Advertisment

ଆତଙ୍କବାଦ ମୁକାବିଲାରେ ଦୋ ମୁହାଁ ନୀତି ଗ୍ରହଣୀୟ ନୁହେଁ : ବ୍ରିକ୍ସ ଶିଖର ସମ୍ମିଳନୀରେ ମୋଦି

ବ୍ରିକ୍ସ ଶିଖର ସମ୍ମିଳନୀରେ ଆତଙ୍କବାଦ ପ୍ରସଙ୍ଗରେ ମୋଦିଙ୍କ ଚେତାବନୀ। କହିଲେ ଦୋ ମୁହାଁ ନୀତିର ସ୍ଥାନ ନାହିଁ। ଯୁଦ୍ଧ ନୁହେଁ, କଥାବାର୍ତ୍ତା ଏବଂ କୂଟନୀତିକୁ ସମର୍ଥନ କରେ ଭାରତ।

ଅଦ୍ୟତନ ହୋଇଛି
PM Narendra Modi at BRICS Summit

PM Narendra Modi at BRICS Summit

Advertisment

ଯୁଦ୍ଧ ନୁହେଁ, କଥାବାର୍ତ୍ତା ଏବଂ କୂଟନୀତିକୁ ସମର୍ଥନ କରେ ଭାରତ। ରୁଷର କଜାନରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀ (BRICS Summit)କୁ ସମ୍ବୋଧିତ କରି ଚୀନ ଓ ରୁଷ ରାଷ୍ଟ୍ରପତିଙ୍କ ସମେତ ବିଶ୍ୱର ବଡ଼ ବଡ଼ ନେତାଙ୍କ ଆଗରେ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜ ଅଭିଭାଷଣରେ ପରୋକ୍ଷରେ ପାକିସ୍ତାନକୁ କଟାକ୍ଷ କରି ଆତଙ୍କବାଦ ଉପରେ ବର୍ଷିଛନ୍ତି ମୋଦି। ଆତଙ୍କବାଦ ପ୍ରସଙ୍ଗରେ ଦୋ ମୁହାଁ ନୀତିର ସ୍ଥାନ ନାହିଁ ବୋଲି ସେ କହିଛନ୍ତି। ଷୋଡ଼ଶ ବ୍ରିକ୍ସ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆମକୁ ଆତଙ୍କବାଦ ଏବଂ ଆତଙ୍କବାଦୀ ପାଣ୍ଠି ବିରୋଧରେ ଏକାଠି ହୋଇ ଜୋରଦାର ମୁକାବିଲା କରିବାକୁ ପଡ଼ିବ।

Advertisment

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, 'ମୁଁ ବିଶ୍ୱାସ କରେ ଯେ ବ୍ରିକ୍ସ, ଏକ ବିବିଧତାପୂର୍ଣ୍ଣ ଓ ସମାବେଶୀ ମଞ୍ଚ ଭାବରେ ସମସ୍ତ କ୍ଷେତ୍ରରେ ଏକ ସକରାତ୍ମକ ଭୂମିକା ଗ୍ରହଣ କରିପାରିବ। ଏ ବାବଦରେ ଆମର ଆଭିମୁଖ୍ୟ ଲୋକକୈନ୍ଦ୍ରିକ ହେବା ଉଚିତ। ଆମକୁ ବିଶ୍ୱକୁ ଏକ ବାର୍ତ୍ତା ଦେବାକୁ ପଡ଼ିବ ଯେ ବ୍ରିକ୍ସ ବିଭାଜନକାରୀ ସଂଗଠନ ନୁହେଁ, ବରଂ ଏହା ଲୋକଙ୍କ ସ୍ୱାର୍ଥରେ କାମ କରେ। ଯେପରି ଆମେ ମିଳିତ ଭାବେ କୋଭିଡ ଭଳି ଏକ ଆହ୍ୱାନକୁ ଦୂର କରିପାରିଥିଲୁ, ଭବିଷ୍ୟତ ପିଢ଼ି ପାଇଁ ଏକ ନିରାପଦ, ଶକ୍ତିଶାଳୀ ଏବଂ ସମୃଦ୍ଧ ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ମଧ୍ୟ ଆମେ ନିଶ୍ଚିତ ଭାବେ ନୂତନ ସୁଯୋଗ ସୃଷ୍ଟି କରିବାକୁ ସକ୍ଷମ। ଆତଙ୍କବାଦର ମୁକାବିଲା କରିବା ଏବଂ ଆତଙ୍କବାଦୀଙ୍କ ଆର୍ଥିକ କଳ ବନ୍ଦ କରିବା ପାଇଁ ଆମକୁ ଏକଜୁଟ ଭାବେ ନିରନ୍ତର ସମର୍ଥନ ଆବଶ୍ୟକ। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦୋ ମୁହାଁ ନୀତି ପାଇଁ କୌଣସି ସ୍ଥାନ ନାହିଁ। ଆମ ଦେଶର ଯୁବବର୍ଗଙ୍କୁ ଉଗ୍ରବାଦୀ ହେବାରୁ ରୋକିବା ପାଇଁ ଆମକୁ ଦୃଢ଼ ପଦକ୍ଷେପ ନେବା ଜରୁରୀ।'

ମୋଦି କହିଛନ୍ତି, 'ବ୍ରିକ୍ସ ସମ୍ମିଳନୀ ଏପରି ଏକ ସମୟରେ ଅନୁଷ୍ଠିତ ହେଉଛି, ଯେତେବେଳେ ବିଶ୍ୱ ଯୁଦ୍ଧ, ଅର୍ଥନୈତିକ ଅନିଶ୍ଚିତତା, ଜଳବାୟୁ ପରିବର୍ତ୍ତନ ଏବଂ ଆତଙ୍କବାଦ ଭଳି ଅନେକ ଆହ୍ୱାନର ସମ୍ମୁଖୀନ ହେଉଛି। ଉତ୍ତର-ଦକ୍ଷିଣ ଏବଂ ପୂର୍ବ-ପଶ୍ଚିମ ବିଭାଜନ ଭଳି ସ୍ଥିତି ଉପୁଜିଛି। ମୁଦ୍ରାସ୍ଫୀତି ବନ୍ଦ କରିବା, ଖାଦ୍ୟ ନିରାପତ୍ତା, ଶକ୍ତି ନିରାପତ୍ତା, ସ୍ୱାସ୍ଥ୍ୟ ସୁରକ୍ଷା, ଜଳ ନିରାପତ୍ତା ଆଦି ନିଶ୍ଚିତ କରିବା ବିଶ୍ୱର ସମସ୍ତ ଦେଶର ପ୍ରାଥମିକତା ହେବା ଉଚିତ। ଟେକ୍ନୋଲୋଜିର ଏହି ଯୁଗରେ ସାଇବର ଡିପଫେକ୍, ଭୁଲ ତଥ୍ୟ ଭଳି ନୂଆ ଆହ୍ୱାନ ସୃଷ୍ଟି ହେଉଛି। ଏଭଳି ସମୟରେ ବ୍ରିକ୍ସ ସମ୍ମିଳନୀରୁ ଅନେକ ଆଶା ରହିଛି। ଏ ବାବଦରେ ସମସ୍ତ ନିଷ୍ପତ୍ତି ସର୍ବସମ୍ମତିକ୍ରମେ ଗ୍ରହଣ କରାଯିବା ଉଚିତ ଏବଂ ବ୍ରିକ୍ସର ପ୍ରତିଷ୍ଠାତା ସଦସ୍ୟଙ୍କ ମତକୁ ସମ୍ମାନ ଦିଆଯିବା ଉଚିତ। ଜୋହାନ୍ସବର୍ଗ ସମ୍ମିଳନୀ ସମୟରେ ଗ୍ରହଣ କରାଯାଇଥିବା ମାର୍ଗଦର୍ଶିକା, ମାନକ, ଆଦର୍ଶ ଏବଂ ପ୍ରକ୍ରିୟା ସମସ୍ତ ସଦସ୍ୟ ଏବଂ ସହଭାଗୀ ଦେଶ ଅନୁପାଳନ କରିବା ଆବଶ୍ୟକ।'

Advertisment
PM Modi Stop Terrorism BRICS Summit
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe