Advertisment

ଚର୍ଚ୍ଚ ଉପରେ ଆତଙ୍କୀ ହମ୍‌ଲା, ପୁଲିସ ସମେତ ୧୫ ମୃତ

ଆତଙ୍କବାଦୀ ଆକ୍ରମଣ ପରେ ଚର୍ଚ୍ଚ, ପୂଜାସ୍ଥଳ ଓ ପୁଲିସ ଚେକ୍‌ ପୋଷ୍ଟରେ ଭୀଷଣ ନିଆଁ ଲାଗି ଯାଇଥିଲା।

author-image
Madhupriya Mistry
ଅଦ୍ୟତନ ହୋଇଛି
Terror Attack

Terror Attack

ଚର୍ଚ୍ଚ ଉପରେ ଆତଙ୍କବାଦୀ ଆକ୍ରମଣ। ଆଖିବୁଜା ଗୁଳିମାଡ଼ ସାଙ୍ଗକୁ ବୋମା ବିସ୍ଫୋରଣ କଲେ ଅତଙ୍କୀ। ଫଳରେ ଏଥିରେ ପୁଲିସକର୍ମୀଙ୍କ ସମେତ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଚର୍ଚ୍ଚୀ ପାଦ୍ରୀ ମଧ୍ୟ ସାମିଲ ଅଛନ୍ତି। ରୁଷର ଦାଗେସ୍ତାନ ଅଞ୍ଚଳରେ ଏହି ଆତଙ୍କୀ ହମ୍‌ଲା ହୋଇଛି। ସୋମବାର ଦାଗେସ୍ତାନର ଗଭର୍ଣ୍ଣର ସର୍ଗେଇ ମେଲିକୋଭ ଏହି ସୂଚନା ଦେଇଛନ୍ତି।

Advertisment

ଦାଗେସ୍ତାନର ଗଭର୍ଣ୍ଣରଙ୍କ ସୂଚନା ମୁତାବକ, ରୁଷର ଦୁଇଟି ସହରରେ ଏହି ଆତଙ୍କୀ ହମ୍‌ଲା ହୋଇଛି। ବନ୍ଧୁକଧାରୀମାନେ ଦୁଇଟି ଆର୍ଥୋଡକ୍ସ ଚର୍ଚ୍ଚ, ଗୋଟିଏ ପୂଜାସ୍ଥଳ, ଓ ଗୋଟିଏ ପୁଲିସ ଚେକ୍‌ ପୋଷ୍ଟ ଉପରକୁ ଗୁଳିମାଡ କରିଛନ୍ତି। ଏଥିରେ ପୁଲିସକର୍ମୀ, ପାଦ୍ରୀଙ୍କ ସମେତ ୧୫ ଜଣଙ୍କ ମୃତ୍ୟୁ ହୋଇଛି।

ସୂଚନା ମୁତାବକ, ଆକ୍ରମଣ ପରେ ଚର୍ଚ୍ଚ, ପୂଜାସ୍ଥଳ ଓ ପୁଲିସ ଚେକ୍‌ ପୋଷ୍ଟରେ ଭୀଷଣ ନିଆଁ ଲାଗି ଯାଇଥିଲା। ଫଳରେ ଚର୍ଚ୍ଚ ଓ ପୂଜାସ୍ଥଳ ସମ୍ପୂର୍ଣ୍ଣ ରୂପେ ପୋଡି ପାଉଁଶ ହୋଇଯାଇଛି। ସେପଟେ ଏହି ଘଟଣା ପରେ ସୋମବାର, ମଙ୍ଗଳବାର ଏବଂ ବୁଧବାର ଦିନ ଦାଗେସ୍ତାନରେ ଶୋକ ଦିବସ ଘୋଷଣା କରାଯାଇଛି।

Advertisment

ଘଟଣାର ସମସ୍ତ ପରିସ୍ଥିତି ଏବଂ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି ବୋଲି ତଦନ୍ତ ନିର୍ଦ୍ଦେଶାଳୟ କହିଛି। ସ୍ଥାନୀୟ ଅଧିକାରୀଙ୍କ କହିବାନୁସାରେ, ଏହି ଆକ୍ରମଣରେ ୭ ଜଣ ଆଇନ ଶୃଙ୍ଖଳା ଅଧିକାରୀ, ଜଣେ ପାଦ୍ରୀ ଏବଂ ଜଣେ ଚର୍ଚ୍ଚ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଛି। ରୁଷର ନ୍ୟୁଜ୍ ଏଜେନ୍ସି TASS ଅନୁଯାୟୀ ଏହି ଆକ୍ରମଣରେ ଚାରିଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି।

Russia Terrorist Attack Moscow