Advertisment

ନିଲମ୍ବିତ ପ୍ରଧାନମନ୍ତ୍ରୀଙ୍କୁ ବରଖାସ୍ତ କଲେ କୋର୍ଟ, ମାତ୍ର ବର୍ଷକ ତଳେ ନେଇଥିଲେ ଦାୟିତ୍ୱ

ପଏତୋଗତାର୍ନ ଶିନାବାତ୍ରା ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିଥିଲେ।

author-image
Hemant Lenka
Thai

Thai

ଥାଇଲ୍ୟାଣ୍ଡର ସାମ୍ବିଧାନିକ କୋର୍ଟ ଆଜି ପଏତୋଗତାର୍ନ ଶିନାବାତ୍ରାଙ୍କୁ ଦେଶର ପ୍ରଧାନମନ୍ତ୍ରୀ ପଦରୁ ବିଧିବଦ୍ଧ ଭାବେ ବହିଷ୍କାର କରିଛନ୍ତି। ଅର୍ଥାତ ଶିନାବାତ୍ରା ଆଉ ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରି ପାରିବେ ନାହିଁ। ନୈତିକତାର ଉଲ୍ଲଙ୍ଘନ ପାଇଁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମାତ୍ର ବର୍ଷକ ତଳେ ଶିନାବାତ୍ରା ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ହୋଇଥିଲେ। କୋର୍ଟଙ୍କ ଏପରି ନିଷ୍ପତ୍ତି ଶିନାବାତ୍ରା ପରିବାର ପ୍ରତି ମଧ୍ୟ ଶକ୍ତ ଝଟକା।

Advertisment

ପଏତୋଗତାର୍ନ ଶିନାବାତ୍ରା ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିଥିଲେ। ଏବେ ସେ ଶିନାବାତ୍ରା ପରିବାରରୁ କିମ୍ବା ପରିବାର ସମର୍ଥନରେ ପ୍ରଧାନମନ୍ତ୍ରୀ ହୋଇଥିବା ୬ଷ୍ଠ ସଦସ୍ୟ ଭାବେ ନ୍ୟାୟପାଳିକା କିମ୍ବା ସାମାରିକ କାର୍ଯ୍ୟାନୁଷ୍ଠାନ ଦ୍ୱାରା ପଦ ହରାଇଛନ୍ତି।

ସାମ୍ବିଧାନିକ କୋର୍ଟ ରାୟରେ କହିଛନ୍ତି ଯେ ପଏତୋଗତାର୍ନ ଶିନାବାତ୍ରା ନୈତିକତାର ମୂଲ୍ୟବୋଧନକୁ ଉଲ୍ଲଙ୍ଘନ କରିଛନ୍ତି। କମ୍ବୋଡିଆ ନେତା ହୁନ ସେନଙ୍କ ସହ ପଏତୋଗତାର୍ନ ଶିନାବାତ୍ରା ଫୋନ ଯୋଗେ ହୋଇଥିବା କଥା ବାର୍ତ୍ତା ଜୁନ ମାସରେ ଲିକ ହୋଇଥିଲା। ଦୁଇ ଦେଶ ମଧ୍ୟରେ ସାମରିକ ତିକ୍ତତା ଚରମସୀମାରେ ପହଞ୍ଚିଥିବା ବେଳେ ପଏତୋଗତାର୍ନ ଶିନାବାତ୍ରା କମ୍ବୋଡିଆ ନେତାଙ୍କ ସହ କଥା ହୋଇଥିଲେ।

Advertisment

ଏହି କଥାବାର୍ତ୍ତାର ୫ ଦିନ ପରେ ଥାଇଲ୍ୟାଣ୍ଡ ଓ କମ୍ବୋଡିଆ ମଧ୍ୟରେ ଭୀଷଣ ସାମାରିକ ଲଢ଼େଇ ହୋଇଥିଲା। ଏଥିଯୋଗୁ ପ୍ରଥମେ ପଏତୋଗତାର୍ନ ଶିନାବାତ୍ରାକୁ ନିଲମ୍ବିତ ଓ ଏବେ କୋର୍ଟ ତାଙ୍କୁ ବହିଷ୍କାର କରିଛନ୍ତି।

କୋର୍ଟ ପଏତୋଗତାର୍ନ ଶିନାବାତ୍ରାଙ୍କୁ ବହିଷ୍କାର କରିଥିବାରୁ ଏବେ ଦେଶରେ ସଂସଦୀୟ ନିର୍ବାଚନ ପାଇଁ ବାଟ ଫିଟିଛି। ପଏତୋଗତାର୍ନଙ୍କ ଶାସକ ଦଳ ଫେଉ ଥାଇ ପାର୍ଟି ଏବେ ଲୋକପ୍ରିୟତା ହରାଇଥିବା ବେଳେ ନିର୍ବାଚନର ଫଳ ଦଳ ବିରୋଧରେ ଯିବାର ଆଶଙ୍କା ରହିଛି।

Thailand Paetongtarn Shinawatra