Advertisment

Donald Trump: ଟ୍ରମ୍ପଙ୍କୁ ପୁଣି ହତ୍ୟା ଉଦ୍ୟମ: ଛୋଟ ଶିଢ଼ିରେ ବିମାନ ଚଢ଼ିଲେ, ମିଳିଲା ସ୍ନିପରର ସନ୍ଧାନ

ସ୍ନିପର ସେଟ୍‌ ବା ବସାକୁ ଯେଉଁଠାରୁ ଠାବ କରାଯାଇଛି, ସେଠାରୁ ରାଷ୍ଟ୍ରପତିଙ୍କ ବିମାନ ଚଢ଼ିବା ଓ ଓହ୍ଲାଇବା ଦୃଶ୍ୟ ସ୍ପଷ୍ଟ ଭାବେ ଦେଖାଯାଉଛି। ତେଣୁ ସେଠାରେ ରହି କେହି ଟ୍ରମ୍ପଙ୍କୁ ଟାର୍ଗେଟ କରିବାକୁ ଚାହୁଁଥିବା ସୁରକ୍ଷାକର୍ମୀମାନେ ଆଶଙ୍କା କରିଛନ୍ତି।

author-image
Hemant Lenka
Donald-Trump

ଡୋନାଲ୍ଡ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ(Donald Trump)ଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ନିର୍ବାଚନ ପ୍ରଚାର ବେଳେ ତାଙ୍କୁ ଏକଦା ଗୁଳି ମାଡ଼ ହୋଇଥିଲା। ଏବେ ପୁଣି ତାଙ୍କୁ ହତ୍ୟା କରିବା ପାଇଁ ଚାଲିଛି ଯୋଜନା।

Advertisment

ଏପରି ସୂଚନା ମିଳିବା ପରେ ଟ୍ରମ୍ପଙ୍କ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ପାଲମ ବିଚ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଟ୍ରମ୍ପ ପାରମ୍ପରିକ ବଡ଼ ଶିଢ଼ି ବଦଳରେ ଛୋଟ ଶିଢ଼ି ଦ୍ୱାରା ଏୟାର ଫୋର୍ସ ୱାନ ବିମାନରେ ଚଢ଼ିଛନ୍ତି। 

ସିକ୍ରେଟ ସିର୍ଭିସ ଏୟାର ପୋର୍ଟ ନିକଟରୁ ଗୋଟିଏ ସ୍ନିପର ସେଟ୍‌ ଠାବ କରିବା ପରେ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଛି। ସ୍ନିପର ସେଟ୍‌ ବା ବସାକୁ ଯେଉଁଠାରୁ ଠାବ କରାଯାଇଛି, ସେଠାରୁ ରାଷ୍ଟ୍ରପତିଙ୍କ ବିମାନ ଚଢ଼ିବା ଓ ଓହ୍ଲାଇବା ଦୃଶ୍ୟ ସ୍ପଷ୍ଟ ଭାବେ ଦେଖାଯାଉଛି। ତେଣୁ ସେଠାରେ ରହି କେହି ଟ୍ରମ୍ପଙ୍କୁ ଟାର୍ଗେଟ କରିବାକୁ ଚାହୁଁଥିବା ସୁରକ୍ଷାକର୍ମୀମାନେ ଆଶଙ୍କା କରିଛନ୍ତି। ଏହି କାରଣରୁ ଟ୍ରମ୍ପଙ୍କ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। 

Advertisment

ଏଫବିଆଇ ନିର୍ଦ୍ଦେଶକ କାଶ ପଟେଲ କହିଛନ୍ତି, ରାଷ୍ଟ୍ରପତିଙ୍କ ପଶ୍ଚିମ ପାଲମ ବିଚ୍‌କୁ ଫେରିବା ପୂର୍ବରୁ ସିକ୍ରେଟ ସର୍ଭିସ ଗୋଟିଏ ଅତ୍ୟାଧୁନିକ ହଣ୍ଟିଂ ଷ୍ଟାଣ୍ଡ ଠାବ କରିଛି। ଏହା ଏୟାର ଫୋର୍ସ ୱାନ ଲ୍ୟାଣ୍ଡିଂ ଜୋନର ପୂରା ସିଧାରେ ରହିଥିଲା। ତେବେ କୌଣସି ବ୍ୟକ୍ତିଙ୍କୁ ସେଠାରୁ ଠାବ କରାଯାଇ ନାହିଁ। ବର୍ତ୍ତମାନ ଏଫବିଆଇ ଘଟଣାର ତଦନ୍ତ କରୁଛି।

ଘଟଣା ସ୍ଥଳରୁ ସବୁ ପ୍ରକାରର ପ୍ରମାଣ ସଂଗ୍ରହ କରାଯାଇଛି। ଯଦିଓ ଘଟଣା ସ୍ଥଳରୁ କୌଣସି ଗୁଳିଗୋଳା କିମ୍ବା ବିସ୍ଫୋରକ ଜବତ ହୋଇନାହିଁ, କିନ୍ତୁ ସ୍ନିପର ସରଞ୍ଜାମର ଉପସ୍ଥିତି ଯୋଗୁ ରାଷ୍ଟ୍ରପତୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରାଯାଇଥିଛି।

କାଠରେ ତିଆରି ଷ୍ଟ୍ରକଚରକୁ ଏୟାର ଫୋର୍ସ ୱାନ ପାର୍କ ହୋଇଥିବା ସ୍ଥାନ ଠାରୁ ୨୦୦ ୟାର୍ଡ ଦୂରରୁ ଠାବ କରାଯାଇଛି ବୋଲି ସେ କହିଛନ୍ତି। ଏହି ଘଟଣା ପରେ ଟ୍ରମ୍ପ ଛୋଟ ଶିଢ଼ି ଦ୍ୱାରା ଏୟାର ଫୋର୍ସ ୱାନରେ ବସି ଯାତ୍ରା କରିଛନ୍ତି।  ଏହି ଘଟଣା ପରେ ପୂରା ଆମେରିକାରେ ହଇଚଇ ସୃଷ୍ଟି ହୋଇଛି। 

Donald Trump