୧୬୦ ସ୍କୁଲ ଝିଅଙ୍କ ପାଇଁ ଖୋଳା ଯାଇଥିବା କବର
Middle East War Updates: ଶନିବାର ଠାରୁ ଇରାନ ଉପରେ ଇସ୍ରାଏଲ ଓ ଆମେରିକାର ଆକ୍ରମଣ ଜାରି ରହିଛି। ଶନିବାରୁ ଠାରୁ ଇତି ମଧ୍ୟରେ ଦୁଇ ଦେଶ ପକ୍ଷରୁ ଇରାନ ଉପରେ ହୋଇଥିବା ହମଲାରେ ୭୮୭ ଜଣଙ୍କ ମୃତ୍ୟୁ ହେଲାଣି। ମୃତକଙ୍କ ମଧ୍ୟରେ ଗୋଟିଏ ବାଳିକା ସ୍କୁଲର ୧୬୦ ଜଣ ଛାତ୍ରୀ ମଧ୍ୟ ରହିଛନ୍ତି। ଶନିବାର ମିନାବ ଠାରେ ଇସ୍ରାଏଲ ଓ ଆମେରିକା କରିଥିବା ଏୟାର ଷ୍ଟ୍ରାଇକରେ ଗୋଟିଏ ସ୍କୁଲ ଧ୍ୱଂସ ହୋଇ ଯାଇଥିଲା। ଏଥିଯୋଗୁ ୧୬୦ ଜଣ ଛୋଟ ଝିଅଙ୍କ ମୃତ୍ୟୁ ହୋଇଛି।
ଆଜି ସେମାନଙ୍କୁ ପୂରା ଇରାନ ଦୁଃଖଦ ବିଦାୟ ଜଣାଇଛି। ଆଜି ଅନୁଷ୍ଠିତ ସାମୂହିକ ବିଦାୟ ଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଥିଲେ। ସେମାନେ ଆମେରିକା ବିରୋଧରେ ନାରାବାଜୀ କରି ୧୬୦ ଜଣ ଛୋଟ ଝିଅଙ୍କୁ ବିଦାୟ ଜଣାଇଛନ୍ତି। ସମସ୍ତଙ୍କୁ ଗୋଟିଏ ସ୍ଥାନରେ ୧୬୦ଟି କବର ଖୋଳି ଅନ୍ତିମ ବିଦାୟ ଦିଆଯାଇଛି। ଏହାର ଫଟୋକୁ ମଧ୍ୟ ଇରାନ ପକ୍ଷରୁ ସାର୍ବଜନୀନ କରାଯାଇଛି।
ଇରାନୀୟ ରେଡ କ୍ରେସେଣ୍ଟର ରିପୋର୍ଟ ଅନୁସାରେ, ସୋମବାର ସୁଦ୍ଧ ଆମେରିକା-ଇସ୍ରାଏଲ ହମଲା ଯୋଗୁ ୫୫୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଜି ଏହି ସଂଖ୍ୟା ୭୮୭ରେ ପହଞ୍ଚିଛି। ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ମଧ୍ୟ ହୋଇଛନ୍ତି।
ଭୟଙ୍କର ବିଭୀଷିକା ସତ୍ତ୍ୱେ ଆଜି କ୍ରମାଗତ ୪ର୍ଥ ଦିନରେ ମଧ୍ୟ ଆମେରିକା ଓ ଇସ୍ରାଏଲ ସେନା ଇରାନର ବିଭିନ୍ନ ସହରରେ ଆକ୍ରମଣ ଜାରି ରଖିଛନ୍ତି। ତେଣୁ ଆଗକୁ ଆହୁରି ଲୋକଙ୍କ ଜୀବନ ଯିବାର ଆଶଙ୍କା ଥିବା ସଂସ୍ଥା ପକ୍ଷରୁ ଆକଳନ କରାଯାଇଛି।
ଇସ୍ରାଏଲ ଓ ଆମେରିକା ହମଲା କରୁଥିବା ବେଳେ ଇରାନ ମଧ୍ୟ ଏହାର ପାଲଟା ଜବାବ ଦେବାକୁ ପଛାଇ ନାହିଁ। ଇରାନ ପକ୍ଷରୁ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଥିବା ଆମେରିକାର ଦୂତାବାସ ଓ ସେନା ଠିକଣାକୁ ନିୟମିତ ଟାର୍ଗେଟ କରି ଚାଲିଛି। ସେହିପରି କେନ୍ଦ୍ରୀୟ ଇସ୍ରାଏଲକୁ ମଧ୍ୟ ଇରାନ ବାଲାଷ୍ଟିକ ମିସାଇଲ ଦ୍ୱାରା ଟାର୍ଗେଟ କରିଛି। ଏହାକୁ ନେଇ ମଧ୍ୟପ୍ରାଚ୍ୟର ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/03/03/iran3-2026-03-03-17-27-18.jpg)