Advertisment

Nobel Prize 2025: ରସାୟନ ବିଜ୍ଞାନରେ ସୁସୁମୁ, ରିଚାର୍ଡ ଓ ଓମାରଙ୍କୁ ନୋବେଲ୍‌

ସୁସୁମୁ କିଟାଗାୱା, ରିଚାର୍ଡ ରୋବସନ ଓ ଓମାର ୟାଘିଙ୍କୁ ନୋବେଲ ପୁରସ୍କାର ପାଇବାକୁ ମନୋନୀତ କରାଯାଇଛି। ମେଟାଲ ଅର୍ଗାନିକ ପ୍ରେମୱାର୍କକୁ ବିକଶିତ କରିବାରେ ଏହି ବୈଜ୍ଞାନିକ ସକ୍ଷମ ହୋଇଥିବାରୁ ସେମାନଙ୍କୁ ନୋବେଲ ପୁରସ୍କାର ମିଳିବ।

Nobel

୩ ନୋବେଲ ବିଜେତା

Advertisment

ଭେଷଜ ଓ ପଦାର୍ଥ ବିଜ୍ଞାପନ ପରେ ଆଜି ରସାୟନ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଠତା ପ୍ରଦର୍ଶନ ପାଇଁ ନୋବେଲ(Nobel) ବିଜେତାଙ୍କ ନାଁ ଘୋଷଣା କରାଯାଇଛି। ୨୦୨୪ ଓ ୨୦୨୩ ଭଳି ୨୦୨୫ରେ ମଧ୍ୟ ରସାୟନ ବିଜ୍ଞାନରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ମିଳିତ ଭାବେ ତିନି ଜଣ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର।

Advertisment

ସୁସୁମୁ କିଟାଗାୱା, ରିଚାର୍ଡ ରୋବସନ ଓ ଓମାର ୟାଘିଙ୍କୁ ନୋବେଲ ପୁରସ୍କାର ପାଇବାକୁ ମନୋନୀତ କରାଯାଇଛି। ମେଟାଲ ଅର୍ଗାନିକ ପ୍ରେମୱାର୍କକୁ ବିକଶିତ କରିବାରେ ଏହି ବୈଜ୍ଞାନିକ ସକ୍ଷମ ହୋଇଥିବାରୁ ସେମାନଙ୍କୁ ନୋବେଲ ପୁରସ୍କାର ମିଳିବ। 

କୁସୁମୁ ଜାପାନର କୟୋଟୋ ବିଶ୍ୱବିଦ୍ୟାଳୟରେ କାମ କରୁଥିବା ବେଳେ ରିଚାର୍ଡ ଅଷ୍ଟ୍ରେଲିଆର ମେଲବର୍ଣ୍ଣ ଓ ଓମାର ଆମେରିକାର ବେରକେଲେୟ ଠାରେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି।

Advertisment

୨୦୨୪ରେ ଡାଭିଡ ବାକେର, ଡେମିସ ହାସାବିସ ଓ ଜନ ଜମ୍ପରଙ୍କୁ ନୋବେଲ ପୁରସ୍କାର ମିଳିଥିଲା। କମ୍ପ୍ୟୁଟେସନାଲ ପ୍ରୋଟିନ ଡିଜାଇନ ପାଇଁ ଏହି ୩ ଜଣଙ୍କୁ ନୋବେଲ ଦିଆଯାଇଥିଲା। ତେବେ ପୁରସ୍କାର ବାବଦରେ ମିଳିବାକୁ ଥିବା ଅଧା ଅର୍ଥ ଏକାକୀ ଡାଭିଡ ବାକେର ନେଇଥିଲେ। 

ବାକି ଅଧା ପୁରସ୍କାର ରାଶି ଡେମିସ ଓ ଜନଙ୍କ ମଧ୍ୟରେ ସମାନ ଭାବେ ବଣ୍ଟା ଯାଇଥିଲା। ଡାଭିଡ କମ୍ପ୍ୟୁଟେସନାଲ ପ୍ରୋଟିନ ଡିଜାଇନର ଆବିଷ୍କାର କରିଥିଲେ। ଜନ ଓ ଡେମିସ ଫର ପ୍ରୋଟିନ ଷ୍ଟ୍ରକଚରାଲ ପ୍ରେଡିକସନ କରିଥିବାରୁ ସେମାନଙ୍କୁ ମଧ୍ୟ ନୋବେଲ ପାଇଁ ଚୟନ କରାଯାଇଥିଲା। 

ଏଥର କିନ୍ତୁ ୩ ବୈଜ୍ଞାନିକ ସମାନ ଭାବେ ନୋବେଲ ପୁରସ୍କାର ବାବଦ ଅର୍ଥ ବଣ୍ଟା ଯିବ ବୋଲି ଜଣାପଡ଼ିଛି। ୨୦୨୩ରେ ମଧ୍ୟ ୩ ଜଣଙ୍କୁ ରସାୟନ ବିଜ୍ଞାନରେ ନୋବେଲ ମିଳିଥିଲା। ମାଉଙ୍ଗି ଜି. ବାୱେନ୍ଦି, ଲୋଇସ୍ ଇ. ବ୍ରୁସ ଏବଂ ଆଲେକ୍ସି ଏଲ. ଏକିମୋଭଙ୍କୁ ନୋବେଲ ଦିଆଯାଇଥିଲା। ନୋବେଲ ବିଜେତାଙ୍କୁ ପୁରସ୍କାର ରାଶି ସ୍ୱରୂପ ୧୦ ନିୟୁତ ସ୍ୱିଡେନ କ୍ରୋନୋର (ପ୍ରାୟ ୯୦୦,୦୦୦ ଡଲାର) ଦିଆଯାଏ। 

ସୋମବାର ଭେଷଜ ଓ ମଙ୍ଗଳବାର ପଦାର୍ଥ ବିଜ୍ଞାନ ପାଇଁ ୩ ଜଣ ଲେଖାଏ ବୈଜ୍ଞାନିକଙ୍କୁ ୨୦୨୫ ବର୍ଷର ନୋବେଲ ପୁରସ୍କାର ପାଇଁ ଚୟନ କରାଯାଇଥିଲା। 

Nobel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe