Advertisment

Tomatoes vanish: ନାମ ନେଲା ପାକିସ୍ତାନ: ଟମାଟୋ ପାଇଁ ବିକଳ, ଦାମ ଶୁଣି ସମସ୍ତେ ସ୍ତବ୍ଧ

ସୀମା ବନ୍ଦ ହେବା ପୂର୍ବରୁ ପାକିସ୍ତାନ ୮୦ରୁ ୧୨୦ ଟ୍ରକ ଟମାଟୋ ଆଫଗାନିସ୍ତାନରୁ ଆମଦାନୀ କରୁଥିଲା। ଏବେ ଇରାନ ଓ ସ୍ୱାଟ(ପାକିସ୍ତାନ)ରୁ ଦୈନିକ ୧୦ରୁ ୧୫ ଟ୍ରକ ଟମାଟୋ ଆସୁଛି।

Tamatos

ଟମାଟୋ

Advertisment

ପଡ଼ୋଶୀ ଆଫଗାନିସ୍ତାନ ସହ ଲଢ଼େଇ କରି ନାମ ନେଇଛି ପାକିସ୍ତାନ। ସାମରିକ ବିବାଦର ପ୍ରଭାବ ପାକିସ୍ତାନ(Pakistan)ର ଅର୍ଥନୀତି ଉପରେ ପଡ଼ିଛି। ଏବେ ପାକିସ୍ତାନୀ ଟମାଟୋ ପାଇଁ ବିକଳ ହେଉଛନ୍ତି। ବଜାରରୁ ଗାଏବ ହୋଇଛି ପାକିସ୍ତାନୀଙ୍କ ଅତିପ୍ରିୟ ଟମାଟୋ। କାଁଭାଁ ବଜାରରେ ଟମାଟୋ ମିଳୁଥିବା ବେଳେ ଏହାର ଦାମ ଶୁଣି ସମସ୍ତେ ବେହୋସ ହୋଇଯାଉଛନ୍ତି।    

Advertisment

ଆଫଗାନ ସହ ବିବାଦ କାରଣରୁ ଅକ୍ଟୋବର ୧୧ରୁ ପ୍ରମୁଖ ସୀମାନ୍ତ ଅଞ୍ଚଳ ଓ ବାଣିଜ୍ୟ ବନ୍ଦ ରହିଛି। ଏଥିଯୋଗୁ ପ୍ରତିଟି ପାକିସ୍ତାନୀଙ୍କ ରୋଷେଇ ଘରେ ଓ ପ୍ରତଟି ଆଇଟମରେ ବ୍ୟବହାର ହେଉଥିବା ଟମାଟୋ ଠିକ ଭାବେ ମିଳୁନାହିଁ। ଏହାର ଦାମ ମଧ୍ୟ ଆକାଶ ଛୁଆଁ ହୋଇଛି। ଯୁଦ୍ଧ ପରେ ଟମାଟୋର କେଜି ପିଛା ଦାମ ହୁହୁ ହୋଇ ବଢ଼ି ଯାଇଛି। 

ପାକିସ୍ତାନରେ ଏବେ ଟମାଟୋ(Tomato) କେଜି ପିଛା ୬୦୦ ପାକିସ୍ତାନୀ ମୁଦ୍ରା ବା ୨.୧୩ ଡଲାରରେ ବିକ୍ରି ହେଉଛି। ଚିକେନ କେଜି ପିଛା ଦାମ ଯେତିକି ଟମାଟୋ କିଲୋ ସେତିକି କିମ୍ବା ତା’ଠାରୁ ଅଧିକ ରହିଛି। ଏହା ସ୍ୱାଭାବିକ ଦାମ ଠାରୁ ପ୍ରାୟ ୫ ଗୁଣ ଅଧିକ। ଆଫଗାନିସ୍ତାନର ସାଧାରଣତଃ ଟମାଟୋ ପାକିସ୍ତାନକୁ ଆସିଥାଏ। ବିବାଦ କାରଣରୁ ସପ୍ଲାଏ ବନ୍ଦ କରିଛି ଆଫଗାନିସ୍ତାନ। ଏଥିଯୋଗୁ ପାକିସ୍ତାନୀଙ୍କୁ ଠିକ ଭାବେ ଟମାଟୋ ମିଳିପାରୁ ନାହିଁ।

Advertisment

ଇସଲାମାବାଦରେ ରହୁଥିବା ଜଣେ ବ୍ୟକ୍ତି କହିଛନ୍ତ, “ଏହି ଟମାଟୋ ଏବେ ବେଶ ଦାମୀ ହୋଇ ଯାଇଛି। ଟମାଟୋକୁ ଆମେ ପ୍ରତିଟି ଖ୍ୟାଦ୍ୟରେ ବ୍ୟବହାର କରୁ। ଏବେ ଟମାଟୋ ଅଭାବରୁ ଆମେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛୁ।”

୨୦୨୧ରେ ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ପାକିସ୍ତାନ ସହ ପ୍ରଥମଥର ପାଇଁ ଅକ୍ଟୋବର ମାସରେ ଏତେ ବଡ଼ ସାମରିକ ବିବାଦ ହୋଇଛି। ଦୁଇ ଦେଶ ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ଯୋଗୁ ଅନେକ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ବିବାଦ କାରଣରୁ ଇସଲାମାବାଦ ଓ କାବୁଲ ପରସ୍ପର ମଧ୍ୟରେ ବାଣିଜ୍ୟ ସମ୍ପର୍କ ବନ୍ଦ କରିଦେଇଛନ୍ତି।

ତୋରଖାମ ଓ ଚମନ ଭଳି ପ୍ରମୁଖ ବ୍ୟବସାୟୀ ରାସ୍ତା ବନ୍ଦ ରହିଥିବାରୁ ଯାତାୟାତ ଠପ ହୋଇଯାଇଛି। ଦୁଇ ଦେଶ ମଧ୍ୟରେ ସମସ୍ତ ବାଣିଜ୍ୟ ଓ ସାଧାରଣ ଯାତାୟାତ ବନ୍ଦ ଥିବାରୁ ଏହାର ପ୍ରଭାବ ମାର୍କେଟ ଉପରେ ପଡ଼ିଛି। ତୋରଖାନ ଓ ଚମନ ନିକଟରେ ୫ ହଜାର କଣ୍ଟେନର ଜିନିଷ ଧରି ଛିଡ଼ା ହୋଇଛନ୍ତି। ଏଥିଯୋଗୁ ପ୍ରତିଦିନ ଉଭୟ ଦେଶ ପ୍ରାୟ ୧ ମିଲିୟନ ଡଲାର ହରାଉଛନ୍ତି।

ସତେଜ ଫଳ, ପନିପରିବା, ମିନେରାଲ୍ସ, ମେଡିସିନ, ଗହମ, ଚାଉଳ, ଚିନି, ମାଂସ ଓ ଦୁଗ୍ଧ ଜାତୀୟ ସାମଗ୍ରୀକୁ ମିଶାଇ ଦୁଇ ଦେଶ ମଧ୍ୟରେ ବାର୍ଷିକ ୨.୩ ବିଲିୟନ ଡଲାରର ବ୍ୟବସାୟ ହୋଇଥାଏ। ହେଲେ ଏବେ ସେସବୁ ଠପ ହୋଇଯାଇଛି।

ସୀମା ବନ୍ଦ ରହିଥିବାରୁ ସାଧାରଣ ପାକିସ୍ତାନୀ ଦରଦାମ ବୃଦ୍ଧିର ଚାପ ଅନୁଭବ କରୁଛନ୍ତି। ଇସଲାମାବାଦର ଜି-୯ ପରିବା ମାର୍କେଟରେ ଜଣେ ପାକିସ୍ତାନୀ କହିଛନ୍ତି, “ଏବେ ସବୁ କିଛି ଅଧିକ ଦାମ ହୋଇଯାଇଛି। ଆମେ କିଛି ବି ବୁଝି ପାରୁନୁ। ଦାମ ଶୁଣି ମୁଣ୍ଡ ବୁଲାଇ ଦେଉଛି। ଦୈନନ୍ଦିନ ବ୍ୟବହାର ଜିନିଷର ଦାମ ବଢ଼ୁଥିବାରୁ ଆମେ ସମସ୍ୟାର ସମ୍ମୁଖୀନ ହେଉଛୁ।”

ନୁସରତ ଜେହାନ ନାମକ ଜଣେ ମହିଳା କହିଛନ୍ତି ଯେ ସେ ଗୋଟିଏ କେଜି ଟମାଟୋ ପାଇଁ ୪୦୦ ପିକେଆର ଦେଇଛନ୍ତି। ଏହା ଦିନକ ତଳେ ବହୁତ କମ ରହିଥିଲେ। ସୀମା ବନ୍ଦ ଯୋଗୁ ସମ୍ଭବତଃ ଦାମ ବଢ଼ିଥିବା ସେ କହିଛନ୍ତି। 

ବ୍ୟବସାୟୀଙ୍କ କହିବା କଥା ଯେ ଆଫଗାନିସ୍ତାନରୁ ରପ୍ତାନୀ ପୂରା ବନ୍ଦ ହୋଇ ଯାଇଛି। ଏବେ କେବଳ ଇରାନ, ସିନ୍ଧ ଓ କ୍ୱେଟ୍ଟାରୁ ଆସୁଛି। ଲୋକଙ୍କ ଚାହିଦା କମି ନଥିବା ବେଳେ ସପ୍ଲାଏ ହ୍ରାସ ପାଇଛି। ସପ୍ତାହକ ତଳେ ଟମାଟୋ ଦାମ ଆହୁରି ଅଧିକ ଥିଲା। କେଜି ପିଛା ୫୬୦ରୁ ୬୦୦ ପିକେଆରରେ ଏହାକୁ ଲୋକମାନେ କିଣୁଥିଲେ ବୋଲି ଜଣେ ବ୍ୟବସାୟୀ ସୂଚନା ଦେଇଛନ୍ତି। 

ଜଣେ ପାଇକରୀ ବ୍ୟବସାୟୀ ଶାପୁର ଖାନ କହିଛନ୍ତି ଯେ ସୀମା ବନ୍ଦ ହେବା ପୂର୍ବରୁ ପାକିସ୍ତାନ ୮୦ରୁ ୧୨୦ ଟ୍ରକ ଟମାଟୋ ଆଫଗାନିସ୍ତାନରୁ ଆମଦାନୀ କରୁଥିଲା। ଏବେ ଇରାନ ଓ ସ୍ୱାଟ(ପାକିସ୍ତାନ)ରୁ ଦୈନିକ ୧୦ରୁ ୧୫ ଟ୍ରକ ଟମାଟୋ ଆସୁଛି। ଏହା ଆଦୌ ଯଥେଷ୍ଟ ନୁହେଁ ବୋଲି ସେ କହିଛନ୍ତି। 

Pakistan Tomato
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe