Advertisment

ମୋଦିଙ୍କ ଆହ୍ୱାନ୍‌: ମାନବତାର ସଫଳତା ଯୁଦ୍ଧ କ୍ଷେତ୍ରରେ ନୁହେଁ, ସାମୂହିକ ଏକତାରେ

ବିଶ୍ୱରେ ଶାନ୍ତି ଏବଂ ବିକାଶ ପାଇଁ ବୈଶ୍ୱିକ ସଂସ୍ଥାରେ ସଂସ୍କାର ଲୋଡ଼ା ବୋଲି ବିଶ୍ୱ ନେତାଙ୍କୁ ଆହ୍ୱାନ ଦେଇଛନ୍ତି ମୋଦି।

PM Modi

PM Modi

Advertisment

ବିଶ୍ୱରେ ଶାନ୍ତି ଏବଂ ବିକାଶ ପାଇଁ ବୈଶ୍ୱିକ ସଂସ୍ଥାରେ ସଂସ୍କାର ଲୋଡ଼ା। ଆଉ ଆଜିକା ଦିନରେ ଏହାର ରହିଛି ପ୍ରାସଙ୍ଗିକତା। ନ୍ୟୁୟର୍କ ସ୍ଥିତ ଜାତିସଂଘ କାର୍ଯ୍ୟାଳୟରେ ନିଜ ଅଭିଭାଷଣରେ ବିଶ୍ୱ ନେତାଙ୍କୁ ଏହି ଆହ୍ୱାନ ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ଜାତିସଂଘ ମୁଖ୍ୟ କାର୍ଯ୍ୟାଳୟରେ ୭୯ ତମ ସାଧାରଣ ସମ୍ମିଳନୀରେ ସମ୍ମିଟ୍ ଅଫ ଫ୍ୟୁଚରକୁ ସମ୍ବୋଧିତ କରି ମାତ୍ର ୪ ମିନିଟର ଭାଷଣରେ ମୋଦି କହିଛନ୍ତି, 'ଗୋଟିଏ ପଟେ ଆତଙ୍କବାଦ ବିଶ୍ୱ ପାଇଁ ସବୁଠୁ ବଡ ବିପଦ ହୋଇ ରହିଛି, ଅନ୍ୟପଟେ ସମୁଦ୍ର ଏବଂ ମହାକାଶ ମଧ୍ୟ ଯୁଦ୍ଧକ୍ଷେତ୍ରରେ ପରିଣତ ହେଉଛି। କିନ୍ତୁ ମାନବିକତାର ସଫଳତା ଯୁଦ୍ଧକ୍ଷେତ୍ରରେ ନୁହେଁ ବରଂ ସାମୂହିକ ଏକତାରେ ରହିଛି।'

ସେହିଭଳି ବୈଷୟିକ ଜ୍ଞାନକୌଶଳର ନିରାପଦ ଓ ଦାୟିତ୍ୱବାନ ବ୍ୟବହାର ଉପରେ ମଧ୍ୟ ବିଶ୍ୱ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ମୋଦି। ମୋଦି କହିଛନ୍ତି ସେ ଏଠାରେ ବିଶ୍ୱ ସମୁଦାୟର ୬ ଭାଗରୁ ଭାଗେ ମାନବ ସମ୍ବଳର ସ୍ୱର ଭାବେ ତାଙ୍କ ମତ ରଖୁଛନ୍ତି।

Advertisment

ଭାରତରେ ୨୫ କୋଟି ଲୋକଙ୍କୁ କିଭଳି ଦାରିଦ୍ର୍ୟର ତାଡ଼ନାରୁ ମୁକ୍ତି କରାଯାଇ ପାରିଛି, ତା'ର ଉଦାହରଣ ରଖି ନିରନ୍ତର ବିକାଶ ସଫଳତାକୁ ଆମେ ଦେଖିଛୁ ବୋଲି କହିଛନ୍ତି ମୋଦି।

PM Modi PM Modi In NewYork UNGA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe