Advertisment

ଇସ୍ରାଏଲ-ଇରାନ ଲଢ଼େଇ: ବଡ଼ କିଛି କରିବ ଆମେରିକା, ତେହରାନ ଖାଲି କରିବାକୁ କହିଲେ ଟ୍ରମ୍ପ

ଦିନକୁ ଦିନ ସ୍ଥିତି ବେକାବୁ ହେଉଥିବାରୁ ଏବେ ଆମେରିକା ଏହି ଯୁଦ୍ଧରେ ସିଧାସଳଖ ହସ୍ତକ୍ଷେପ କରିବାର ଆଶଙ୍କା ପ୍ରକାଶ ପାଇଛି। ଇରାନରେ ଆମେରିକା କିଛି ବଡ଼ ଘଟଣା ଘଟାଇବାକୁ ଯାଉଥିବା ନିଜେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଛନ୍ତି।

Donald Trump

Donald Trump

Advertisment

ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଯୁଦ୍ଧ ୫ମ ଦିନରେ ପହଞ୍ଚିଥିବା ବେଳେ ଏହା ଥମିବାର ନାଁ ଧରୁନି। ଉଭୟ ଦେଶ ପରସ୍ପର ଉପରେ ମିସାଇଲ, ରକେଟ ଓ ଡ୍ରୋନ ମାଡ଼ କରି ଚାଲିଛନ୍ତି। ୫ ଦିନରେ ଲଢ଼େଇ ଯୋଗୁ ଇରାନରେ ୨୨୪ ଜଣ ଓ ଇସ୍ରାଏଲରେ ୨୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି।

Advertisment

ଇସ୍ରାଏଲ ପକ୍ଷରୁ ଇରାନର ମିସାଇଲ ଷ୍ଟୋରେଜ ବଙ୍କର, ଲଞ୍ଚର୍ସ ଓ ଆଣବିକ ଠିକଣାଗୁଡ଼ିକ ସମେତ ବରିଷ୍ଠ ସୁରକ୍ଷା ଅଧିକାରୀ ଓ ଗୁଇନ୍ଦା ଅଧିକାରୀଙ୍କୁ ଟାର୍ଗେଟ କରାଯାଉଛି। ଏହାର ଜବାବରେ ଇରାନ ମଧ୍ୟ ହାଇଫା, ତେଲ ଅଭିଭ ଓ ଜେରୁଜେଲମ ଭଳି ଇସ୍ରାଏଲର ସହରଗୁଡ଼ିକରେ ଧ୍ୱଂସ ଲୀଳା ରଚିବାରେ ଲାଗିଛି। ଆବାସିକ ଅଞ୍ଚଳରେ ମିସାଇଲ ବର୍ଷା ହେଉଥିବାରୁ ସାଧାରଣ ଲୋକଙ୍କ ଜୀବନ ଯାଉଛି।

ଦିନକୁ ଦିନ ସ୍ଥିତି ବେକାବୁ ହେଉଥିବାରୁ ଏବେ ଆମେରିକା ଏହି ଯୁଦ୍ଧରେ ସିଧାସଳଖ ହସ୍ତକ୍ଷେପ କରିବାର ଆଶଙ୍କା ପ୍ରକାଶ ପାଇଛି। ଇରାନରେ ଆମେରିକା କିଛି ବଡ଼ ଘଟଣା ଘଟାଇବାକୁ ଯାଉଥିବା ନିଜେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଛନ୍ତି। ଏଥିପାଇଁ ସେ କାନାଡାରେ ଅନୁଷ୍ଠିତ ନିଜର ଜି-୭ ସମ୍ମିଳନୀକୁ କାଟଛାଣ୍ଟ କରି ଆମେରିକା ଫେରିଛନ୍ତି। ଆମେରିକାରେ ସେ ଜାତୀୟ ସୁରକ୍ଷା ପରିଷଦର ବୈଠକ ଡାକିଛନ୍ତି। ସେହିପରି ୱାର ରୁମ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ବିଳମ୍ବିତ ରାତି ଯାଏ ପେଣ୍ଟାଗନରେ କାମ ମଧ୍ୟ ଚାଲିଥିଲା। ଏଥିରୁ ଆମେରିକା କିଛି ବଡ଼ କରିବାକୁ ଯାଉଥିବା ସଙ୍କେତ ମିଳିଛି। 

Advertisment

କୁହାଯାଉଛି ଯେ ଇସ୍ରାଏଲ ସମର୍ଥନରେ ଆମେରିକା ତେହରାନରେ ଧ୍ୱଂସଲୀଳା ରଚିବ। ଆସନ୍ତା ୧୦ ଘଣ୍ଟା ମଧ୍ୟରେ ଟ୍ରମ୍ପ ନିଜର ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବେ। ଖାସ ଏହି କାରଣ ପାଇଁ ସେ କାନାଡା ଛାଡ଼ିବା ପୂର୍ବରୁ ଇରାନର ରାଜଧାନୀ ତେହରାନରେ ରହୁଥିବା ସବୁ ସାଧାରଣ ଲୋକଙ୍କୁ ଯଥା ସମ୍ଭବ ଅନ୍ୟତ୍ର ଚାଲି ଯିବାକୁ ପରାମର୍ଶ ଦେଇଛନ୍ତି।

ପ୍ରଥମେ କୁହାଯାଉଥିଲା ଯେ ଟ୍ରମ୍ପ ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ବିରତି ଲାଗୁ କରିବାକୁ ବୁଝାମଣା କରିବେ। ଏକଥା ଜି-୭ ସମ୍ମିଳନୀରେ ଯୋଗ ଦେଇଥିବା ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାକ୍ରନ ମଧ୍ୟ କହିଥିଲେ। କିନ୍ତୁ ଯୁଦ୍ଧ ବିରତି ବୁଝାମଣା ସଂକ୍ରାନ୍ତରେ ମାକ୍ରନ ଦେଇଥିବା ବୟାନକୁ ଟ୍ରମ୍ପ ଅଗ୍ରାହ୍ୟ କରି ଦେଇଛନ୍ତି।

ଜି-୭ ସୂଚୀକୁ କାଟଛାଣ୍ଟ କରି ଆମେରିକା ଫେରିବା ବେଳେ ମାକ୍ରନଙ୍କ ବୟାନକୁ ଖାରଜ କରି କହିଛନ୍ତି ଯେ ଯୁଦ୍ଧ ବିରତି ନୁହେଁ, ଏହା ଠାରୁ ଆଉ କିଛି ବଡ଼ ଘଟିବାକୁ ଯାଉଥିବା ସଙ୍କେତ ଦେଇଛନ୍ତି।

ସେ କହିଛନ୍ତି, “ସେ(ମାକ୍ରନ) ଜାଣି ନାହାନ୍ତି ଯେ ମୁଁ କାହିଁକି ତରବରିଆ ଭାବେ ୱାଶିଂଟନ ଯାଉଛି। କିନ୍ତୁ ଏହା ସହ ଯୁଦ୍ଧ ବିରତିର କୌଣସି ଲିଙ୍କ ନାହିଁ। ତା’ ଠାରୁ ଆଉ କିଛି ବଡ଼ ଘଟଣା ଘଟିବ। ସମସ୍ତେ ଅପେକ୍ଷା କରନ୍ତୁ।”

ଏହାପୂର୍ବରୁ ସେ ସମସ୍ତଙ୍କୁ ତୁରନ୍ତ ତେହରାନ ଖାନ କରିବାକୁ କହିଥିଲେ। ମଙ୍ଗଳବାର ସକାଳୁ ଇରାନର ରାଜଧାନୀ ତେହରାନର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଶବ୍ଦ ମଧ୍ୟ ଶୁଣିବାକୁ ମିଳିଛି। ଉତ୍ତରପୂର୍ବ ତେହରାନର ୩ଟି ସ୍ଥାନରେ ଇସ୍ରାଏଲ ମିସାଇଲ ମାଡ଼ କରିଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ସେହିପରି ଗତକାଲି ରାତିରେ ଇରାନର ସରକାରୀ ଟିଭି ଚ୍ୟାନେଲ ଉପରେ ଇସ୍ରାଏଲ ମିସାଇଲ ମାଡ଼ କରିଥିଲା। ଏଠାରେ ଲାଇଭ ବୁଲେଟିନ ଚାଲିଥିବା ବେଳେ ମିସାଇଲ ମାଡ଼ ହୋଇଥିଲା। ଏଥିଯୋଗୁ ଟିଭି ଚ୍ୟାନେଲ ବିଲଡିଂରେ ନିଆଁ ଲାଗି ଯାଇଥିଲା। ଏହାର ଭିଡିଓ ପୂରା ବିଶ୍ୱ ଦେଖିଥିଲା।

Donald Trump Iran Israel Conflict Iran Israel War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe