Advertisment

ଅଳ୍ପକେ ବର୍ତ୍ତିଲେ ଇମ୍ରାନ୍ ଖାନ୍‌, କାର୍‌କେଡ୍‌ରେ ସାମିଲ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଦୁର୍ଘଟଣାରେ ତିନି ଜଣ ଆହତ ହୋଇଛନ୍ତି।

Imran Khan

Imran Khan

Advertisment

ଅଳ୍ପକେ ବର୍ତ୍ତିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହରିକ-ଏ-ଇନ୍‌ସାଫ(ପିଟିଆ)ର ମୁଖ୍ୟ ଇମ୍ରାନ ଖାନ୍। ତାଙ୍କ କାର୍‌କେଡ୍‌ରେ ସାମିଲ ହୋଇଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ପରସ୍ପର ମଧ୍ୟରେ ଧକ୍କା ହୋଇଛି କାର୍। ଏହି ଦୁର୍ଘଟଣାରେ ତିନି ଜଣ ଆହତ ହୋଇଛନ୍ତି। ତେବେ ଇମ୍ରାନ ଖାନ୍ ସୁରକ୍ଷିତ ଥିବା କୁହାଯାଉଛି। ତାଙ୍କ ଗାଡିର ମଧ୍ୟ କୌଣସି କ୍ଷତି ହୋଇନାହିଁ।

Advertisment

ନିର୍ବାଚନ ଆୟୋଗ ଦାଖଲ କରିଥିବା ଅଭିଯୋଗ ସହ ଜଡିତ ପ୍ରକ୍ରିୟାରେ ଇମ୍ରାନ ଖାନ ଏଡିଏସ୍‌ଜେ ଜାଫର ଇକବାଲଙ୍କ କୋର୍ଟରେ ହାଜର ହେବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ସେପଟେ ଏହାକୁ ନେଇ ଏକ ଭିଡିଓ ମେସେଜ ଶେଆର କରିଛନ୍ତି ପିଟିଆଇ ମୁଖ୍ୟ। ସେ କହିଛନ୍ତି, ଇସଲାମାବାଦର ଅଦାଲତରେ ହାଜର ହେବାକୁ ଯାଉଥିଲ। ଦୁର୍ଭାଗ୍ୟବଶତଃ ଏହି ଦୁର୍ଘଟଣା ଘଟିଛି। ଏଥିପାଇଁ ବିଳମ୍ବ ହୋଇଛି। ମୋତେ ଗିରଫ କରିବା ପାଇଁ ସରକାର ପୂରା ଯୋଜନା କରିଛନ୍ତି।

ସେ ଆହୁରି କହିଛନ୍ତି, ମୋ ଘର ଉପରେ ଏମାନେ ଆକ୍ରମଣ କରିଛନ୍ତି, ମୋତେ ଜେଲ୍ ପଠାଇବା କେବଳ ସରକାରଙ୍କ ଉଦ୍ଦେଶ୍ୟ। ମୁଁ ଜାଣିଛି ମୋତେ ଗିରଫ କରାଯିବ, କିନ୍ତୁ ଏହାପରେ ବି ମୁଁ ଅଦାଲତ ଯାଉଛି। କାରଣ ଆଇନ୍‌କୁ ମୁଁ ସମ୍ମାନ କରେ। 

Advertisment

ଉଲ୍ଲେଖଯୋଗ୍ୟ, ଇସଲାମାବାଦ କୋର୍ଟ ଆଜି ତୋସାଖାନା ମାମଲାରେ ଇମ୍ରାନ ଖାନଙ୍କ ବିରୋଧରେ ଆଜି ଶୁଣାଣି ହେବେ। ପୂର୍ବ ଶୁଣାଣିରେ ହାଜର ହୋଇ ନ ଥିବାରୁ ଇମ୍ରାନ ଖାନଙ୍କୁ ଗିରଫ କରିବା ପାଇଁ ପୁଲିସର ଉଦ୍ୟମ ଏପର‌୍ୟ୍ୟନ୍ତ ବିଫଳ ହୋଇଛି। ତେବେ ଇମ୍ରାନ ଖାନ୍ କୋର୍ଟ ହାଜର ହେବା ପୂର୍ବରୁ  କୋର୍ଟ କମ୍ପେ୍ଲକ୍ସରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। 

କ୍ରିକେଟ୍ କିମ୍ବଦନ୍ତୀ ଇମ୍ରାନ ଖାନ ଦୁର୍ନୀତି ମାମଲାରେ ଛନ୍ଦି ହୋଇଛନ୍ତି। ନିଜ ପ୍ରଧାନମନ୍ତ୍ରୀତ୍ୱ କାଳରେ ଇମ୍ରାନ ଖାନ ବିଦେଶୀ ପ୍ରତିପକ୍ଷଙ୍କଠାରୁ ପାଇଥିବା ଉପହାରକୁ ବେନିୟମ ଭାବେ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ପାକିସ୍ତାନର ନିର୍ବାଚନ ଆୟୋଗ ଏହି ମାମଲାରେ ଇମ୍ରାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏନେଇ ମାମଲା ରୁଜୁ ହୋଇଥିବା ବେଳେ ଗତ ସପ୍ତାହରେ ଜାମିନ ବୀହିନ ଗିରଫ ପରୱାନା ଜାରି ହୋଇଥିବା ବେଳେ ୧୬ ତାରିଖ ପର୍ଯ୍ୟନ୍ତ ୱାରେଣ୍ଟ ସ୍ଥଗିତ ରଖାଯାଇଥିଲା।

Pakistan Imran Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe