏବଂ ନେଭିସର ନାଗରିକତା ମଧ୍ୟ ରହିଛି।

Advertisment

ତାଙ୍କ ଗିରଫଦାରୀ ଯୋଗୁ ଫ୍ରାନ୍ସ ଓ ରୁଷର ସମ୍ପର୍କ ଉପରେ ପ୍ରଭାବ ପଡିଛି। ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବର୍ତ୍ତମାନ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। କ୍ରେମଲିନ୍ ମୁଖପାତ୍ର କହିଛନ୍ତି ଯେ ରୁଷ ଡୁରୋଭଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ, କିନ୍ତୁ ତାଙ୍କ ଫ୍ରାନ୍ସର ନାଗରିକତ୍ୱ ଯୋଗୁଁ ପରିସ୍ଥିତି ଜଟିଳ ହୋଇପଡିଛି। ସେପଟେ ଡୁରୋଭଙ୍କ ଗିରଫଦାରୀ ଉପରେ ପ୍ରତିକ୍ରିୟା ରଖି ସଂଯୁକ୍ତ ଆରବ ଏମିରେଟ୍ସ ଫ୍ରାନ୍ସକୁ ତାଙ୍କୁ ସମସ୍ତ ଆଇନଗତ ବିକଳ୍ପ ଯୋଗାଇବାକୁ କହିଛି।

ସୂଚନାଯୋଗ୍ୟ, ମେସେଜିଂ ଆପ୍‌ ଟେଲିଗ୍ରାମରେ ଆପରାଧିକ କାର୍ଯ୍ୟକଳାପକୁ ପ୍ରସୟ ଦେବା ଅଭିଯୋଗରେ ଏହାର ସିଇଓ ପାଭେଲ ଡ୍ୟୁରେଭଙ୍କୁ ରବିବାର ପ୍ୟାରିସର ଲେ ବୋର୍ଗେଟ ଏୟାରପୋର୍ଟରୁ ଫ୍ରାନ୍ସ ପୁଲିସ ଗିରଫ କରିଥିଲା।

France Telegram CEO Arrested Pavel Durov