Advertisment

Green Card: ଗ୍ରୀନ କାର୍ଡ ପାଇଁ ଡାକି ପକାଉଛନ୍ତି ହାତକଡ଼ି! ଅଡ଼ୁଆରେ ଆମେରିକା ନାଗରିକଙ୍କ ଜୀବନସାଥୀ

ଅଟକ କେନ୍ଦ୍ରରେ ଥିବା ଅଧିକାଂଶ ବ୍ରିଟିଶ ଓ ଜର୍ମାନ ନାଗରିକ। ଏପରି କି ନୂଆ କରି ମା’ ହୋଇଥିବା ମହିଳାମାନଙ୍କୁ ମଧ୍ୟ ଗିରଫ କରାଯାଇଛି। ଗ୍ରୀନ କାର୍ଡ ପାଇଁ ଅନୁଷ୍ଠିତ ହେଉଥିବା ପ୍ରତିଟି ଇଣ୍ଟରଭ୍ୟୁ ସମୟରେ ଫେଡରାଲ ଏଜେଣ୍ଟମାନେ ପହଞ୍ଚୁଛନ୍ତି ଓ ବିଦେଶୀ ଜୀବନସାଥୀଙ୍କୁ ହାତକଡ଼ି ପକାଇ ନେଇ ଯାଉଛନ୍ତି।

author-image
Hemant Lenka
delhi

ଏହି କେନ୍ଦ୍ରରୁ ଗିରଫ କରାଯାଉଛି

ଗ୍ରୀନ କାର୍ଡ ମିଳିବା ନାଁରେ ଡାକି ଲୋକଙ୍କୁ କରାଯାଉଛି ଗିରଫ। ଗ୍ରୀନ କାର୍ଡ ଇଣ୍ଟରଭ୍ୟୁ ସମୟରେ ବିଦେଶରେ ଜନ୍ମିତ ଆମେରିକା ନାଗରିକଙ୍କ ଜୀବନ ସାଥୀମାନଙ୍କୁ ଗିରଫ କରାଯାଉଛି। ଇଣ୍ଟରଭ୍ୟୁ କେନ୍ଦ୍ରରୁ ସେମାନଙ୍କ ହାତରେ ହାତକଡ଼ିରେ ପକାଇ ଅଟକ କେନ୍ଦ୍ରକୁ ନିଆଯାଉଛି।

Advertisment

ନଭେମ୍ବର ୧୨ରୁ ସାନ ଡିଏଗୋ ସ୍ଥିତ ପ୍ରବାସୀ ଅଫିସରୁ ଏପରି ଗରିଫଦାରୀ କରାଯାଉଥିବା ରିପୋର୍ଟ ପ୍ରକାଶ ପାଇଛି। ଆମେରିକା ନାଗରିକଙ୍କ ଜୀବନସାଥୀମାନଙ୍କୁ ଭିସା ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଅଟକ କିମ୍ବା ଗିରଫ କରାଯାଇଥିବା ଜଣାପଡ଼ିଛି।

ଯେଉଁ ପ୍ରବାସୀମାନେ ସ୍ଥାୟୀ ଭାବେ ଆମେରିକାରେ ରହିବେ ଓ କାମ କରିବାକୁ ହକଦାର ସେମାନଙ୍କୁ ଗ୍ରୀନ କାର୍ଡ(US Green Card) କିମ୍ବା ସ୍ଥାନୀୟ ରହଣୀ କାର୍ଡ ମିଳିଥାଏ। କିନ୍ତୁ ସାନ ଡିଏଗୋରେ ସେମାନଙ୍କ ସହ ଘଟିଥିବା ଅନୁଭୂତି ସେମାନେ କେବେ ବି ଆଶା କରି ନଥିବେ।

Advertisment

ଅଟକ କେନ୍ଦ୍ରରେ ଥିବା ଅଧିକାଂଶ ବ୍ରିଟିଶ ଓ ଜର୍ମାନ ନାଗରିକ। ଏପରି କି ନୂଆ କରି ମା’ ହୋଇଥିବା ମହିଳାମାନଙ୍କୁ ମଧ୍ୟ ଗିରଫ କରାଯାଇଛି। ଗ୍ରୀନ କାର୍ଡ ପାଇଁ ଅନୁଷ୍ଠିତ ହେଉଥିବା ପ୍ରତିଟି ଇଣ୍ଟରଭ୍ୟୁ ସମୟରେ ଫେଡରାଲ ଏଜେଣ୍ଟମାନେ ପହଞ୍ଚୁଛନ୍ତି ଓ ବିଦେଶୀ ଜୀବନସାଥୀଙ୍କୁ ହାତକଡ଼ି ପକାଇ ନେଇ ଯାଉଛନ୍ତି। 

ଷ୍ଟେଫେନ ପଲ ନାମକ ଜଣେ ବ୍ୟକ୍ତି କହିଛନ୍ତି, “ମୋତେ ଆମର ଛୁଆକୁ କାନ୍ଦୁ ଥିବା ପତ୍ନୀର କୋଳରୁ ଆଣିବାକୁ ପଡ଼ିଛି। ମୋର ବ୍ରିଟିଶ ପତ୍ନୀ କେଟଙ୍କୁ ସେମାନେ ନେଇ ଯାଇଛନ୍ତି। ପରିବାର ଠାରୁ କେଟଙ୍କୁ ଅଲଗା କରାଯିବାର କାରଣ କ’ଣ?” କେଟ ଏବେ ଅଟକ କେନ୍ଦ୍ରରେ ରହିଥିବା ବେଳେ ତାଙ୍କ ସ୍ୱାମୀ ଚାକିରିରୁ ଛୁଟି ନେଇ ଛୁଆର ଦେଖାଶୁଣା କରୁଛନ୍ତି। ସେହିପରି କେଟ କେମିତି ଅଟକ କେନ୍ଦ୍ରରୁ ମୁକୁଳିବେ, ସେନେଇ ମଧ୍ୟ ପ୍ରୟାସ କରୁଛନ୍ତି। 

କିଛି ମିଲିଟାରୀ ଭେଟରାନଙ୍କ ଜୀବନସାଥୀଙ୍କୁ ମଧ୍ୟ ଗ୍ରୀନ କାର୍ଡ ଇଣ୍ଟରଭ୍ୟୁ ବେଳେ ଉଠାଇ ନେଇ ଅଟକ ରଖାଯାଇଛି। ମିଲିଟାରୀ ଭେଟରାନଙ୍କ ସହ ଏପରି ବ୍ୟବହାରକୁ ଦେଶର ସେବା କରିଥିବା ନାଗରିକମାନେ ଗୋଟିଏ ଧୋକା ବୋଲି କହିଛନ୍ତି। ସେମାନେ ଏକଦା ଆମେରିକା ପାଇଁ ବିଦେଶ ମାଟିରେ ସେବା ଯୋଗାଇ ଦେଇଥିଲେ। କିନ୍ତୁ ଏବେ ସେମାନଙ୍କ ସହ ଦେଶ ଶତ୍ରୁଙ୍କ ଭଳି ବ୍ୟବହାର କରୁଥିବା ସେମାନେ ମତ ରଖିଛନ୍ତି।

ଆମେରିକା ପାଇଁ ୨୦ ବର୍ଷ ଧରି ନୌସେନାରେ ସେବା ଯୋଗାଇଥିବା ସାମ୍ୟୁଏ ଶାଷ୍ଟେନ ଅନେକ ମିଲିଟାରୀ ଭେଟରାନଙ୍କ ମଧ୍ୟରୁ ଜଣେ। ସେ ସାନ ଡିଏଗୋରେ ନିଜର ବ୍ୟଥା ଗଣମାଧ୍ୟମ ଆଗରେ ବଖାଣିଛନ୍ତି। କାରଣ ତାଙ୍କର ଥାଇଲ୍ୟାଣ୍ଡ ଜନ୍ମିତ ପତ୍ନୀଙ୍କୁ ଅଟକ ରଖାଯାଇଛି।

ସେ କହିଛନ୍ତି, “ଆମେ ଆମର ଦେଶର ସୁରକ୍ଷା ଓ ଦେଶର ସେବା ପାଇଁ ଯଥା ସମ୍ଭବ ସବୁ କିଛି କିରିଛୁ। ଏବେ ସେମାନେ ଆମ ସହ ଏପରି ବ୍ୟବହାର କରି ଧୋକା ଦେବା ଭଳି ଆଚରଣ କରୁଛନ୍ତି। ସତେ ଯେମିତି ଆମେ ଦେଶ ପାଇଁ କିଛି ବି କରିନୁ?” 

ବେଆଇନ ପ୍ରବାସୀଙ୍କ ବିରୋଧରେ ଟ୍ରମ୍ପ ପ୍ରଶାସନ ନେଉଥିବା କାର୍ଯ୍ୟାନୁଷ୍ଠାନର ଏହା ଅଂଶବିଶେଷ। ଏସବୁ ଭିତରେ ଜଣେ ଆଫଗାନ ନାଗରିକ ଦିନକ ତଳେ ହ୍ୱାଇଟ ହାଉସ ନିକଟରେ ଗୁଳିମାଡ଼ କରିଥିଲା।

ଏହାପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପ୍ରବାସୀ ହଟାଅ ନାରାକୁ ଆହୁରି ଜୋରଦାର କରିଛନ୍ତି। ତୃତୀୟ ବିଶ୍ୱର ଦେଶର ଲୋକଙ୍କ ଉପରେ ସେ ସଂପୂର୍ଣ୍ଣ ରୋକ ଲଗାଇବେ ବୋଲି କହିଛନ୍ତି। 

US Green Card