Advertisment

Greenland: ନାଟୋ ମୁଖ୍ୟଙ୍କ ସହ କଥା ହେବା ପରେ ବଦଳିଲା ଟ୍ରମ୍ପଙ୍କ ଗ୍ରୀନଲାଣ୍ଡ ଆଭିମୁଖ୍ୟ, କହିଲେ ଏମିତି କଥା

ଫେବୃଆରୀ ୧ ତାରିଖରୁ ଲାଗୁ ହେବାକୁ ଥିବା ଧାର୍ଯ୍ୟ ଟାରିଫ ବର୍ତ୍ତମାନ ଟଳି ଯାଇଛି। ନାଟୋ ମୁଖ୍ୟଙ୍କ ସହ ଆଲୋଚନା କରିବା ପରେ ଟାରିଫ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇଥିବା ସେ କହିଛନ୍ତି।

NATO

ନାଟୋ ମୁଖ୍ୟ ଓ ଟ୍ରମ୍ପ

Advertisment

ସାମରିକ କାର୍ଯ୍ୟାନୁଷ୍ଠାନର ଧମକ ଦେବାର କିଛି ଘଣ୍ଟା ପରେ ନିଜର ଗ୍ରୀନଲାଣ୍ଡ ଆଭିମୁଖ୍ୟରେ ବଡ଼ ପରିବର୍ତ୍ତନ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ନ। ଗ୍ରୀନଲାଣ୍ଡ ଦଖଲ ପାଇଁ ଗୋଡ଼ ଟେକି ବସିଥିବା ଟ୍ରମ୍ପଙ୍କୁ ୟୁରୋପୀୟ ଦେଶ ବିରୋଧ କରୁଥିବାରୁ ସେ ସମସ୍ତଙ୍କୁ ଏହି ପ୍ରସଙ୍ଗରେ ଟାରିଫ ଧମକ ଦେଇଥିଲେ।

Advertisment

କିନ୍ତୁ ନାଟୋ ମୁଖ୍ୟ ମାର୍କ ରୁଟ୍ଟେଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବା ପରେ ଟ୍ରମ୍ପ ନିଜ ଆଭିମୁଖ୍ୟ ବଦଳାଇଛନ୍ତି। ସେ ନିଜର ଟାରିଫ ଧମକରୁ ଓହରି ଯାଇଛନ୍ତି। ସେ ଅଧିକ ସତର୍କତା ଅବଲମ୍ବନ କରି ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରିଛନ୍ତି। 

ଟ୍ରୁଥ ସୋଶାଲ ପ୍ଲାଟଫର୍ମରେ ଟ୍ରମ୍ପ କହିଛନ୍ତି ଯେ ଫେବୃଆରୀ ୧ ତାରିଖରୁ ଲାଗୁ ହେବାକୁ ଥିବା ଧାର୍ଯ୍ୟ ଟାରିଫ ବର୍ତ୍ତମାନ ଟଳି ଯାଇଛି। ନାଟୋ ମୁଖ୍ୟଙ୍କ ସହ ଆଲୋଚନା କରିବା ପରେ ଟାରିଫ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇଥିବା ସେ(Donald Trump) କହିଛନ୍ତି। 

Advertisment

ଟ୍ରମ୍ପ କହିଛନ୍ତି, “ନାଟୋର ମହାସଚିବ ମାର୍କ ରୁଟ୍ଟେଙ୍କ ସହ ମୁଁ କରିଥିବା ଆଲୋଚନା ବେଶ ଫଳପ୍ରଦ ରହିଛି। ଏହି ଫଳପ୍ରଦ ବୈଠକ ଆଧାରରେ ଆମେ ଗ୍ରୀନଲାଣ୍ଡ ସମେତ ପୂରା ଆର୍କଟିକ ରିଜନ ସମ୍ପର୍କରେ ଭବିଷ୍ୟତର ବୁଝାମଣାକୁ ପ୍ରସ୍ତୁତ କରିଛୁ। ପ୍ରସ୍ତାବିତ ବୁଝାମଣା ଉଭୟ ଆମେରିକା ଓ ଏହାର ନାଟୋ ସହଯୋଗୀଙ୍କୁ ଲାଭ ଦେବ। ଏଥିପାଇଁ ମୁଁ ଟାରିଫ ବ୍ୟବସ୍ଥାକୁ ବନ୍ଦ କରିଛି।” 

ଟ୍ରମ୍ପଙ୍କ କହିବା କଥା ଯେ ଗ୍ରୀନଲାଣ୍ଡ ସହ ଜଡ଼ିତ ଗୋଲ୍ଡେନ ଡୋମ ସମ୍ପର୍କରେ ଅଲୋଚନା ଜାରି ରହିଛି। ଉପ ରାଷ୍ଟ୍ରପତି ଜେଡି ଭାନ୍ସ, ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଓ ସ୍ୱତନ୍ତ୍ର ରାଷ୍ଟ୍ରଦୂତ ଷ୍ଟିଭ ୱିଟକୋଫଙ୍କ ନେତୃତ୍ୱରେ ଏହି ଆଲୋଚନା ଜାରି ରହିବ। ଏଥିରେ ଅନ୍ୟ ଅଧିକାରୀମାନେ ସାମିଲ ହେବେ। ସେମାନେ ସିଧାସଳଖ ତାଙ୍କୁ ରିପୋର୍ଟ କରିବେ ବୋଲି ଟ୍ରମ୍ପ କହିଛନ୍ତି। 

ଟ୍ରମ୍ପଙ୍କ ଏପରି ଆଭିମୁଖ୍ୟକୁ ଡେନମାର୍କର ବୈଦେଶିକ ମନ୍ତ୍ରୀ ଲାର୍ସ ଲୋକି ରାସମୁସେନ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଯେ ଏପରି ଘୋଷଣା ଗୋଟିଏ ସକାରାତ୍ମକ ପଦକ୍ଷେପ। ଆଜିର ଦିନ ଯେଉଁ ଭଳି ଆରମ୍ଭ ହୋଇଥିଲା, ତା’ଠାରୁ ଅଧିକ ଭଲରେ ଶେଷ ହୋଇଥିବା ରାସମୁସେନ କହିଛନ୍ତି। 

ଗତବର୍ଷ ନେଟୋର ମହାସଚିତ ହୋଇଥିବା ମାର୍କ ରୁଟ୍ଟେ ବୈଠକ ବେଳେ ଟ୍ରମ୍ପଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ଆମେରିକାର ସହଯୋଗୀମାନେ ସବୁବେଳେ ବିପତ୍ତି ସମୟରେ ୱାଶିଂଟନ ସହ ଛିଡ଼ା ହେବେ।

ସେ ୯/୧୧ ଆମେରିକା ହମଲାରେ କେମିତି ସହଯୋଗୀ ରାଷ୍ଟ୍ରଗୁଡ଼ିକ ନିଜ ଦେଶର ସେନାକୁ ଆମେରିକା ସହ ମିଶି ଲଢ଼ିବା ପାଇଁ ଆଫଗାନିସ୍ତାନ ପଠାଇଥିଲେ, ସେକଥା ବୁଝାଇଥିଲେ। ଏହାପରେ ଟ୍ରମ୍ପ ପ୍ରତିଶ୍ରୁତିକୁ ଗ୍ରହଣ କରିବା ସହ ମାର୍କଙ୍କୁ ବିଶ୍ୱାସକୁ ନେଇଛନ୍ତି। ବୈଠକ ପରେ ଟ୍ରମ୍ପ ଟାରିଫ ଧମକୁ ପ୍ରତ୍ୟାହାର କରିଛନ୍ତି। 

Donald Trump
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe