Advertisment

UNGAରେ ବର୍ଷିଲା ଭାରତ: ମିଛ ଓ ଆତଙ୍କବାଦର ଅଡ୍ଡା ହେଉଛି ପାକିସ୍ତାନ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ମିଳିତ ଜାତିସଂଘରେ ପୁଣି ଥରେ କାଶ୍ମୀର ପ୍ରସଙ୍ଗ ଉଠାଇବା ପରେ ଭାରତ ତାକୁ ମୁହଁତୋଡ ଜବାବ ଦେଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
India pakistan In UNGA

India pakistan In UNGA

ମିଛ ଉପରେ ମିଛ କହିବା ହେଉଛି ପାକିସ୍ତାନର ଅଭ୍ୟାସ। ଆତଙ୍କବାଦର ଅଡ୍ଡା ସ୍ଥଳ ହେଉଛି ପାକିସ୍ତାନ। ମିଳିତ ଜାତିସଂଘରେ ଏଭଳି କିଛି କହି ପୁଣି ଥରେ ପାକିସ୍ତାନ ଉପରେ ବର୍ଷିଛି ଭାରତ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ମିଳିତ ଜାତିସଂଘରେ ପୁଣି ଥରେ କାଶ୍ମୀର ପ୍ରସଙ୍ଗ ଉଠାଇବା ପରେ ଭାରତ ତାକୁ ମୁହଁତୋଡ ଜବାବ ଦେଇଛି।

Advertisment

ଜାତିସଂଘ ପ୍ଲାଟଫର୍ମରେ ଶହବାଜ ସରିଫ ପୁଣି ଥରେ ଭାରତ ବିରୋଧରେ ବିଷ ଉଗାରିଛନ୍ତି। ଭାରତ ତରଫରୁ ପାକିସ୍ତାନକୁ ବାରମ୍ବାର ଧମକ ମିଳୁଥିବା ସେ ଅଭିଯୋଗ କରିଛନ୍ତି। ଏହାପରେ ଜାତିସଂଘର ଭାରତୀୟ କୂଟନୀତିଜ୍ଞ ଭବିକା ମଙ୍ଗଳାନନ୍ଦନ, UNGA ରେ ରାଇଟ ଟୁ ରିପ୍ଲାଏର ବ୍ୟବହାର କରି ପୁଣିଥରେ ଆତଙ୍କବାଦର ଅଡ୍ଡା ପାଲଟିଥିବା ପାକିସ୍ତାନର ସାରା ବିଶ୍ୱ ଆଗରେ ପର୍ଦ୍ଦାଫାଶ କରିଛନ୍ତି। ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ଭର୍ତ୍ସନା କରିଛନ୍ତି।

ସାରା ବିଶ୍ୱରରେ ଘଟୁଥିବା ଆତଙ୍କବାଦ ଘଟଣାରେ ଯେଉଁ ଦେଶର ଫିଙ୍ଗର ପ୍ରିଣ୍ଟ ରିହିଛି, ଯିଏ ବାଂଲାଦେଶରେ ନରସଂହାର ଘଟାଇଛି ସେହି ଦେଶ କିପରି ଜାତିସଂଘ ପ୍ଲାଟଫର୍ମରେ ଏପରି ପରିହାସ କରିପାରୁଛି ସେ ପ୍ରଶ୍ନ କରିଛନ୍ତି।

Advertisment

ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କୁ ଜବାବ ଦେଇ ଭାବିକା ମଙ୍ଗଳାନନ୍ଦନ କହିଛନ୍ତି, ବିଶ୍ୱର ଯେକୌଣସି ସ୍ଥାନରେ ହିଂସା ବିରୋଧରେ ପାକିସ୍ତାନ କହିବା କପଟ ଅଟେ। ଜାତିସଂଘରେ ଏକ ହାସ୍ୟାସ୍ପଦ ଘଟଣା ଘଟିଥିବାରୁ ଏହା ଦୁଃଖର ବିଷୟ। ବହୁ ପୂର୍ବରୁ ସୀମା ଆତଙ୍କବାଦକୁ ପଡୋଶୀ ଦେଶ ବିରୁଦ୍ଧରେ ଅସ୍ତ୍ର ଭାବରେ ବ୍ୟବହାର କରି ଆମର ସଂସଦ, ଆମର ଆର୍ଥିକ ରାଜଧାନୀ ମୁମ୍ବାଇ ଉପରେ ଆକ୍ରମଣ କରାଯାଇଛି।

ଭାରତୀୟ କୂଟନୀତିଜ୍ଞ ମଙ୍ଗଲାନନ୍ଦନ କହିଛନ୍ତି, ହିଂସା ବିଷୟରେ ପାକିସ୍ତାନ କହିବା ସବୁଠାରୁ ବଡ଼ ଉପହାସ। ଆତଙ୍କବାଦ, ନିଶା, ବାଣିଜ୍ୟ ଏବଂ ଆନ୍ତର୍ଜାତିକ ଅପରାଧ ପାଇଁ ବିଶ୍ୱରେ କୁଖ୍ୟାତ ସୈନ୍ୟବାହିନୀ ଦ୍ୱାରା ପରିଚାଳିତ ଏକ ଦେଶ, ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଉପରେ ଆକ୍ରମଣ କରିବାକୁ ଦୁଃସାହସ କରିଛି।

ଆମ ଦେଶର ଗଣତାନ୍ତ୍ରିକ ନିର୍ବାଚନରେ ​​ପାକିସ୍ତାନ ମଧ୍ୟ ଆତଙ୍କବାଦ ବ୍ୟବହାର କରିବାକୁ ଚେଷ୍ଟା କରୁଛି। ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଜମ୍ମୁ କଶ୍ମୀରର ବିଧାନସଭା ନିର୍ବାଚନରେ ବାଧା ସୃଷ୍ଟି କରିବା ପାଇଁ ପାକିସ୍ତାନ ପ୍ରାଣପଣେ ଚେଷ୍ଟା କରୁଛି। ଆତଙ୍କବାଦ ସହ କୌଣସି ଆପୋଷ ବୁଝାମଣା ହୋଇପାରିବ ନାହିଁ। ପାକିସ୍ତାନ ବୁଝିବା ଉଚିତ୍ ଯେ ଭାରତ ବିରୋଧରେ ଆତଙ୍କବାଦର ବ୍ୟବହାର ତା' ପାଇଁ ଘାତକ ପ୍ରମାଣିତ ହୋଇପାରେ ବୋଲି ମଙ୍ଗଳାନନ୍ଦନ ଚେତାବନୀ ଦେଇଛନ୍ତି।

ଭାରତ ଜବାବ ଦେବାପରେ ପାକିସ୍ତାନର ହାଇ କମିଶନର ଭାରତ ବିରୋଧରେ ଭିତ୍ତିହୀନ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଭାରତରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ନିର୍ଯାତନା ଦିଆଯାଉଛି। ଆରଏସଏସ-ବିଜେପି ସରକାର ଦଳିତ, ସଂଖ୍ୟାଲଘୁ ଏବଂ କଶ୍ମୀରବାସୀଙ୍କ ଉପରେ ଅତ୍ୟାଚାର କରୁଛନ୍ତି। ତେହେରିକ-ଇ-ପାକିସ୍ଥାନ ଏବଂ ବାଲୁଚିସ୍ତାନ ସେନା ପକ୍ଷରୁ ପାକିସ୍ତାନରେ ଆତଙ୍କବାଦକୁ ଭାରତ ପ୍ରୋତ୍ସାହିତ କରୁଛି।

Pakistan Shehbaz Sharif India UNGA India-Pakistan Bhavika Mangalanandan