Advertisment

ଜନ୍ମ ହାର ବୃଦ୍ଧି ପାଇଁ ଡେଟିଂ ଆପ୍ ଲଞ୍ଚ୍ କରିବ ଜାପାନ, ଖୁସିବ୍ୟକ୍ତ କଲେ ଏଲନ ମସ୍କ

ଜାପାନ ସରକାର ଦେଶରେ ଜନ୍ମ ହାର ବୃଦ୍ଧି କରିବା ପାଇଁ ଡେଟିଂ ଆପ୍ ଲଞ୍ଚ୍ କରିବାକୁ ଘୋଷଣା କରିଛନ୍ତି।

author-image
Debibandita Barick
Elon Musk

Elon Musk

ଜନ୍ମ ହାର ବୃଦ୍ଧି ପାଇଁ ଜାପାନ ସରକାର ନେଇଛନ୍ତି ପଦକ୍ଷେପ। ଏଥିପାଇଁ ସରକାରଙ୍କ ପକ୍ଷରୁ ଡେଟିଂ ଆପ୍ ଲଞ୍ଚ୍ ହେବାକୁ ଯାଉଛି, ଯାହାକୁ ଖୁବ୍ ପ୍ରଶଂସା କରିଛନ୍ତି ବିଶ୍ୱର ଅରବପତି ଏଲନ ମସ୍କ।

Advertisment

୧୧ଟି ସନ୍ତାନର ବାପା ମସ୍କ ପୂର୍ବରୁ ଅନେକ ଥର ଜନସାଧାରଣଙ୍କୁ ଅଧିକ ସନ୍ତାନ ପ୍ରାପ୍ତ କରିବାକୁ ଅନୁରୋଧ କରିଆସିଛନ୍ତି। ବର୍ତ୍ତମାନ ଏ ଦିଗରେ ଜାପାନ ସରକାର ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି ମସ୍କ।

ଏନେଇ ଜାପାନ ସରକାର ସୋଶାଲ ମିଡିଆ ଏକ୍ସରେ କରିଥିବା ଏକ ପୋଷ୍ଟରେ କମେଣ୍ଟ କରି ମସ୍କ କହିଛନ୍ତି, "ମୁଁ ଖୁସି ଯେ ଜାପାନ ସରକାର ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱକୁ ଗ୍ରହଣ କରିଛନ୍ତି। ଯଦି ଏଥିପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ, ଆଗକୁ ଜାପାନ ସମେତ ଅନ୍ୟାନ୍ୟ ଦେଶ ବି ଲୋପ ପାଇଯିବ।"

Advertisment

ଖବର ଅନୁଯାୟୀ, ଜାପାନ ସରକାର ଦେଶରେ ଜନ୍ମ ହାର ବୃଦ୍ଧିକୁ ନେଇ ଚିନ୍ତାପ୍ରକଟ କରିବା ସହ ଏଥିପାଇଁ ଡେଟିଂ ଆପ୍ ଲଞ୍ଚ୍ କରିବାକୁ ଯାଉଛନ୍ତି। କିଛି ଦିନ ମଧ୍ୟରେ ଡେଟିଂ ଆପ୍ ଲଞ୍ଚ୍ କରିବା ନେଇ ଜଣେ ଅଧିକାରୀ ନ୍ୟୁଜ୍ ଏଜେନ୍ସି AFPକୁ କହିଛନ୍ତି।

ଏଥିପାଇଁ ଉପଭୋକ୍ତାମାନେ ଡକ୍ୟୁମେଣ୍ଟେସନ ଦାଖଲ କରିବେ। ଯଦି ସେମାନେ ଆଇନଗତ ଭାବରେ ଅବିବାହିତ ଏବଂ ବିବାହ କରିବାକୁ ଇଚ୍ଛୁକ ତେବେ ଆପରେ ପଞ୍ଜୀକରଣ କରିପାରିବେ। 

Elon Musk Dating App Birth Ratem Japan Govt