Advertisment

ହମାସ କମାଣ୍ଡର ମୃତ, ଅକ୍ଟୋବର ୭ ଆକ୍ରମଣର ଥିଲା ମାଷ୍ଟର ମାଇଣ୍ଡ

ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ ହମାସ କମାଣ୍ଡର ଅହମ୍ମଦ ମାଷ୍ଟର ମାଇଣ୍ଡ ଥିବା ଇସ୍ରାଏଲ ସେନା କହିଛି।

Gaza Attack

Gaza Attack

Advertisment

ଗାଜାରେ ହମାସ ସ୍କ୍ୱାଡ୍ କମାଣ୍ଡରର ମୃତ୍ୟୁ। ଇସ୍ରାଏଲ ପ୍ରତିରକ୍ଷା ବାହିନୀ(IDF) ଗାଜାରେ ହମାସ ସ୍କ୍ୱାର୍ଡ କମାଣ୍ଡର ଅହମ୍ମଦ ହାସନ ସଲାମ ଅଲସାଉର୍କାରକୁ ହତ୍ୟା କରିଥିବା ଦାବି କରିଛି। ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ କମାଣ୍ଡର ଅହମ୍ମଦ ମାଷ୍ଟର ମାଇଣ୍ଡ ଥିବା ଇସ୍ରାଏଲ ସେନା କହିଛି।

Advertisment

IDF ଆକ୍ରମଣରେ ହମାସ ସ୍କ୍ୱାଡ୍ କମାଣ୍ଡର ତଥା ସ୍ନାଇପର ଅହମ୍ମଦ ହାସନ ସଲାମ ଅଲସାଉର୍କାର ମୃତ୍ୟୁ ଘଟିଥିବା ଇସ୍ରାଏଲ ସେନା ସୂଚନା ଦେଇଛି। ଏନେଇ ସେନା ଅଫିସିଆଲ ଏକ୍ସ ଆକାଉଣ୍ଟରେ ଆକ୍ରମଣ ସମୟର ଭିଡ଼ିଓ ଶେଆର କରି ସ୍ପଷ୍ଟ କରିଛି। 

ସେନା ପକ୍ଷରୁ କୁହାଯାଇଛି ଯେ, ଅଲସାଉର୍କା ଉପରେ ହୋଇଥିବା ଏହି ଆକ୍ରମଣ ଆଇଡିଏଫ ଏବଂ ଇସ୍ରାଏଲ ସୁରକ୍ଷା ଏଜେନ୍ସି (ISA) ଦ୍ୱାରା ସଂଗୃହିତ ଗୁପ୍ତଚର ଆଧାରରେ କରାଯାଇଥିଲା।

Advertisment

ପ୍ରକାଶ ଥାଉକି, ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବର୍ଷେ ହେବାକୁ ଯାଉଛି। ଗତ ବର୍ଷ ଅକ୍ଟୋବର ୭ରେ ପାଲେଷ୍ଟାଇନ ସମର୍ଥକ ହମାସ ଗୋଷ୍ଠୀ ଦକ୍ଷିଣପୂର୍ବ ଇସ୍ରାଏଲ ଅଞ୍ଚଳରେ ଅତର୍କିତ ଏୟାର ଷ୍ଟ୍ରାଇକ୍ କରିଥିଲେ। ଏଥିରେ ୧,୧୮୯ ଲୋକଙ୍କ ମୃତ୍ୟୁ ଘଟିଥିଲା।

ଏଥିସହ ଅନେକ ଲୋକଙ୍କୁ ମଧ୍ୟ ବନ୍ଦୀ କରି ନେଇଯାଇଥିଲେ ହମାସ ସଦସ୍ୟ। ଏହାପରେ ଇସ୍ରାଏଲ ପାଲଟା ଆକ୍ରମଣ ଜାରି ରଖିଛି। ଏବେ ମଧ୍ୟ ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନା ହୋଇ ପାରିନାହିଁ। ନିକଟରେ ଇସ୍ରାଏଲ ଆକ୍ରମଣରେ ରାଫାରେ ଏକାଧିକ ଶିଶୁଙ୍କ ସମେତ ୪୫ ଜଣଙ୍କ ମୃତ୍ୟୁ ଘଟିଥିଲା। 

Israel Hamas Israel-Palestine Conflict Palestine War Israel-Palestine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe