/odisha-reporter/media/post_attachments/uploadimage/library/16_9/16_9_0/Blast_1726585627.jpg)
Blast
ଲେବାନନରେ ଘଟିଛି ଭୟଙ୍କର ଘଟଣା। ଆମେରିକା ଓ ୟୁରୋପୀୟ ଦେଶ ଦ୍ୱାରା ଆତଙ୍କବାଦୀ ସଂଗଠନର ମାନ୍ୟତା ପାଇଥିବା ହେଜବୁଲ୍ଲାର ସଦସ୍ୟଙ୍କୁ ଟାର୍ଗେଟ କରି ହୋଇଛି ଆକ୍ରମଣ। ହେଜବୁଲ୍ଲାର ସଦସ୍ୟମାନେ ଯୋଗାଯୋଗ ପାଇଁ ବ୍ୟବହାର କରୁଥିବା ଶତାଧିକ ପେଜର ଆଜି ଏକାଥରେ ବିସ୍ଫୋରଣ ହୋଇଛି। ଫଳରେ ପୂରା ଲେବାନନରେ ଆତଙ୍କ ଖେଳି ଯାଇଛି।
ହେଜବୁଲ୍ଲାର ନିଜସ୍ୱ ଟେଲିକମ୍ୟୁନିକେସନ ବ୍ୟବସ୍ଥା ହେଉଛି ପେଜର। ସଂଗଠନ ପକ୍ଷରୁ ସଦସ୍ୟମାନଙ୍କୁ ମୋବାଇଲ ଫୋନ ବଦଳରେ ପେଜର ଦ୍ୱାରା କଥାବାର୍ତ୍ତା ହେବାକୁ କୁହାଯାଏ। ଏବେ ଉକ୍ତ ପେଜରଗୁଡ଼ିକୁ ଟାର୍ଗେଟ କରାଯାଇଛି।
ଏହି ଏକାକଳୀନ ବିସ୍ଫୋରଣ ଯୋଗୁ ଏଯାଏ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହେଜବୁଲ୍ଲା ସଦସ୍ୟଙ୍କ ସହ ୨୭୫୦ ସାଧାରଣ ଲୋକ ଆହତ ହୋଇଛି।
ବିସ୍ଫୋରଣ ଯୋଗୁ ମାର୍କେଟ କମ୍ପ୍ଲେକ୍ସ ଠାରୁ ଆରମ୍ଭ କରି ପରିବା ମାର୍କେଟ ଦୋହଲି ଯାଇଛି। ଗୋଟିଏ ପରିବାର ମାର୍କେଟରେ ଭିଡ଼ ଥିବା ବେଳେ କେମିତି ବିସ୍ଫୋରଣ ହେଉଛି, ତା’ର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ବିସ୍ଫୋରଣରେ ଲେବାନନରେ ଅବସ୍ଥାପିତ ଇରାନର ଆମ୍ବାସାଡର ମୋଜତାବା ଅମାନି ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି।
ରୟଟର୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ, ହେଜବୁଲ୍ଲାର ଜଣେ ଅଧିକାରୀ କହିଛନ୍ତି ଯେ ପେଜର୍ସରେ ଏପରି ବିସ୍ଫୋର ସାଂଘାତିକ ସୁରକ୍ଷା ତ୍ରୁଟି। ଇସ୍ରାଏଲ ପକ୍ଷରୁ ସଂଗଠନର ପେଜରଗୁଡ଼ିକୁ ଟାର୍ଗେଟ କରାଯାଇଥିବା ଅଧିକାରୀ ଜଣଙ୍କ ଅଭିଯୋଗ କରିଛନ୍ତି।
क्या नए तरीक़े का हमला है ये!
लेबनान के दाहिया में हिज़बुल्ला के पेजर नेटवर्क में इज़राइल ने सेंध लगा कर एक साथ कई पेजरों में धमाका कर दिया। क़रीब 12 सौ लोग घायल हुए हैं। घायलों में लेबनान में ईरान के राजदूत भी शामिल बताए जा रहे हैं। pic.twitter.com/tqX91DwXiX
— Umashankar Singh उमाशंकर सिंह (@umashankarsingh) September 17, 2024
ଇରାନ ଓ ଲେବାନନ ସମର୍ଥିତ ସଂଗଠନ ହେଜବୁଲ୍ଲା ଏବେ ଇସ୍ରାଏଲ ସହ ଲଢ଼େଇ କରିଛି। ଗତବର୍ଷ ଅକ୍ଟୋବର ମାସରୁ ଇସ୍ରାଏଲ ଗାଜାରେ ଆକ୍ରମଣ କରିବା ଦିନ ଠାରୁ ହେଜବୁଲ୍ଲା ମଧ୍ୟ ସକ୍ରିୟ ହୋଇଛି। ଏବେ ସ୍ଥିତି ଅତ୍ୟନ୍ତ ସାଂଘାତିକ ସ୍ଥିତିରେ ପହଞ୍ଚି ଯାଇଛି।
ତେବେ ବିସ୍ଫୋରଣ ସମ୍ପର୍କରେ ଇସ୍ରାଏଲ ସେନା ପକ୍ଷରୁ କୌଣସି ପ୍ରକାରର ପ୍ରତିକ୍ରିୟା ପ୍ରକାଶ ପାଇନି।
ବିସ୍ଫୋରଣ ପରେ ଲେବାନନର ରାଜଧାନୀ ବିରୁଟର ଦକ୍ଷିଣ ଉପକଣ୍ଠ ଅଞ୍ଚଳକୁ ଆମ୍ବୁଲାନ୍ସ ଗୁଡ଼ିକ ଯାଇଛି। ଏଠାରେ ହେଜବୁଲ୍ଲା ସବୁଠାରୁ ଅଧିକ ସକ୍ରିୟ। ଦକ୍ଷିଣ ପ୍ରାନ୍ତରେ ଥିବା ପେଜରଗୁଡ଼ିକରେ ମଧ୍ୟ ବିସ୍ଫୋରଣ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
