Advertisment

Middle East War: ଇରାନ ଆଇଆରଜିସିର ଟପ କମାଣ୍ଡର ଇସ୍ରାଏଲ ଷ୍ଟ୍ରାଇକରେ ମୃତ

ଇସ୍ରାଏଲ ଗଣମାଧ୍ୟମ ପାକପୌରଙ୍କ ମୃତ୍ୟୁ ଦାବି କରିଥିଲେ ହେଁ ଇରାନ ପକ୍ଷରୁ ଏ ସମ୍ପର୍କରେ କିଛି ବି ଏଯାଏ କୁହାଯାଇ ନାହିଁ। ୨୦୨୫ରେ ଆଇଆରଜିସିର କମାଣ୍ଡର ହୁସେନ ସଲାମି ନିହତ ହୋଇଥିଲେ।

IRGC

ପ୍ରାଣ ହରାଇଥିବା କମାଣ୍ଡର

Advertisment

ଇସଲାମିକ ରେଭ୍ୟୁଲୁସେନାରୀ ଗାର୍ଡ କ୍ରପ୍ସ(ଆଇଆରଜିସି)ର କମାଣ୍ଡର ମହମ୍ମଦ ପାକପୌର ଆଉ ନାହାନ୍ତି। ଇସ୍ରାଏଲ ଓ ଆମେରିକା ଆଜି ସକାଳେ କରିଥିବା ଏୟାର ଷ୍ଟ୍ରାଇକରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ଇସ୍ରାଏଲ ଗଣମାଧ୍ୟମ ଏନ୧୨ରେ ଖବର ପ୍ରକାଶ ପାଇଛି। ଇରାନର ଶକ୍ତିଶାଳୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପାକପୌର। ସେ ୨୬୦ ଦିନ ଧରି ଆଇଆରଜିସିର କମାଣ୍ଡର ଭାବେ କାର୍ଯ୍ୟ କରିଥିଲେ। 

Advertisment

ଇସ୍ରାଏଲ ଗଣମାଧ୍ୟମ ପାକପୌରଙ୍କ ମୃତ୍ୟୁ ଦାବି କରିଥିଲେ ହେଁ ଇରାନ ପକ୍ଷରୁ ଏ ସମ୍ପର୍କରେ କିଛି ବି ଏଯାଏ କୁହାଯାଇ ନାହିଁ। ୨୦୨୫ରେ ଆଇଆରଜିସିର କମାଣ୍ଡର ହୁସେନ ସଲାମି ନିହତ ହୋଇଥିଲେ। ଏହାପରେ ପାକପୌରାଙ୍କୁ ସୁପ୍ରିମ ଲିଡର ଅୟତୋଲ୍ଲା ଅଲୀ ଖାମେନେଇ ମେଜେର ଜେନେରାଲ ପାହ୍ୟାକୁ ପଦୋନ୍ନତି ଦେଇଥିଲେ। ଆଇଆରଜିସିକୁ ଅଧିକ ସୁଦୃଢ଼ କରିବା ଦାୟିତ୍ୱ ପାକପୌରଙ୍କ ଉପରେ ରହିଥିଲା। 

ଗତ ମାସରେ ମହମ୍ମଦ ପାକପୌର ନିଜେ ହିଁ ଇସ୍ରାଏଲ ଓ ଆମେରିକାକୁ ଚେତାବନୀ ଦେଇ ଇରାନ ଉପରେ ନଜର ନ ପକାଇଥିବାକୁ କହିଥିଲେ। ଇସଲାମିକ ରିପବ୍ଲିକ ପୂର୍ବାପେକ୍ଷା ଏଥର ଅଧିକ ପ୍ରସ୍ତୁତ ହୋଇ ରହିଛି ଓ ଟ୍ରିଗର ଉପରେ ଅଙ୍ଗୁଳି ରହିଥିବା ମଧ୍ୟ ଚେତାବନୀ ଦେଇଥିଲେ। ହେଲେ ଆଜି ଏୟାର ଷ୍ଟ୍ରାଇକରେ ତାଙ୍କର ମୃତ୍ୟୁ ହୋଇଥିବା ଇସ୍ରାଏଲ କହିଛି। 

Advertisment

ସୁପ୍ରିମ ଲିଡର ଅୟତୋଲ୍ଲା ଅଲୀ ଖାମେନେଇଙ୍କ ଅଫିସ ପାଖରେ ପ୍ରଥମ ଏୟାର ଷ୍ଟ୍ରାଇକ କରାଯାଇଥିଲା। ଇରାନର ରାଷ୍ଟ୍ରପତିଙ୍କ ବାସଭବନ ମଧ୍ୟକୁ ଇସ୍ରାଏଲ ଓ ଆମେରିକା ଟାର୍ଗେଟ କରିଥିଲେ। ତେବେ ଆକ୍ରମଣ ସମୟରେ ଖାମେନେଇ ସେଠାରେ ନଥିଲେ ଓ ଦେଶର ରାଷ୍ଟ୍ରପତି ମଧ୍ୟ ସଂପୂର୍ଣ୍ଣ ସୁରକ୍ଷିତ ଥିବା ଇରାନ କହିଛି।

କିନ୍ତୁ ଇସ୍ରାଏଲ ଓ ଆମେରିକା ପକ୍ଷରୁ ମିନାବ ସହରରେ ହୋଇଥିବା ଆକ୍ରମଣରେ ୪୦ ଜଣ  ସ୍କୁଲ ଛାତ୍ରୀଙ୍କ ଜୀବନ ଯାଇଛି। ଇରାନର ପାରାମିଲିଟାରୀ ରେଭ୍ୟୁଲୁସନାରୀ ଗାର୍ଡର ବେସ୍‌ ମିନାବ ଠାରେ ରହିଛି। ସେଠାରେ ଆକ୍ରମଣ କରିବା ବେଳେ ଇସ୍ରାଏଲ ଓ ଆମେରିକା ସ୍କୁଲକୁ ମଧ୍ୟ ଟାର୍ଗେଟ କରିଥିଲେ। ସ୍କୁଲଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ବେଳେ ୪୦ ଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଛି ଓ ଆଉ ୪୫ ଜଣ ଆହତ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି। ଏହି ଘଟଣା ପରେ ମଧ୍ୟପ୍ରାଚ୍ୟ(Middle East) ସ୍ଥିତି ବିଗିଡ଼ି ଯାଇଛି। 

Middle East
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe