ପାକିସ୍ତାନର ପୁଲିସ୍‌ ମୁଖ୍ୟାଳୟ ଉପରେ ଆତଙ୍କୀ ହାମଲା, ୯ ମୃତ, ୧୮ ଗୁରୁତର

ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ପରେ କରାଚିର ଶରାହ-ଏ-ଫେସଲ ଅଞ୍ଚଳରେ ଏହି ଆକ୍ରମଣ ହୋଇଥିଲ । ଆତଙ୍କବାଦୀମାନେ କରାଚି ପୁଲିସ୍‌ ମୁଖ୍ୟାଳୟ ଉପରକୁ ହଠାତ୍ ବୋମା ଫୋପାଡ଼ିବା ସହ ଅତର୍କିତ ଗୁଳି ବର୍ଷା କରିଥିଲେ ।

ଘଟଣଶସ୍ଥଳରେ ପାକିସ୍ତାନ ପୁଲିସ୍‌ ମୁତୟନ ।

  • Published: Saturday, 18 February 2023
  • , Updated: 18 February 2023, 08:18 AM IST

ପୁଣି ଥରେ ପାକିସ୍ତାନ ଉପରେ ହୋଇଛି ଆତଙ୍କୀ ହାମଲା । ପାକିସ୍ତାନର ଜନବହୁଳ ସହର କରାଚିରେ ଗତକାଲି କିଛି ଅଜଣା ସଶସ୍ତ୍ର ଆତଙ୍କବାଦୀ ପୁଲିସ ମୁଖ୍ୟାଳୟ ଉପରେ ଅତର୍କିତ ଆକ୍ରମଣ କରିଥିଲେ।   ଏହି ଗୁଳି ବିନିମୟରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୫ ଆତଙ୍କବାଦୀ, ଜଣେ ପୁଲିସ୍‌ ଅଧିକାରୀ ଓ ୩ ଜଣ ସାଧାରଣ ନାଗରିକ ଥିବା ସ୍ପଷ୍ଟ ହୋଇଛି।  ଏଥିରେ ପ୍ରାୟ ୧୮ଜଣ ଆହତ ହୋଇଥିବା ନେଇ ସୂଚନା ରହିଛି ।

ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ପରେ କରାଚିର ଶରାହ-ଏ-ଫେସଲ ଅଞ୍ଚଳରେ ଏହି ଆକ୍ରମଣ ହୋଇଥିଲ । ଆତଙ୍କବାଦୀମାନେ କରାଚି ପୁଲିସ୍‌ ମୁଖ୍ୟାଳୟ ଉପରକୁ ହଠାତ୍ ବୋମା ଫୋପାଡ଼ିବା ସହ ଅତର୍କିତ ଗୁଳି ବର୍ଷା କରିଥିଲେ । ହଠାତ୍‌ ଆକ୍ରମଣ ଯୋଗୁ ସେଠାରେ ମୁତୟନ ହୋଇଥିବା କର୍ମଚାରୀ ଦୌଡ଼ାଦୌଡ଼ି କରିଥିବା ବେଳେ ଏହାର ସୁଯୋଗ ନେଇ ଆତଙ୍କୀ ମାନେ ପୁଲିସ୍‌ ମୁଖ୍ୟାଳୟରେ ପ୍ରବେଶ କରିଥିଲେ। ଏହାପରେ ସେମାନେ  ଆଖିବୁଜା ଗୁଳି ଚାଳନା କରିଥିଲେ।

ସ୍ଥିତିକୁ କାବୁକୁ ଆଣିବାକୁ ସେଠାକାର ପୁଲିସ୍ ଓ ଅର୍ଦ୍ଧବଳ ବାହିନୀଙ୍କୁ ନାକେଦମ ହେବାକୁ ପଡ଼ିଛି। ଆତଙ୍କୀଙ୍କ ପାଖରେ ହ୍ୟାଣ୍ଡ ଗ୍ରେନେଡ ଏବଂ ଅଟୋମେଟିକ୍ ଗନ୍ ମଧ୍ୟ ଥିଲା । ଖବର ପାଇ ପାକିସ୍ତାନ ରେଞ୍ଜର୍ସ ଓ ପୋଲିସ ବାହିନୀ ମୁଖ୍ୟାଳୟର ଚାରିପଟକୁ ଘେରି ନେଇଥିଲେ । ତେବେ ରାତି ପ୍ରାୟ ୧୧ଟା ସୁଦ୍ଧା ଏହି ଅପରେସନ୍ ଶେଷ ହୋଇଥିଲା । ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

 ଏହି ଆକ୍ରମଣ ପାଇଁ ପାକିସ୍ତାନରେ ଥିବା ତାଲିବାନୀ ଆତଙ୍କୀ ସଙ୍ଗଠନ ତେହରିକ୍-ଏ-ତାଲିବାନ ପାକିସ୍ତାନ (ଟିଟିପି) ନିଜକୁ ଦାୟୀ କରିଛି । ଗତବର୍ଷ ନଭେମ୍ବର ପରଠାରୁ ପାକିସ୍ତାନରେ ଆତଙ୍କୀ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତମାସରେ ଉତ୍ତର-ପଶ୍ଚିମ ପେଶାୱରରେ ଥିବା ଏକ ମଜସିଦରେ ଏକ ଆତ୍ମଘାତୀ ବିସ୍ଫୋରକ ଘଟିଥିଲା । ଯେଉଁଥିରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଅଧିକାଂଶ ପୁଲିସକର୍ମୀ ଥିଲେ ।

Related story