Advertisment

୭୫ ହଜାର ଟଙ୍କା ପାଇବା ଆଶାରେ ଢକ ଢକ କରି ପିଇଗଲେ ମଦ

ପୂର୍ବରୁ ମଦ ପିଇ କାଣ୍ଠୀ ପାର୍ଟିକୁ ଆସିଥିଲେ। ସେଠାରେ ଚ୍ୟାଲେଞ୍ଜକୁ ଗ୍ରହଣ କରି ୨୦ ମିନିଟ ମଧ୍ୟରେ ୨ଟି ବୋତଲ ମଦ ଢକ ଢକ କରି ପିଇ ଦେଇଥିଲେ।

Thai

Thai

Advertisment

ଚ୍ୟାଲେଞ୍ଜକୁ ଗ୍ରହଣ କଲେ। ମୋଟା ଅଙ୍କର ଟଙ୍କା ପାଇବା ଆଶାରେ ବିପଦକୁ ସାମ୍ନା କଲେ। ଶେଷରେ ସର୍ବସମ୍ମୁଖରେ ପ୍ରାଣ ହରାଇଲେ। ୭୫ ହଜାର ଟଙ୍କା ପାଇବା ଆଶାରେ ଢକ ଢକ କରି ଦୁଇ ବୋତଲ ମଦ ପିଇବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ତାଙ୍କର ପ୍ରାଣବାୟୁ ଘଟଣାସ୍ଥଳରେ ଉଡ଼ି ଯାଇଛି।

Advertisment

ଥାଇଲ୍ୟାଣ୍ଡର ସୋଶାଲ ମିଡିଆ ବ୍ୟକ୍ତିତ୍ୱ ହେଉଛନ୍ତି ତାନାକରନ କାଣ୍ଠୀ। ସିଏ ଅନଲାଇନରେ "Bank Leicester" ଭାବେ ବେଶ ଜଣାଶୁଣା। ତାଙ୍କୁ ଗୋଟିଏ ପାର୍ଟିକୁ ନିମନ୍ତ୍ରଣ କରାଯାଇଥିଲା। ସେ ପାର୍ଟିରେ ଉପସ୍ଥିତ ଥିବା ବେଳେ ତାଙ୍କୁ ଗୋଟିଏ ଚ୍ୟାଲେଞ୍ଜ ଅଫର କରାଯାଇଥିଲା।

ସେ ଯଦି ସର୍ବସମ୍ମୁଖରେ ଢକ ଢକ କରି ୩ ବୋତଲ ହ୍ୱିସ୍କି ପିଇ ଦେବେ, ତା’ହେଲେ ତାଙ୍କୁ ୩୦ ହଜାର ଥାଇ ବାତ ବା ଭାରତୀୟ ମୁଦ୍ରାରେ ୭୫,୨୨୮ ଟଙ୍କା ଦିଆଯିବ ବୋଲି କୁହାଯାଇଥିଲା।

Advertisment

୨୧ ବର୍ଷୀୟ କାଣ୍ଠୀ ପୂର୍ବରୁ ମଧ୍ୟ ଏପରି ଅନେକ ଚ୍ୟାଲେଞ୍ଜ ଗ୍ରହଣ କରିବାର ଭିଡିଓ ସାମ୍ନାକୁ ଆସିଥିଲା। ସେ କେତେବେଳେ ହ୍ୟାଣ୍ଡ ସାନିଟାଇଜର ପିଉଥିଲେ ତ ଆଉ କେତେବେଳେ ଟଙ୍କା ପାଇଁ ବିପଦ ଜନକ ଷ୍ଟଣ୍ଡ ମଧ୍ୟ କରୁଥିଲେ।

ଏବେ କିନ୍ତୁ ଜନ୍ମ ଦିନ ପାର୍ଟିରେ ଢକ ଢକ କରି ମଦ ପିଇବା ତାଙ୍କୁ ମହଙ୍ଗା ପଡ଼ିଛି। କାଣ୍ଠୀ ଡିସେମ୍ବର ୨୫ରେ ଥା ମାଇ ଜିଲ୍ଲାରେ ଆୟୋଜିତ ଜନ୍ମ ଦିନ ପାର୍ଟିରେ ଯୋଗ ଦେଇଥିଲେ। ସେ ରାତି ପ୍ରାୟ ୧୧ଟା ବେଳେ ସେଠାରେ ପହଞ୍ଚିଥିଲେ।

ପାର୍ଟି ସମୟରେ କାଣ୍ଠୀଙ୍କୁ ଗୋଟିଏ ଚ୍ୟାଲେଞ୍ଜ ଦିଆଯାଇଥିଲା। ସେ ଯଦି ରେଜେନ୍ସୀ ହ୍ୱିସ୍କିର ୩୫୦ ଏମଏଲ ବିଶିଷ୍ଟ ୩ଟି ବୋତଲକୁ ପିଇ ନେବେ, ତା’ହେଲେ ତାଙ୍କୁ ୩୦ ହଜାର ବାତ ମିଳିବ। ଅର୍ଥାତ ବୋତଲ ପିଛା ତାଙ୍କୁ ୧୦ ହଜାର ଥାଇ ବାତର ଅପର ମିଳିଥିଲା।

ପୂର୍ବରୁ ମଦ ପିଇ କାଣ୍ଠୀ ପାର୍ଟିକୁ ଆସିଥିଲେ। ସେଠାରେ ଚ୍ୟାଲେଞ୍ଜକୁ ଗ୍ରହଣ କରି ୨୦ ମିନିଟ ମଧ୍ୟରେ ୨ଟି ବୋତଲ ମଦ ଢକ ଢକ କରି ପିଇ ଦେଇଥିଲେ। ତେବେ ଦ୍ୱିତୀୟ ବୋତଲ ଶେଷ କରିବା କ୍ଷଣି ସେ ଚେୟାର ଉପରେ ହିଁ ଟଳି ପଡ଼ିଥିଲେ।

ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନେଇ ଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପେଟରେ ମଦ ବିଷାକ୍ତ ହୋଇଯିବାରୁ କାଣ୍ଠୀ ପ୍ରାଣ ହରାଇଥିବା ଜଣାପଡ଼ିଛି।

ଘଟଣା ପରେ ପୁଲିସ୍‌ ଉକ୍ତ ଚ୍ୟାଲେଞ୍ଜ ପାଇଁ କାଣ୍ଠୀଙ୍କୁ ପାର୍ଟିକୁ ଭଡ଼ାରେ ଆଣିଥିବା ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି। ଏଥିସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

Thailand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe