Advertisment

ପାକିସ୍ତାନର ସେନା କ୍ୟାମ୍ପରେ ଆତଙ୍କୀ ହମଲା; ୭ ମୃତ

ଆଫଗାନିସ୍ତାନ ସୀମାନ୍ତବର୍ତ୍ତୀ ଅଞ୍ଚଳ ଉତ୍ତର ୱଜିରିସ୍ତାନରେ ଥିବା ସେନା କ୍ୟାମ୍ପ ଉପରେ ଏହି ଆକ୍ରମଣ ହୋଇଛି।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ପାକିସ୍ତାନ ସେନା କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୫ ଜଣ ସୈନ୍ୟ ଥିବାବେଳେ ଦୁଇ ଜଣ ସେନା ଅଧିକାରୀ ଅଛନ୍ତି। ଆଫଗାନିସ୍ତାନ ସୀମାନ୍ତବର୍ତ୍ତୀ ଅଞ୍ଚଳ ଉତ୍ତର ୱଜିରିସ୍ତାନରେ ଥିବା ସେନା କ୍ୟାମ୍ପ ଉପରେ ଏହି ଆକ୍ରମଣ ହୋଇଛି।

Advertisment

ଖବର ଅନୁସାରେ, ଗତକାଲି କ୍ୟାମ୍ପ ଭିତରେ ପଶି ୬ ଜଣ ଆତଙ୍କବାଦୀ ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ପାକ୍‌ ସେନାର ପାଲଟା ଆକ୍ରମଣରେ ମଧ୍ୟ ୬ ଜଣ ଆତଙ୍କବାଦୀ ମୃତ ହୋଇଛନ୍ତି। ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ISPR) ଏନେଇ ସୂଚନା ଦେଇଛି।

ISPR କହିଛି ଯେ, ମାର୍ଚ୍ଚ ୧୬ ସକାଳେ ଉତ୍ତର ୱଜିରିସ୍ତାନ ଜିଲ୍ଲାର ମିର ଅଲିରେ ସୁରକ୍ଷା ବାହିନୀ ପୋଷ୍ଟ ଉପରେ ୬ ଜଣ ଆତଙ୍କବାଦୀ ଆକ୍ରମଣ କରିଥିଲେ। ପ୍ରାରମ୍ଭରେ ସୈନିକମାନେ ଅନୁପ୍ରବେଶ ଉଦ୍ୟମକୁ ଭଣ୍ଡୁର କରିଥିଲେ। ଏହା ପରେ ଆତଙ୍କବାଦୀମାନେ ବିସ୍ଫୋରକ ଭର୍ତ୍ତି ଗାଡିରେ ସେନା କ୍ୟାମ୍ପକୁ ଧକ୍କା ଦେଇଥିଲେ।

Advertisment

ପରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିଲା। ଏହି କାରଣରୁ କୋଠାର ଏକ ଅଂଶ ଭୁଶୁଡି ପଡିବାରୁ ୫ ଜଣ ସୈନ୍ୟଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ଜଣ ଆତଙ୍କବାଦୀଙ୍କ ସହ ଲଢିବା ବେଳେ ଗୁଳିମାଡରେ ପ୍ରାଣ ହରାଇଛନ୍ତି। ସୈନ୍ୟଙ୍କ ପାଲଟା ଜବାବରେ ୬ ଜଣ ଆତଙ୍କବାଦୀଙ୍କର ମଧ୍ୟ ମୃତ୍ୟୁ ଘଟିଛି। 

ଆକ୍ରମଣ ପଛରେ କାହାର ହାତ ଅଛି, ସେନେଇ ISPR ସ୍ପଷ୍ଟ କରିନଥିଲେ ମଧ୍ୟ ଏକ ନୂଆ ଆତଙ୍କୀ ସଂଗଠନ ଜୈଶ-ଇ-ଫୁରସାନ-ଇ-ମହମ୍ମଦ ଏଥିପାଇଁ ନିଜକୁ ଦାୟୀ କରିଛି।

Terror Attack Pak Army Post Pakistan Terror Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe