Advertisment

ପାକିସ୍ତାର ସ୍ଥିତି କ୍ୟାନସରର ଚିକିତ୍ସା ଡିସ୍‌ପ୍ରିନରେ କରିବା ଭଳି: ଇମ୍ରାନ ଖାନ

ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି।

Imran Khan

Imran Khan

Advertisment

ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଏସବୁ ଭିତରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବଡ଼ ବୟାନ ଦେଇଛନ୍ତି। କ୍ୟାନସର ଭଳି ମାରାତ୍ମକ ରୋଗର ଚିକିତ୍ସା ଡିସପ୍ରିନ୍‌ରେ କରିବା ଭଳି ବର୍ତ୍ତମାନର ପାକିସ୍ତାନ ସ୍ଥିତି ହୋଇଛି। ଶ୍ରୀଲଙ୍କା ଯେଉଁ ସ୍ଥିତିରେ ଥିଲା, ପାକିସ୍ତାନ ବର୍ତ୍ତମାନ ସମାନ ସ୍ଥାନରେ ଥିବା ଇମ୍ରାନ ଖାନ କହିଛନ୍ତି।

Advertisment

ପାକିସ୍ତାନର ଶରିଫ ସରକାରଙ୍କୁ ଟାର୍ଗେଟ କରି ଇମ୍ରାନ ଖାନ କହିଛନ୍ତି, “ପାକିସ୍ତାନର ସ୍ଥିତି ବର୍ତ୍ତମାନ କ୍ୟାନସର ଚିକିତ୍ସା ଡିସ୍‌ପ୍ରିନରେ କରିବା ଭଳି ରହିଛି। ପାକିସ୍ତାନ ଦିନକୁ ଦିନ ଅଧିକ ସଙ୍କଟ ମଧ୍ୟକୁ ଖସୁଛି ଓ ଶ୍ରୀଲଙ୍କା ଯେଉଁ ସ୍ଥାନରେ ଥିଲା ପାକିସ୍ତାନ ସମାନ ସ୍ଥିତିରେ ରହିଛି। ଆଗକୁ ସ୍ଥିତି ଆହୁରି ବିପର୍ଯ୍ୟୟ ହେବ। ଗ୍ଲୋବାଲ ଟେଟିଂ ଏଜେନ୍ସି ଫିଚ୍‌ ପାକିସ୍ତାନର ବିଦେଶ ରେଟିଂକୁ ସିସିସିକୁ ଖସାଇଛି। ଏହାର ଅର୍ଥ ଆମେ ଶ୍ରୀଲଙ୍କା ସ୍ତରକୁ ଚାଲି ଆସିଲୁଣି।”

ଇମ୍ରାନ ଖାନ ପାକିସ୍ତାନ ମିନି ବଜେଟକୁ ମଧ୍ୟ ସମାଲୋଚନା କରିଛନ୍ତି। ସେ କହିଚନ୍ତି, “ମିନି ବଜେଟ ଲୋକଙ୍କ ଉପରେ ମୁଦ୍ରାସ୍ଫୀତି ଚାପକୁ ଆହୁରି ବୃଦ୍ଧି କରିବ। ଏହି ସମସ୍ୟାର ଗୋଟିଏ ସମାଧାନ ହେଲା ନିର୍ବାଚନ। ମୁଦ୍ରାସ୍ଫୀତି ଯୋଗୁ ଗହମ, ଅଟା, ଘିଅ, ଡାଲି, ଚିକେନ ଓ ଅନ୍ୟ ଜରୁରୀ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି। ଆମ ସମସ୍ତଙ୍କୁ ଗୋଟିଏ ଦେଶ ହୋଇ ଲଢ଼ିବାକୁ ପଡ଼ିବବ। କାରଣ ଦାସତ୍ୱର ଚେନ୍‌ କେବେ ହେଲେ ଆପେଆପେ ଛିଣ୍ଡିବ ନାହିଁ। ଏହି ଚେନ ଆମକୁ ହିଁ ଛିଣ୍ଡାଇବାକୁ ପଡ଼ିବ।”

Advertisment

ପାକିସ୍ତାନ ଅର୍ଥମନ୍ତ୍ରୀ ଈଶାକ ଦର ଆଜି ଫାଇନାନ୍ସ(ସପ୍ଲିମେଣ୍ଟାରୀ) ବିଲ୍‌ ୨୦୨୩କୁ ମିନି ବଜେଟ ଭାବେ ସଂସଦରେ ଉପସ୍ଥାନ କରିଥିଲେ।

Pakistan Imran Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe