Advertisment

ବରଫ ଝରଣାରେ ଫସି ଭାରତୀୟ ଡାକ୍ତରୀ ଛାତ୍ର ମୃତ

ମୃତ ଛାତ୍ର ଜଣକ ହେଲେ ୨୦ ବର୍ଷୀୟ ଡି. ଚନ୍ଦ୍ରୁ। ସେ ଜଣେ ଏମ୍‌ବିବିଏସ୍‌ ଛାତ୍ର ଥିଲେ। ରବିବାର ନିଜ ସାଙ୍ଗମାନଙ୍କ ସହ ମିଶି ସେ କିର୍ଗିଜସ୍ଥାନର ଏକ ଓ୍ୱାଟର୍‌ଫଲ୍‌ ତଥା ଝରଣା ଦେଖିବାକୁ ଯାଇଥିଲେ।

author-image
Madhupriya Mistry
medical-student-die

medical-student-die

ପୁଣି ବିଦେଶରେ ପ୍ରାଣ ହରାଇଲେ ଭାରତୀୟ ଛାତ୍ର। କିର୍ଗିଜସ୍ଥାନରେ ଏକ ବରଫ ଝରଣାରେ ଫସି ଜେଣେ ଭାରତୀୟ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣକ ଆନ୍ଧ୍ରପ୍ରଦେଶର ବୋଲି ଜଣାପଡିଛି।

Advertisment

ସୂଚନା ମୁତାବକ, ମୃତ ଛାତ୍ର ଜଣକ ହେଲେ ୨୦ ବର୍ଷୀୟ ଡି. ଚନ୍ଦ୍ରୁ। ସେ ଜଣେ ମେଡିକାଲ ଛାତ୍ର ଥିଲେ। ସେ ରବିବାର ନିଜ ସାଙ୍ଗମାନଙ୍କ ସହ କିର୍ଗିଜସ୍ଥାନର ଏକ ଓ୍ୱାଟର୍‌ଫଲ୍‌ ତଥା ଝରଣା ଦେଖିବାକୁ ଯାଇଥିଲେ। କିନ୍ତୁ ସେଠାରେ ହଠାତ୍‌ ଚନ୍ଦ୍ରୁ ବରଫ ଝରଣା ଭିତରେ ଫଶି ଯାଇଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଛି।

ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି। ଚନ୍ଦ୍ରୁଙ୍କ ପରିବାର ଲୋକେ କେନ୍ଦ୍ର ମନ୍ତ୍ରୀ ଜି କିଶନ ରେଡ୍ଡୀଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ ସେ କିର୍ଗିଜସ୍ଥାନ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଛନ୍ତି। ଚନ୍ଦ୍ରୁଙ୍କ ମୃତଦେହକୁ ଭାରତ ଫେରାଇ ଆଣିବାକୁ ବ୍ୟବସ୍ଥା କରାଯାଇଛି। 

Advertisment
Andhra Pradesh MBBS Student Dead Kargyzstan