Advertisment

ସୋଶାଲ ମିଡିଆ ବ୍ୟବହାର ପାଇଁ ସର୍ବନିମ୍ନ ବୟସ ନିର୍ଦ୍ଧାରଣ କରିବ ଏହି ଦେଶ, ଜାଣନ୍ତୁ କେଉଁମାନଙ୍କ ଉପରେ ଜାରି ହେବ କଟକଣା

ବୈଷୟିକ ଦୃଷ୍ଟି କୋଣରୁ ଏହାକୁ ବାସ୍ତବରେ ରୋକା ଯାଇପାରିବ ନା ନାହିଁ, ତାହା ଏକ ବଡ଼ ପ୍ରଶ୍ନ।

Mobile

Mobile

Advertisment

୩/୪ ବର୍ଷର ଛୁଆମାନେ ଆଜିକାଲି ମୋବାଇଲ ମାୟାରେ ବାୟା। ଆଉ ସ୍କୁଲ୍ ଯାଉଥିବା ଛୁଆଙ୍କ କଥା ଛାଡ଼ନ୍ତୁ। ସେମାନେ ତ ସୋଶାଲ ମିଡିଆରେ ମଧ୍ୟ ସକ୍ରିୟ। ଏ ସମସ୍ୟା କେବଳ ଆମ ରାଜ୍ୟର ବା ଦେଶର ନୁହେଁ। ଅଷ୍ଟ୍ରେଲିଆରେ ମଧ୍ୟ ଏହି ସମସ୍ୟା ରହିଛି। ଆଉ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବାନିଜ। ସେଥିପାଇଁ ସେ ସୋଶାଲ ମିଡିଆର ବ୍ୟବହାର ନେଇ ଛୁଆଙ୍କ ଉପରେ କଟକଣା ଲଗାଇବାକୁ ଚିନ୍ତା କରୁଛନ୍ତି। ସୋଶାଲ ମିଡିଆ ବ୍ୟବହାର କରିବାର ସର୍ବନିମ୍ନ ବୟସ ୧୬ କରିବାକୁ ସେ ଆଇନ ଆଣିବାକୁ ଚିନ୍ତା କରୁଥିବା ଆଜି କହିଛନ୍ତି।

Advertisment

ମୋବାଇଲ ଓ ସୋଶାଲ ମିଡ଼ିଆ ଛାଡ଼ି ଅଷ୍ଟ୍ରେଲିଆର ଛୁଆମାନେ ଖେଳକୁଦ ଓ ନାଚଗୀତରେ ସମୟ ଦିଅନ୍ତୁ ବୋଲି ସେ ଚାହୁଁଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବାନିଜ କହିଛନ୍ତି, ମୁଁ ଛୁଆମାନଙ୍କୁ ମୋବାଇଲ ଓ ସୋଶାଲ ମିଡିଆରୁ ଦୂରେଇ ରୁହନ୍ତୁ ବୋଲି ଚାହୁଁଛି। ସେମାନେ ପଡ଼ିଆରେ ଖେଳାଖେଳି କରନ୍ତୁ। ସୁଇମିଂ ପୁଲରେ ପହଁରନ୍ତୁ। ଟେନିସ୍ କୋର୍ଟରେ ଖେଳନ୍ତୁ। ସେମାନେ ବାସ୍ତବ ଜୀବନ ବଞ୍ଚନ୍ତୁ। କାରଣ ଆମେ ଜାଣିଛନ୍ତି ସୋଶାଲ ମିଡିଆ ସମାଜର କ୍ଷତି କରୁଛି। ଏହା ପିଲାଙ୍କ ମାନସିକ ସ୍ୱାସ୍ଥ୍ୟାବସ୍ଥା ଉପରେ ପ୍ରଭାବ ପକାଉଛି।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଏହି ଚିନ୍ତା ବାସ୍ତବରେ ରୂପାୟନ ହୋଇପାରିବ ନା ନାହିଁ, ସେ ନେଇ ଦ୍ୱନ୍ଦ୍ୱ ଦେଖାଯାଇଛି। ବୈଷୟିକ ଦୃଷ୍ଟି କୋଣରୁ ଏହାକୁ ବାସ୍ତବରେ ରୋକା ଯାଇପାରିବ ନା ନାହିଁ, ତାହା ଏକ ବଡ଼ ପ୍ରଶ୍ନ। ଅଷ୍ଟ୍ରେଲିଆର ବିରୋଧୀ ଦଳ ନେତା ପିଟର ଡଟନ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ମତକୁ ସମର୍ଥନ କରିଛନ୍ତି। କିନ୍ତୁ ଏହାକୁ କେହି କେହି ଅବାସ୍ତବ କହିଛନ୍ତି। ସେହିପରି ଆଉ କେହି କେହି ଏମିତି କରି ପିଲାମାନଙ୍କୁ ଟେକ୍ନୋଲୋଜିଠାରୁ ଦୂରେଇ ରଖାଯିବାକୁ ପ୍ରୟାସ କରାଯାଉଥିବା କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe