ମାଲେସିଆରେ ହେଲିକପ୍ଟର ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଲୁମୁଟ ନାଭାଲ ବେସ୍ ଅଞ୍ଚଳରେ ଦୁଇ ହେଲିକପ୍ଟର ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି।
At least 10 people k1lled when two military helicopters collided midair in Lumut, #Malaysia. pic.twitter.com/gR45qrwjVZ
— Arthur Morgan (@ArthurM40330824) April 23, 2024
ସୂଚନା ଅନୁସାରେ, ନୌସେନା ପରେଡ୍ ପାଇଁ ଅଭ୍ୟାସ କରୁଥିଲେ। ଏହି ସମୟରେ ଲୁମୁଟ ନାଭାଲ ବେସର ମଝି ଆକାଶରେ ଦୁଇଟି ହେଲିକପ୍ଟର ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ଏଥିରେ ଥିବା ସମସ୍ତ ୧୦ ଜଣଙ୍କର ମୃତ୍ୟୁ ଘଟିଛି।