Advertisment

Tariffs: ଟ୍ରମ୍ପଙ୍କ ପରେ ଭାରତ ଉପରେ ୫୦% ଟାରିଫ ଲଗାଇଲା ଏହି ଦେଶ

ବୁଧବାର ମେକ୍ସିକୋ ସଂସଦ ଭାରତ ବିରୋଧୀ ପଦକ୍ଷେପ ଉପରେ ମୋହର ମାରିଛି। ଭାରତ, ଚାଇନା ସମେତ ଏକାଧିକ ଏସିଆ ରାଷ୍ଟ୍ରର ସାମଗ୍ରୀ ଉପରେ ୫୦% ଟାରିଫ ଲାଗୁ କରିବାକୁ ଘୋଷଣା କରିଛି ମେକ୍ସିକୋ।

Mexico

ମେକ୍ସିକୋ ରାଷ୍ଟ୍ରପତି ଓ ଟ୍ରମ୍ପ

Advertisment

ଭାରତୀୟ ଦ୍ରବ୍ୟ ଉପରେ ଆମେରିକାର ଆକାଶ ଛୁଆଁ ୫୦% ଟାରିଫ ନୀତିକୁ ଅନୁସରଣ କରିଛି ଆଉ ଗୋଟିଏ ଦେଶ। ଆମେରିକା ଭଳି ଭାରତ ବିରୋଧରେ ମୋର୍ଚ୍ଚା ଖୋଲିଛି ମେକ୍ସିକୋ। ବିଶ୍ୱରେ ଏବେ ବାଣିଜ୍ୟ ଯୁଦ୍ଧ ତୀବ୍ର ହେଉଥିବା ବେଳେ ଭାରତ ବିରୋଧରେ ବଡ଼ ପଦକ୍ଷେପ ନେଇଛି ମେକ୍ସିକୋ।

Advertisment

ବୁଧବାର ମେକ୍ସିକୋ ସଂସଦ ଭାରତ ବିରୋଧୀ ପଦକ୍ଷେପ ଉପରେ ମୋହର ମାରିଛି। ଭାରତ, ଚାଇନା ସମେତ ଏକାଧିକ ଏସିଆ ରାଷ୍ଟ୍ରର ସାମଗ୍ରୀ ଉପରେ ୫୦% ଟାରିଫ ଲାଗୁ କରିବାକୁ ଘୋଷଣା କରିଛି ମେକ୍ସିକୋ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଖୁସି କରିବା ପାଇଁ ମେକ୍ସିକୋ ଏପରି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ମେକ୍ସିକୋ ସଂସଦର ନିଷ୍ପତ୍ତି ଅନୁଯାୟୀ, ଭାରତରୁ ଆମଦାନୀ ହେଉଥିବା ଜିନିଷ ଉପରେ ୫୦% ଟାରିଫ ଲାଗିବ। ଏହି ବର୍ଦ୍ଧିତ ଟାରିଫ ନିୟମ ୨୦୨୬ ଜାନୁଆରୀ ୧ରୁ କାର୍ଯ୍ୟକାରୀ ହେବ। ଅଟୋ ମୋବାଇଲ, ଅଟୋ ମୋବାଇଲ ସାମଗ୍ରୀ, ଟେକ୍ସଟାଇଲ, ପ୍ଲାଷ୍ଟିକ ଓ ଷ୍ଟିଲ ଭଳି ଜିନିଷ ଉପରେ ଟାରିଫ(Illegal Tariff) ଲାଗୁ ହେବ।

Advertisment

ମେକ୍ସିକୋ ସହ ଯେଉଁ ସବୁ ଦେଶର ବାଣିଜ୍ୟ ଡିଲ ଚୂଡ଼ାନ୍ତ ହୋଇନାହିଁ, ସେମାନଙ୍କ ଉପରେ ଏପରି ଟାରିଫ ଲାଗୁ କରାଯିବ। ଏହାର ଅର୍ଥ ଭାରତ, ଚାଇନା, ଦକ୍ଷିଣ କୋରିଆ, ଥାଇଲ୍ୟାଣ୍ଡ ଓ ଇଣ୍ଡୋନେସିଆ ଭଳି ଦେଶ ଏହା ଦ୍ୱାରା ପ୍ରଭାବିତ ହେବେ। ଟାରିଫ ଲାଗୁ କରି ମେକ୍ସିକୋ ଅତିରିକ୍ତ ଭାବେ ବର୍ଷକୁ ୩,୭୬ ବିଲିୟନ ଡଲାର ବା ୩୩,୯୧୦ କୋଟି ଟଙ୍କାର ରାଜସ୍ୱ ହାସଲ ପାଇଁ ଲକ୍ଷ୍ୟ ରଖିଛି। 

କାହିଁକି ଟାରିଫ ଲାଗୁ କଲା ମେକ୍ସିକୋ? 

ଟ୍ରମ୍ପଙ୍କ ଭଳି ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ଶେଇନବାଉମ ମଧ୍ୟ ଘରୋଇ ଉତ୍ପାଦନକୁ ବଳ ଦେବା କଥା କହି ଚାଲିଛନ୍ତି। ଖାସ ଏହି କାରଣ ପାଇଁ ସେ ଟାରିଫ ଲାଗୁ କରିଥିବା ସଫେଇ ଦେଇଛନ୍ତି। କିନ୍ତୁ ବିଶେଷଜ୍ଞଙ୍କ କହିବା କଥା ଯେ ଟ୍ରମ୍ପଙ୍କୁ ଖୁସି କରିବା ପାଇଁ ମେକ୍ସିକୋ ଏପରି ପଦକ୍ଷେପ ନେଇଛି।

ଟ୍ରମ୍ପ(Donald Trump) ଖୁବଶୀଘ୍ର ଆମେରିକା-ମେକ୍ସିକୋ-କାନାଡା ବାଣିଜ୍ୟ ଚୁକ୍ତିର ସମୀକ୍ଷା କରିବେ। ମେକ୍ସିକୋର ସବୁଠାରୁ ବଡ଼ ବାଣିଜ୍ୟ ପାର୍ଟନର ହେଉଛି ଆମେରିକା। ତେଣୁ ଆମେରିକାକୁ ଖୁସି କରିବା ପାଇଁ ମେକ୍ସିକୋ ପକ୍ଷରୁ ଭାରତ ସମେତ ଅନ୍ୟ ଦେଶଗୁଡ଼ିକ ଉପରେ ଟାରିଫ ଲାଗୁ କରାଯାଇଛି। 

Illegal Tariff Donald Trump
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe