Advertisment

Donald Trump: ଭାରତର ଚାଉଳ ଉପରେ ନୂଆ ଟାରିଫ ଲଗାଇବେ ଟ୍ରମ୍ପ

ଚାଷୀମାନଙ୍କ କହିବା କଥା ଯେ ଆମଦାନୀ ହେଉଥିବା ସବସିଡି ଚାଉଳ ଆମେରିକା ମାର୍କେଟକୁ ପ୍ରଭାବିତ କରୁଛି। ଏଥିଯୋଗୁ ଘରୋଇ ଉତ୍ପାଦର ଦାମ ହ୍ରାସ ପାଉଛି। ଏହା ଶୁଣି ଟ୍ରମ୍ପ କହିଛନ୍ତି ଯେ ସେମାନେ ଠକେଇ କରୁଛନ୍ତି ଓ ସେମାନଙ୍କ ଉପରେ ଟାରିଫ ଲାଗିବ।

Trump

ଡୋନାଲ୍ଡ ଟ୍ରମ୍ପ

Advertisment

କୃଷି ଜାତୀୟ ସାମଗ୍ରୀ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ନୂଆ ଶୁଳ୍କ ବା ଟାରିଫ ଲଗାଇବ। କାନାଡାରୁ ଆସୁଥିବା ସାର ଓ ଭାରତ ପଠାଉଥିବା ଚାଉଳ ଉପରେ ଅତିରିକ୍ତ ଟାରିଫ ଲାଗିବାର ସଙ୍କେତ ଦେଇଛନ୍ତି ଟ୍ରମ୍ପ। ବିଦେଶରୁ ଶସ୍ତାରେ କୃଷି ଜାତୀୟ ଦ୍ରବ୍ୟ ଆସୁଥିବାରୁ ଆମେରିକା ଚାଷୀମାନେ ପ୍ରଭାବିତ ହେଉଥିବା ଟ୍ରମ୍ପ ଦାବି କରିଛନ୍ତି। 

Advertisment

ଆମେରିକାର କୃଷକମାନଙ୍କ ପାଇଁ ଟ୍ରମ୍ପ ହ୍ୱାଇଟ ହାଉସରେ ୧୨ ବିଲିୟନ ଡଲାରର ବେଲ ଆଉଟ ପ୍ୟାକେଜ ବା ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି। ଏହି ସମୟରେ ଟ୍ରମ୍ପ କହିଛନ୍ତି ଯେ ଆମେରିକା ମାର୍କେଟରେ ବିଭିନ୍ନ ଦେଶ ଶସ୍ତାରେ ଚାଉଳ ଯୋଗାଣ କରୁଥିବା ଅଭିଯୋଗର ତଦନ୍ତ ହେବ। ଟ୍ରମ୍ପଙ୍କ ଏପରି କଥା ଶୁଣି ଚାଷୀମାନେ ମଧ୍ୟ ତାଙ୍କୁ ପ୍ରଶଂସା କରିଛନ୍ତି।

ଚାଷୀମାନଙ୍କ କହିବା କଥା ଯେ ଆମଦାନୀ ହେଉଥିବା ସବସିଡି ଚାଉଳ ଆମେରିକା ମାର୍କେଟକୁ ପ୍ରଭାବିତ କରୁଛି। ଏଥିଯୋଗୁ ଘରୋଇ ଉତ୍ପାଦର ଦାମ ହ୍ରାସ ପାଉଛି। ଏହା ଶୁଣି ଟ୍ରମ୍ପ କହିଛନ୍ତି ଯେ ସେମାନେ ଠକେଇ କରୁଛନ୍ତି ଓ ସେମାନଙ୍କ ଉପରେ ଟାରିଫ ଲାଗିବ। ଆମେରିକା ଉତ୍ପାଦନକୁ ବୃଦ୍ଧି କରିବାକୁ ସବୁ ପ୍ରକାରର ପଦକ୍ଷେପ ନିଆଯିବ ବୋଲି ଟ୍ରମ୍ପ କହିଛନ୍ତି। 

Advertisment

କେନେଡୀ ରାଇସ ମିଲର ସିଇଓ ଏମ କେନେଡୀ ରାଷ୍ଟ୍ରପତି ଟ୍ରମ୍ପ( Donald Trump)ଙ୍କୁ କହିଛନ୍ତି ଯେ ଭାରତ, ଥାଇଲ୍ୟାଣ୍ଡ ଓ ଚାଇନା ପ୍ରମୁଖ ହେଉଛନ୍ତି ପ୍ରମୁଖ ଦୋଷୀ। ମେନଲ୍ୟାଣ୍ଡ ବ୍ୟତୀତ ଚାଇନିଜ ଶିପମେଣ୍ଟ Puerto Rico ଯାଉଛି।

ଆମେ ଦୀର୍ଘ ବର୍ଷ ଧରି Puerto Ricoକୁ ଚାଉଳ ପଠାଇ ନାହୁଁ। ଦକ୍ଷିଣ ଭାଗରେ ଆମେରିକା ବେଶ ସଂଘର୍ଷ କରୁଛି। ଟାରିଫ ଏବେ ତା’ର କାମ ଦେଖାଇଛି। କିନ୍ତୁ ଆମେ ୨ ଗୁଣ ଟାରିଫ ଚାହୁଁଛୁ।” 

ଏହା ଶୁଶି ଟ୍ରମ୍ପ ସେହି ସ୍ଥାନରେ ହିଁ ଚାଷୀମାନେ ଅଭିଯୋଗ କରିଥିବା ଦେଶଗୁଡ଼ିକୁ ଚିଠି କରିବା ପାଇଁ ଟ୍ରେଜରୀ ସଚିବ ସ୍କଟ ବେସେଣ୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ମଧ୍ୟ ଭାରତ ଓ କାନାଡା ଭଳି ଦେଶକୁ ଚିଠି ଲେଖିଥିବା ଜଣାପଡ଼ିଛି। 

Donald Trump
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe