Advertisment

ଜୋ ବାଇଡେନ ଏବଂ ଏଲନ ମସ୍କଙ୍କୁ ହତ୍ୟା ଧମକ; ଟେସଲା କର୍ମଚାରୀ ଗିରଫ

ମସ୍କଙ୍କ ଟେସଲା କମ୍ପାନୀର ଜଣେ କର୍ମଚାରୀଙ୍କୁ ଗିରଫ କରିଛି ପୁଲିସ।

author-image
Debibandita Barick
ଅଦ୍ୟତନ ହୋଇଛି
Elon Musk And Joe Biden

Elon Musk And Joe Biden

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବିଶ୍ୱର ଅରବପତି ଏଲମ ମସ୍କଙ୍କୁ ହତ୍ୟା ଧମକ। ଧମକ ଦେଇଥିବା ମସ୍କଙ୍କ ଟେସଲା କମ୍ପାନୀର ଜଣେ କର୍ମଚାରୀଙ୍କୁ ଗିରଫ କରିଛି ପୁଲିସ। ଏନେଇ ଫକ୍ସ ନ୍ୟୁଜରେ ରିପୋର୍ଟ ପ୍ରକାଶ ପାଇଛି।

Advertisment

ରିପୋର୍ଟ ଅନୁସାରେ, 31 ବର୍ଷୀୟ ଜଷ୍ଟିନ ମ୍ୟାକକୌଲେ ଏଲନ ମସ୍କଙ୍କ ଟେସଲା କମ୍ପାନୀରେ କାମ କରନ୍ତି। ସେ ମଙ୍ଗଳବାର ସୋଶାଲ ମିଡିଆ ପ୍ଲାଟଫର୍ମ Xରେ ଏକ ପୋଷ୍ଟ କରିଥିଲେ, ଯେଉଁଥିରେ ଲେଖିଥିଲେ ମୁଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଏଲନ ମସ୍କଙ୍କୁ ହତ୍ୟା କରିବାକୁ ଯୋଜନା କରୁଛି। ସେ ଏହି ପୋଷ୍ଟରେ ଏଲନ ମସ୍କ, ଜୋ ବାଇଡେନ ଏବଂ ଟେସଲା ଓ ଏକ୍ସକୁ ମଧ୍ୟ ଟ୍ୟାଗ୍ କରିଥିଲେ।

କୋର୍ଟ ଦାଖଲ ହୋଇଥିବା ରିପୋର୍ଟ ଅନୁସାରେ, ଜଷ୍ଟିନଙ୍କ ପତ୍ନୀ ଏନେଇ ପୁଲିସରେ ଖବର ଦେଇଥିଲେ। ଜଷ୍ଟିନ ଯେତେବେଳେ, ଟେସଲା ଯାଉଛି ମୁଁ ଆଉ ଫେରିବି ନାହିଁ କହି ଘରୁ ପଳାଇ ଯାଇଥିଲେ ତାଙ୍କ ପତ୍ନୀ ପୁଲିସକୁ ଜଣାଇଥିଲେ। ତାଙ୍କ ପତ୍ନୀ ଆହୁରି କହିଛନ୍ତି ଯେ, ଜଷ୍ଟିନ ଘରୁ ଯିବା ସମୟରେ ମୋବାଇଲ୍ ଫୋନ୍ ରଖି ଯାଇଥିଲେ, କାହିଁକିନା ତାଙ୍କ ଫୋନକୁ ଚେକ୍ କରାଯାଇ ପାରିବନି।

Advertisment

ଗତକାଲି ଜଷ୍ଟିନ ଟେସଲାର ଗିଗାଫ୍ୟାକ୍ଟୋରିରେ ପହଞ୍ଚିଥିଲେ। ସେ ଏଲନ ମସ୍କଙ୍କ ସହ କଥା ହେବାକୁ ଚାହୁଁଥିବା କହିଥିଲେ। ଏହି ସମୟରେ ପୁଲିସ ତାଙ୍କୁ ଗିରଫ କରିଛି। ଏହା ପୂର୍ବରୁ ଜଷ୍ଟିନ ଜାନୁଆରୀ 26ରେ ଜୋ ବାଇଡେନଙ୍କୁ ମଧ୍ୟ ଭେଟିବାକୁ ଯାଇଥିଲେ। ସୁରକ୍ଷାକର୍ମୀ ତାଙ୍କୁ ଭେଟିବାର କାରଣ ପଚାରିବାରୁ ସେ କହିଥିଲେ, ଯଦି ଆପଣ ଜାଣିଥିବେ ସେ ଆସନ୍ତାକାଲି ଆପଣଙ୍କର ମୃତ୍ୟୁ ଘଟିବ, ତେବେ କଣ ଆପଣ ରାଷ୍ଟ୍ରପତିଙ୍କୁ ଭେଟିବେନି?

ଏହି ସମୟରେ କିନ୍ତୁ ଜଷ୍ଟିନଙ୍କୁ ଗିରଫ କରାଯାଇ ନଥିଲା। ଗତକାଲି ମସ୍କଙ୍କୁ ଭେଟିବାକୁ ଯିବା ସମୟରେ ପୁଲିସ ତାଙ୍କୁ ଗିରଫ କରିଛି। ତେବେ କେଉଁ କାରଣରୁ ଟେସଲାରେ କାମ କରୁଥିବା ଜଣେ କର୍ମଚାରୀ ମସ୍କ ଓ ବାଇଡେନଙ୍କୁ ହତ୍ୟା କରିବାକୁ ଚାହୁଁଛି ତା'ର ପ୍ରକୃତ କାରଣ ଜଣାପଡିନାହିଁ।

Joe Biden Elon Musk Tesla