Advertisment

ୟୁକ୍ରେନ ପାଇଁ ଅଗଷ୍ଟ ୧୫ରେ ଟ୍ରମ୍ପ-ପୁଟିନ ଆଲୋଚନା: ଫୋକସରେ ଏହି ବୁଝାମଣା ପ୍ରସ୍ତାବ

ପୂର୍ବ ୟୁକ୍ରେନର ଡୋନବାସ ରିଜନକୁ ରୁଷ ନେବ ଓ କ୍ରିମେଆ ଅଞ୍ଚଳକୁ ନିଜ ପାଖରେ ରଖିବ। ଏହା ବଦଳରେ ଖେରସୋନ ଓ ଜାପୋରିଝଝିଆକୁ ୟୁକ୍ରେନକୁ ଫେରାଇବ।

Trump

Trump

Advertisment

ରୁଷ ଓ ୟୁକ୍ରେନ ଯୁଦ୍ଧ ୪ର୍ଥ ବର୍ଷରେ ପ୍ରବେଶ କରିବାକୁ ଯାଉଥିବା ବେଳେ ଏହାକୁ ନେଇ ସବୁ ଠାରୁ ବଡ଼ ଖବର ସାମ୍ନାକୁ ଆସିଛି। ଆସନ୍ତା ଅଗଷ୍ଟ ୧୫ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ରୁଷ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ବୈଠକ ହେବ। ଆସନ୍ତା ଶୁକ୍ରବାର ଆଲାସ୍କାରେ ହେବାକୁ ଥିବା ଏହି ବୈଠକରେ ଦୁଇ ନେତା ୟୁକ୍ରେନ ଯୁଦ୍ଧର ଭବିଷ୍ୟତ ଉପରେ ଆଲୋଚନା କରିବେ।

Advertisment

ସୋଶାଲ ମିଡିଆରେ ଟ୍ରମ୍ପ ଅଗଷ୍ଟ ୧୫ ବୈଠକ ସମ୍ପର୍କରେ ପୂରା ବିଶ୍ୱକୁ ଅବଗତ କରାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ଏହାକୁ କ୍ରମେଲିନର ଜଣେ ମୁଖପାତ୍ର ନିଶ୍ଚିତ କରିଛନ୍ତି। ତାଙ୍କ କହିବା କଥା ଯେ ଆଲାସ୍କା ରୁଷର ଅତ୍ୟନ୍ତ ନିକଟତର ହୋଇଥିବାରୁ ବୈଠକ ପାଇଁ ଏହି ସ୍ଥାନକୁ ଚୟନ କରିବା ବେଶ ତାର୍କିକ।

ରୁଷ ଓ ପୁଟିନ ୟୁକ୍ରେନ ଯୁଦ୍ଧ ବିଷୟରେ କଥା ହେବାକୁ ଯାଉଥିବା ବେଳେ କିଭ ପକ୍ଷରୁ ବଡ଼ ବୟାନ ଦିଆଯାଇଛି। ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କିଙ୍କ କହିବା କଥା ଯେ ଯେକୌଣସି ସଂକଳ୍ପରେ ୟୁକ୍ରେନକୁ ସାମିଲ କରାଯିବା ଜରୁରୀ। ଦୀର୍ଘକାଳୀନ ଶାନ୍ତି ପ୍ରତିଷ୍ଠା ପାଇଁ ସେ ସମସ୍ତ ପାର୍ଟନରଙ୍କ ସହ କାମ କରିବାକୁ ରାଜି ଥିବା କହିଛନ୍ତି।

Advertisment

ଯୁଦ୍ଧ ବନ୍ଦ ପାଇଁ ୟୁକ୍ରେନ ନିଜର କିଛି ଅଞ୍ଚଳ ଛାଡ଼ିବାକୁ ରାଜି ଥିବା ଟ୍ରମ୍ପ ସଙ୍କେତ ଦେବା ପରେ ପୁଟିନଙ୍କ ସହ ତାଙ୍କ ବୈଠକର ତାରିଖ ସ୍ଥିର ହୋଇଛି। ଟ୍ରମ୍ପ କହିଥିଲେ, “ଦୀର୍ଘ ସାଢ଼େ ୩ ବର୍ଷ ହେଲା ଯେଉଁ ଅଞ୍ଚଳକୁ ନେଇ ଯୁଦ୍ଧ ଚାଲିଛି, ଆମେ ତା’କୁ ଦେଖୁଛୁ। ଅନେକ ରୁଷୀୟ ଓ ଅନେକ ୟୁକ୍ରେନୀୟ ପ୍ରାଣ ହରାଇ ସାରିଲେ। ଏହା ଅତ୍ୟନ୍ତ ଜଟଳ ସ୍ଥିତି। ଆମେ କିଛି ଫେରାଇ ଆଣିବୁ ଓ ଆମେ କିଛିକୁ ଛାଡ଼ିବୁ। ଉଭୟ ପକ୍ଷର ଭଲ ପାଇଁ ଅଞ୍ଚଳର ଅବଳବଦଳ ମଧ୍ୟ ହୋଇପାରେ।”

ଟ୍ରମ୍ପ ଏକଥା କହିଥିଲେ ହେଁ ଅଞ୍ଚଳ ଅଦଳବଦଳ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇ ନେହାନ୍ତି। ତେବେ କୁହାଯାଉଛି ଯେ ପୂର୍ବ ୟୁକ୍ରେନର ଡୋନବାସ ରିଜନକୁ ରୁଷ ନେବ ଓ କ୍ରିମେଆ ଅଞ୍ଚଳକୁ ନିଜ ପାଖରେ ରଖିବ। ଏହା ବଦଳରେ ଖେରସୋନ ଓ ଜାପୋରିଝଝିଆକୁ ୟୁକ୍ରେନକୁ ଫେରାଇବ। ଏହି ଦୁଇ ରିଜନକୁ ଏବେ ରୁଷ ଆଶିଂକ ଭାବେ ନିଜ କବଜାରେ ରଖିଛି। ଏହି ପ୍ରସ୍ତାବ ଉପରେ ଟ୍ରମ୍ପ ଓ ପୁଟିନ ଅଗଷ୍ଟ ୧୫ରେ କଥାବାର୍ତ୍ତା ହେବେ ବୋଲି କୁହାଯାଉଛି।

କୁହାଯାଉଛି ଯେ ସମାନ ପ୍ରସ୍ତାବ ନିକଟରେ ପୁଟିନଙ୍କ ପକ୍ଷରୁ ଟ୍ରମ୍ପଙ୍କ ରାଷ୍ଟ୍ରଦୂତ ଷ୍ଟେଭ ୱିଟକୋଫଙ୍କୁ ମସ୍କୋରେ ଭେଟିବା ବେଳେ ଦିଆଯାଇଥିଲା। କିନ୍ତୁ ୟୁକ୍ରେନ ଓ ୟୁରୋପୀୟ ସହଯୋଗୀମାନେ ଏହାକୁ ଗ୍ରହଣ କରୁଛନ୍ତି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

Donald Trump Vladimir Putin Ukraine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe