Advertisment

ପାକିସ୍ତାନ ସେନା ପୋଷ୍ଟ ଉପରେ ଆତଙ୍କୀ ହମଲା: ୩ ସୁରକ୍ଷାକର୍ମୀ ମୃତ

ଆଫଗାନିସ୍ତାନ ସୀମାରୁ ଆତଙ୍କବାଦୀମାନେ ଖାୟବର ପାଖତୁନଖ୍ୱାରେ ଥିବା ପୋଷ୍ଟ ଉପରେ ଆକ୍ରମଣ କରିଛନ୍ତି।

author-image
Hemant Lenka
Terror Attack

Terror Attack

ପାକିସ୍ତାନ ସେନାର ପୋଷ୍ଟ ଉପରେ ହୋଇଛି ଆତଙ୍କବାଦୀ ହମଲା। ଏଥିରେ ୩ ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଥିବା ବେଳେ ଆଉ କିଛି ଯବାନ ଗୁରୁତର ଆହତ ହୋଇଛନ୍ତି। ଆଫଗାନିସ୍ତାନ ସୀମାରୁ ଆତଙ୍କବାଦୀମାନେ ଖାୟବର ପାଖତୁନଖ୍ୱାରେ ଥିବା ପୋଷ୍ଟ ଉପରେ ଏପରି ଆକ୍ରମଣ କରିଛନ୍ତି। 

Advertisment

ଆତଙ୍କବାଦୀମାନେ ସୋମବାର ଭୋର ସମୟରେ ବାଜଉର ଜିଲ୍ଲାର ୱାର ମାମୁଣ୍ଡ ଅଞ୍ଚଳରେ ଥିବା ପାକିସ୍ତାନୀ ସୀମା ସୁରକ୍ଷାବଳର ପୋଷ୍ଟ ଉପରେ ହମଲାର କରିଥିଲେ। ଏହି ଅଞ୍ଚଳଟି ପାକିସ୍ତାନ ଓ ଆଫଗାନ ସୀମାରେ ରହିଛି। ଆତଙ୍କବାଦୀଙ୍କ ହମଲା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ୨ ପକ୍ଷ ମଧ୍ୟରେ ଆରମ୍ଭ ହୋଇଥିବା ଗୁଳି ବିନିମୟ ବେଳେ ପାକିସ୍ତାନ ସେନାର ୩ ଜଣ ଯବାନ ପ୍ରାଣ ହରାଇଛନ୍ତି।

ଏହା ପୂର୍ବରୁ ରବିବାର ସମାନ ପ୍ରଦେଶରେ ୨ଟି ପୃଥକ ପୃଥକ ଆତଙ୍କବାଦୀ ହମଲା ଘଟଣାରେ ୫ ଜଣ ସୁରକ୍ଷାକର୍ମୀଙ୍କ ଜୀବନ ଯାଇଥିଲା। ରବିବାର ଆତଙ୍କବାଦୀମାନେ ଖାବର ପାଖତୁନଖ୍ୱାର ଲକ୍କି ମାରୱାତ ଜିଲ୍ଲାରେ ଥିବା ବାରଗାଇ ପୁଲିସ୍‌ ଷ୍ଟେସନରେ ଆକ୍ରମଣ କରିଥିଲେ। ଏଥିଯୋଗୁ ଘଟଣା ସ୍ଥଳରେ ୨ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଆକ୍ରମଣରେ ଆହତ ହୋଇଥିବା ଏସଏଚ୍‌ଓ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ।

Advertisment

ରବିବାର ପୁଣିଥରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଗୋଟିଏ ଗାଡ଼ିକୁ ମାଡ୍ଡି ଅଞ୍ଚଳରେ ଟାର୍ଗେଟ କରିଥିଲେ। ଏଥିରେ ୨ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଥିଲେ।

Pakistan Terror Attack