Advertisment

ଟିମ ୱାଲଜ ଉପ ରାଷ୍ଟ୍ରପତି ପ୍ରାର୍ଥୀ, ଘୋଷଣା କଲେ କମଲା ହାରିସ୍‌

ଡେମୋକ୍ରାଟିକର ଉପ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଦୌଡ଼ରେ ୱାଲଜଙ୍କ ବ୍ୟତୀତ ପେନସଲଭାନିଆର ଗଭର୍ଣ୍ଣର ଜୋସ୍ ଶାପିରୋ ମଧ୍ୟ ରହିଥିଲେ। ତେବେ କମଲା ହାରିସ ତାଙ୍କ ରନିଂ ମେଟ ଭାବେ ୱାଲଜଙ୍କୁ ବାଛିଛନ୍ତି।

Tim Walz

Tim Walz

Advertisment

ଡେମୋକ୍ରାଟିକ ପାର୍ଟିର ଉପ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ଟିମ୍ ୱାଲଜ। ସେ ଆମେରିକାର ଉପ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢ଼ିବେ ବୋଲି ଆଜି ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ ଘୋଷଣା କରିଛନ୍ତି।

Advertisment

ବାଇଡେନ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟାରୁ ଓହରି ଗଲା ପରେ କମଲା ହାରିସଙ୍କୁ ଦଳ ପ୍ରାର୍ଥୀ କରିଥିଲା। ଏବେ ସେ ତାଙ୍କ ରନିଂ ମେଟ ଭାବେ ଟିମ ୱାଲଜଙ୍କୁ ଚୟନ କରିଛନ୍ତି। ୱାଲଜ ଏବେ ମିନ୍ନେସୋଟାର ଗଭର୍ଣ୍ଣର ଭାବେ କାର୍ଯ୍ୟ କରୁଛନ୍ତି। ଚଳିତ ସପ୍ତାହରେ କମଲା ହାରିସ ନିର୍ବାଚନ ପ୍ରଚାର କରିବା ସମୟରେ ଏଣିକି ତାଙ୍କ ସହ ଟିମ୍ ୱାଲଜ ମଧ୍ୟ ନଜର ଆସିବେ।

ଡେମୋକ୍ରାଟିକର ଉପ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଦୌଡ଼ରେ ୱାଲଜଙ୍କ ବ୍ୟତୀତ ପେନସଲଭାନିଆର ଗଭର୍ଣ୍ଣର ଜୋସ୍ ଶାପିରୋ ମଧ୍ୟ ରହିଥିଲେ। ତେବେ କମଲା ହାରିସ ତାଙ୍କ ରନିଂ ମେଟ ଭାବେ ୱାଲଜଙ୍କୁ ବାଛିଛନ୍ତି।

Advertisment

ରିପବ୍ଲିକାନର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ ଓ କମଲା ହାରିସଙ୍କୁ ସମାଲୋଚନା କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ୱାଲଜ ଖୋଲାଖୋଲି ଭାବେ ବାଇଡେନଙ୍କ ରାଷ୍ଟ୍ରପତି ପ୍ରାର୍ଥିତ୍ୱକୁ ସମର୍ଥନ କରିଥିଲେ। ବାଇଡେନ ରାଷ୍ଟ୍ରପତି ଦୌଡ଼ରୁ ଓହରିଯିବା ପରେ ଟିମ୍ ୱାଲଜ ଦିନକ ପରେ ହିଁ କମଲା ହାରିସଙ୍କୁ ସମର୍ଥନ କରିଥିଲେ। ଏଥିସହ ଟ୍ରମ୍ପଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ।

ରାଜନୀତିକୁ ଆସିବା ପୂର୍ବରୁ ଟିମ୍ ୱାଲଜ୍ ମିନ୍ନେସୋଟାର ମାନକାଟୋରେ ଗୋଟିଏ ହାଇସ୍କୁଲରେ ଶିକ୍ଷକ ଓ ଫୁଟବଲ୍ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ସେ ୨୪ ବର୍ଷୀ ଧରି ଆର୍ମି ନ୍ୟାସନାଲ ଗାର୍ଡରେ କାର୍ଯ୍ୟ କରିଥିଲେ ଓ ମାଷ୍ଟର ସର୍ଜେଣ୍ଟ ଭାବରେ ଅବସର ନେଇଥିଲେ। ସେ ୧୯୯୯ରୁ ସମଲିଙ୍ଗୀ ବ୍ୟବସ୍ଥାକୁ ସମର୍ଥନ କରି ଆସୁଛନ୍ତି।

ୱାଲଜ ଲୁଥେରାନ ଧର୍ମରୁ ଆସିଛନ୍ତି। ମିନ୍ନେସୋଟାରେ ଏହି ଧର୍ମର ଲୋକଙ୍କ ସଂଖ୍ୟା ୨୦%। ତାଙ୍କର ରାଜନୀତିକ ଯାତ୍ରା ୨୦୦୬ରୁ ଆରମ୍ଭ ହୋଇଥିଲା। ରିପବ୍ଲିକାନ କଂଗ୍ରେସିଆଲ ଡିଷ୍ଟ୍ରିକର ଗୋଟିଏ ଆସନରୁ ସେ ଆମେରିକା ପ୍ରତିନିଧି ସଭାକୁ ନିର୍ବାଚିତ ହୋଇଥିଲେ।

ଏହି ପଦରେ ସେ ୨୦୧୬ ଯାଏ ରହିଥିଲେ। ଏହାପରେ ସେ ଗଭର୍ଣ୍ଣର ପଦ ପାଇଁ ନିର୍ବାଚନ ଲଢ଼ିଥିଲେ। ୨୦୧୮ରେ ସେ ପ୍ରଥମଥର ଓ ୨୦୨୨ରେ ଦ୍ୱିତୀୟ ଥର ପାଇଁ ଗଭର୍ଣ୍ଣର ହୋଇଥିଲେ।

Joe Biden USA Kamala Harris
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe