Advertisment

ଟ୍ରମ୍ପଙ୍କୁ ଆଶ୍ୱସ୍ତି: ଯିବାକୁ ପଡ଼ିବନି ଜେଲ୍‌, ଜରିମାନା ବି ଦେବେନି

ଡୋନାଲ୍ଡ ଟ୍ରମ୍ପ୍‌ ଆସନ୍ତା ଜାନୁଆରି ୨୦ ତାରିଖରେ ରାଷ୍ଟ୍ରପତି ଭାବେ ଶପଥ ନେବେ।

Donald Trump

Donald Trump

Advertisment

ଶପଥ ପୂର୍ବରୁ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ପର୍ଣ୍ଣଷ୍ଟାର୍‌ଙ୍କୁ ଗୁପ୍ତ ଧନ ଦେବା ମାମଲାରେ ତାଙ୍କୁ ଆଉ ଯିବାକୁ ପଡିବନି ଜେଲ୍‌। କେବଳ ସେତିକି ନୁହେଁ ଜରିମାନା ବି ଦେବାକୁ ପଡିବ ନାହିଁ।

Advertisment

ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରଠାରୁ ଚର୍ଚ୍ଚରେ ଅଛନ୍ତି ଡୋନାଲ୍ଡ ଟ୍ରମ୍ପ୍‌। ଦୋଷ ଲୁଚାଇବା ପାଇଁ ଲାଞ୍ଚ ମାମଲାରେ ଦୋଷୀସାବ୍ୟସ୍ତ ହେବାପରେ ଶୁକ୍ରବାର ଏହି ମାମଲାରେ ତାଙ୍କ ବିରୋଧରେ ଦଣ୍ଡାଦେଶ ଥିଲା। ନ୍ୟୁୟର୍କର ଜଜ୍ ଜୁଆନ୍ ମାର୍ଚନ୍ ଟ୍ରମ୍ପଙ୍କୁ ପର୍ଣ୍ଣ ଷ୍ଟାର୍ ଷ୍ଟର୍ମୀ ଡାନିଏଲ୍ସଙ୍କୁ ଟଙ୍କା ଦେବାରେ ଦୋଷୀ ସାବ୍ୟସ୍ତ କରିଥିଲେ। କିନ୍ତୁ ଟ୍ରମ୍ପ୍‌ ଆମେରିକାର ରାଷ୍ଟ୍ରପତି ହୋଇ ସାରିଥିବାରୁ ଅଦାଲତ ତାଙ୍କୁ କୌଣସି ଦଣ୍ଡା‌ଦେଶ ଶୁଣାଇନାହାଁନ୍ତି।

ଅଦାଲତ ଟ୍ରମ୍ପଙ୍କୁ ଏହି ମାମଲାରେ ଜଣେ ଦୋଷୀ ଭାବେ କାଏମ ରଖିଥିଲେ ସୁଦ୍ଧା ତାଙ୍କୁ ସର୍ତ୍ତବିହୀନ ମୁକ୍ତି ଦେଇଛନ୍ତି। ଜଣେ ଅପରାଧୀ ଭାବେ ଦୋଷୀସାବ୍ୟସ୍ତ ହେବାପରେ ସେ ପ୍ରଥମ ବ୍ୟକ୍ତି ଭାବେ ରାଷ୍ଟ୍ରପତି ପଦରେ ରହିବେ। ଫ୍ଲୋରିଡା କ୍ଲବ୍‌ରୁ ଟ୍ରମ୍ପ୍‌ ଭର୍ଚୁଆଲ ଭାବେ ଶୁଣାଣିରେ ଯୋଗ ଦେଇଥିଲେ।

Advertisment

୨୦୧୬ରେ ରାଷ୍ଟ୍ରପତି ନିର୍ବାଚନ ବେଳେ ପର୍ଣ୍ଣ ଷ୍ଟାର୍‌ ଷ୍ଟର୍ମୀ ଡାନିଏଲ୍ସଙ୍କ ଚୁପ୍‌ ରହିବା ପାଇଁ ୧୩୦,୦୦୦ ଡଲାର ଦେଇଥିବା ଟ୍ରମ୍ପଙ୍କ ବିରୋଧରରେ ଅଭିଯୋଗ ହୋଇଥିଲା। ତେବେ ଏହି ମାମଲା କୋର୍ଟ ତାଙ୍କୁ ଦୋଷମୁକ୍ତ କରିଛନ୍ତି। କୋର୍ଟ ତାଙ୍କୁ ଅନ୍‌କଣ୍ଡିସନାଲ ଡିସଚାର୍ଜ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଅର୍ଥ ଟ୍ରମ୍ପଙ୍କୁ ଜେଲ୍‌ ହେବନି କି ତାଙ୍କୁ ଜରିମାନା ମଧ୍ୟ ଦେବାକୁ ପଡିବ ନାହିଁ।

ଡୋନାଲ୍ଡ ଟ୍ରମ୍ପ୍‌ ଆସନ୍ତା ଜାନୁଆରି ୨୦ ତାରିଖରେ ରାଷ୍ଟ୍ରପତି ଭାବେ ଶପଥ ନେବେ। ତେବେ ଟ୍ରମ୍ପ୍‌ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ, ଶୁଣାଣି ଓ ଦଣ୍ଡାଦେଶକୁ ରାଜନୀତି ପ୍ରେରିତ ବୋଲି କହିଛନ୍ତି। ଏହା କେବଳ ବଦନାମ କରିବା ପାଇଁ ଏକ ପ୍ରକ୍ରିୟା ଥିଲା ଯାହା ନିଷ୍ଫଳ ହୋଇଛି ବୋଲି ସେ କହିଛନ୍ତି।

Donald Trump Hush Money Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe