Advertisment

୨୦୦ ବ୍ୟାଗ ଓ ୭୫ ଦାମୀ ଘଣ୍ଟା: ଏହି ଦେଶର ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତି ଦେଖି ସମସ୍ତେ ଜଳକା

ପୂର୍ବତନ ପ୍ରଧାନମନ୍ତ୍ରୀ ଥାକସିନ୍ ଶିନାବାତ୍ରାଙ୍କ ସାନ ଝିଅ ହେଉଛନ୍ତି ପାଏତୋଗତାର୍ନ।

author-image
Hemant Lenka
 Paetongtarn Shinawatra

Paetongtarn Shinawatra

ଥାଇଲ୍ୟାଣ୍ଡର ଯୁବ ପ୍ରଧାନମନ୍ତ୍ରୀ ପାଏତୋଗତାର୍ନ ଶିନାବାତ୍ରାଙ୍କ ପାଖରେ ରହିଛି ୪୦୦ ମିଲିୟନ ଡଲାର ବା ୩ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି। ଏହା ମଧ୍ୟରେ ବିଭିନ୍ନ ଡିଜାଇନର ୨୦୦ରୁ ଅଧିକ ହ୍ୟାଣ୍ଡବ୍ୟାଗ ଓ ୭୫ଟି ଦାମୀ ଘଣ୍ଟା ରହିଛି। ବ୍ୟାଗଗୁଡ଼ିକର ମୂଲ୍ୟ ୨ ମିଲିୟନ ଡଲାରରୁ ଅଧିକ ହୋଇଥିବା ବେଳେ ଘଣ୍ଟାଗୁଡ଼ିକର ଦାମ ପ୍ରାୟ ୫ ମିଲିୟନ ଡଲାର ହେବ।

Advertisment

ଟେଲିକମ ଜଗତର ଜଣାଶୁଣା ଚେହେରା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଥାକସିନ୍ ଶିନାବାତ୍ରାଙ୍କ ସାନ ଝିଅ ହେଉଛନ୍ତି ପାଏତୋଗତାର୍ନ। ସେ ୧୯୮୬ରେ ବ୍ୟାଙ୍କକକରେ ଜନ୍ମ ଗ୍ରହଣ କରିଥିଲେ। ସେ ଥାଇଲ୍ୟାଣ୍ଡର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ଗତ ସେପ୍ଟେମ୍ବର ମାସରେ ଶପଥ ଗ୍ରହଣ କରିଥିଲେ। ୨୦ ବର୍ଷ ମଧ୍ୟରେ ଶିନାବାତ୍ରା ତାଙ୍କ ପରିବାରର ୪ର୍ଥ ସଦସ୍ୟ ଭାବେ ଥାଇଲ୍ୟାଣ୍ଡର କମାଣ ସମ୍ଭାଳିଛନ୍ତି।

ଜାତୀୟ ଦୁର୍ନୀତି ନିବାରଣ କମିଶନ(ଏନଏସିସି) ନିକଟରେ ନିୟମ ଅନୁସାରେ ଶିନାବାତ୍ରା ତାଙ୍କ ସମ୍ପତ୍ତିର ବିବରଣୀ ସାର୍ବଜନୀନ କରିଛନ୍ତି। ତାଙ୍କ ପାଖରେ ମୋଟ ୧୩.୮ ବିଲିୟନ ବାତ ବା ୪୦୦ ମିଲିୟନ ଡଲାରର ସମ୍ପତ୍ତି ରହିଛି। ସେ ୧୧ ବିଲିୟନ ବାତ ବିଭିନ୍ନ ସ୍ଥାନରେ ନିବେଶ କରିଥିବା ବେଳେ ଆଉ ଗୋଟିଏ ବିଲିୟନ ଜମା ଓ କ୍ୟାଶ ଆକାରରେ ରଖିଛନ୍ତି।

Advertisment

ତାଙ୍କ ପାଖରେ ଥିବା ୭୫ଟି ଘଣ୍ଟାର ଦାମ ୧୬୨ ମିଲିୟନଚ ବାତ ହୋଇଥିବା ବେଳେ ତାଙ୍କ ପାଖରେ ଆଉ ୩୯ଟି ସମୟ ସହ ଜଡ଼ିତ ମେସିନ ରହିଛି। ସେହିପରି ଶିନାବାତ୍ରାଙ୍କ ପାଖରେ ଥିବା ୨୧୭ଟି ଦାମୀ ହ୍ୟାଣ୍ଡବ୍ୟାଗର ମୂଲ୍ୟ ୭୬ ମିଲିୟନ ବାତ। ଲଣ୍ଡନ ଓ ଜାପାନରେ ମଧ୍ୟ ସେ ସମ୍ପତ୍ତି କିଣିଥିବା ସତ୍ୟପାଠ ଆକାରରେ ସ୍ପଷ୍ଟ କରିଛନ୍ତି।

ଶିନାବାତ୍ରାଙ୍କ ବାପାଙ୍କ ବ୍ୟତୀତ ତାଙ୍କ ଖୁଡ଼ି ଓ ଦାଦା ଶ୍ୱଶୁର ମଧ୍ୟ ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ହୋଇଥିଲେ। ପଏତୋଗତାର୍ନ ରାଜନୀତି ବିଜ୍ଞାନରେ ଯୁକ୍ତ ତିନି ପାସ୍ କରିବା ପରେ ହୋଟେଲ ମ୍ୟାନେଜମେଣ୍ଟ କରିଥିଲେ।

ଜଣେ ବ୍ୟବସାୟୀ ଭାବେ ମଧ୍ୟ ସେ ଖୁବ୍ ପରିଚିତ । ଏଥିସହ ରାଜନୀତିରେ ମଧ୍ୟ ତାଙ୍କର ପ୍ରତ୍ୟେକ୍ଷ ଯୋଗଦାନ ରହିଥିଲା। ଗତ ନିର୍ବାଚନରେ ସେ​ ଗର୍ଭବତୀ ଥାଇ ମଧ୍ୟ ଜୋରଦାର ପ୍ରଚାର କରିଥିଲେ। ପଏତୋଗତାର୍ନ ୨୦୧୯ରେ ପିତାକା ସୁକ୍ସୱାତଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ସନ୍ତାନ ଅଛନ୍ତି।

Thailand Paetongtarn Shinawatra