Advertisment

ନୂଆଦିଲ୍ଲୀ ଗସ୍ତ ବାତିଲେ କଲେ ଟ୍ରମ୍ପ, ଭାରତ ଉପରେ କ୍ଷୁବ୍ଧର କାରଣ ଜଣାପଡ଼ିଲା

ଚଳିତ ବର୍ଷ କ୍ୱାଡ ଦେଶଙ୍କ ବୈଠକ ଭାରତରେ ଅନୁଷ୍ଠିତ ହେବ। ଏଥିରେ ଯୋଗ ଦେବାକୁ ଟ୍ରମ୍ପ ଭାରତ ଗସ୍ତରେ ଆସିବେ ବୋଲି କୁହାଯାଉଥିଲା। କିନ୍ତୁ ଟ୍ରମ୍ପଙ୍କ ଭାରତ ଗସ୍ତର କୌଣସି ଯୋଜନା ନଥିବା ଏବେ ନ୍ୟୁୟର୍କ ଟାଇମ୍ସରେ ଖବର ପ୍ରକାଶ ପାଇଛି।

author-image
Hemant Lenka
Trump

Trump

ଟାରିଫ ନୀତି ଯୋଗୁ ଭାରତ ଓ ଆମେରିକା ସମ୍ପର୍କ ଧୀରେଧୀରେ ବିଗିଡ଼ିବାରେ ଲାଗିଛି। ଭାରତ ଉପରେ ଆମେରିକା ଟାରିଫ ପରେ ଟାରିଫ ଲଗାଉଥିବା ବେଳେ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ଏକ ପଦକ୍ଷେପ ନେଇଛନ୍ତି। ଟାରିଫ ନୀତି ଯୋଗୁ ସୃଷ୍ଟି ହୋଇଥିବା ତିକ୍ତତା କାରଣରୁ ଟ୍ରମ୍ପ ନିଜର ଭାରତ ଗସ୍ତକୁ ବାତିଲ କରି ଦେଇଛନ୍ତି।

Advertisment

ଚଳିତ ବର୍ଷ କ୍ୱାଡ ଦେଶଙ୍କ ବୈଠକ ଭାରତରେ ଅନୁଷ୍ଠିତ ହେବ। ଏଥିରେ ଯୋଗ ଦେବାକୁ ଟ୍ରମ୍ପ ଭାରତ ଗସ୍ତରେ ଆସିବେ ବୋଲି କୁହାଯାଉଥିଲା। କିନ୍ତୁ ଟ୍ରମ୍ପଙ୍କ ଭାରତ ଗସ୍ତର କୌଣସି ଯୋଜନା ନଥିବା ଏବେ ନ୍ୟୁୟର୍କ ଟାଇମ୍ସରେ ଖବର ପ୍ରକାଶ ପାଇଛି।

ରିପୋର୍ଟରେ କୁହାଯାଇଛି ଯେ ଟ୍ରମ୍ପ ଭାରତ ଗସ୍ତରେ ଆସିବେ ବୋଲି ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଥିଲେ। ହେଲେ ଏବେ ସେ ତାଙ୍କ ଗସ୍ତ ଯୋଜନା ମଧ୍ୟରେ ଭାରତକୁ ରଖି ନାହାନ୍ତି। ଭାରତ ଗସ୍ତ ଯୋଜନାରୁ ସେ ଓହରି ଯାଇଛନ୍ତି। ନ୍ୟୁୟର୍କ ଟାଇମ୍ସ ବିଶେଷ ସୂତ୍ରରୁ ଏପରି ଖବର ପ୍ରକାଶ କରିଥିଲେ ହେଁ ଭାରତ କିମ୍ବା ଆମେରିକା ସରକାର ପକ୍ଷରୁ ଏ ସମ୍ପର୍କରେ କୌଣସି ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ।

Advertisment

ଚଳିତ ବର୍ଷ ଶେଷ ଭାଗରେ ଭାରତ କ୍ୱାଡ ଦେଶମାନଙ୍କ ସମ୍ମିଳନୀ ଆୟୋଜନ କରିବ। ସେହିପରି ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ ନେବାର ଦ୍ୱିତୀୟ ଦିନ ତାଙ୍କ ପ୍ରଶାସନ ପକ୍ଷରୁ କ୍ୱାଡ ଦେଶର ବୈଦେଶିକ ମନ୍ତ୍ରୀମାନଙ୍କୁ ନେଇ ବୈଠକ କରାଯାଇଥିଲା। ଏଥିରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଯୋଗ ଦେଇଥିଲେ। ହେଲେ ଏବେ ଭାରତ ଆୟୋଜନ କରୁଥିବା କ୍ୱାଡ ଦେଶର ସମ୍ମିଳନୀରେ ଯୋଗ ଦେବାକୁ ଟ୍ରମ୍ପ ନୂଆଦିଲ୍ଲୀ ଆସିବେ ନାହିଁ ବୋଲି ଜଣାପଡ଼ିଛି।

ଭାରତ ଉପରେ କ୍ଷୁବ୍ଧର କାରଣ

ରିପୋର୍ଟରେ ଦାବି କରାଯାଇଛି ଯେ ରାଷ୍ଟ୍ରପତି ଟ୍ରମ୍ପ ବାରମ୍ବାର ଭାରତ-ପାକିସ୍ତାନ ଯୁଦ୍ଧକୁ ସମାଧାନ କରି ଥିବା ନେଇ ଯେଉଁ ଦାବି କରିଛନ୍ତି, ତା’କୁ ସହଜରେ ଗ୍ରହଣ କରି ନାହାନ୍ତି ପ୍ରଧାନମନ୍ତ୍ରୀ ମୋଦି। ତେବେ ଏହା କେବଳ ଆରମ୍ଭ। ଏବେ ଟ୍ରମ୍ପଙ୍କ ଠାରୁ ମୋଦି ଧୈର୍ଯ୍ୟ ହରାଇ ସାରିଲେଣି। ଜୁନ ୧୭ରେ ମୋଦି ଓ ଟ୍ରମ୍ପ ୩୫ ମିନିଟ ଧରି ଫୋନରେ କଥା ହୋଇଥିଲେ।

କାରଣ କାନାଡାରେ ଆୟୋଜିତ ଜି୭ ସମ୍ମିଳନୀ ଅଧାରୁ ଟ୍ରମ୍ପ ଅଧାରୁ ୱାଶିଂଟନ ଫେରି ଆସିଥିଲେ। ଜି୭ ସମ୍ମିଳନୀରେ ଯୋଗ ଦେବାକୁ ମୋଦି ମଧ୍ୟ କାନାଡା ଯାଇଥିଲେ। ଏହି ସମ୍ମିଳନୀ ସମୟରେ ଦୁଇ ନେତା ସାମ୍ନାସାମ୍ନି ବୈଠକ କରିବାର ଥିଲା କିନ୍ତୁ ଟ୍ରମ୍ପ ଶୀଘ୍ର ୱାଶିଂଟନ ଚାଲି ଆସିଥିଲେ। ସେଠାରୁ ଆସିବା ପୂର୍ବରୁ ମୋଦି ଫୋନ ଯୋଗେ ଟ୍ରମ୍ପଙ୍କ ସହ କଥା ହୋଇଥିଲେ।

ଜୁନ ୧୭ ଫୋନ ଆଲୋଚନା ବେଳେ ଭାରତ-ପାକିସ୍ତାନ ମଧ୍ୟରେ ସେ ମଧ୍ୟସ୍ଥତା କରିଥିବା କଥା ଦୋହରାଇଥିଲେ। ଏଥିସହ ପାକିସ୍ତାନ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତି କରିଥିବା ଜଣାଇଥିଲେ। ଏପରି କହି ପାକିସ୍ତାନ ଭଳି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନୋବେଶ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କୁ ମନୋନୀତ କରନ୍ତୁ ବୋଲି ଆମେରିକା ରାଷ୍ଟ୍ରପତି ଆଶା କରିଥିଲେ।

ହେଲେ ମୋଦି ଏହାକୁ ଗ୍ରହଣ କରି ନଥିଲେ। ମୋଦି ଫୋନରେ ଟ୍ରମ୍ପଙ୍କୁ କହିଥିଲେ ଯେ ନିକଟରେ ହୋଇଥିବା ଯୁଦ୍ଧ ବିରତି ସହ ଆମେରିକାର କୌଣସି ଭୂମିକା ନାହିଁ। ଏହା ସିଧାସଳଖ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଛି।

ମୋଦିଙ୍କ ଆପତ୍ତି, ଅସହମତିକୁ ଟ୍ରମ୍ପ ଗ୍ରହଣ କରିପାରି ନଥିଲେ। ଟ୍ରମ୍ପଙ୍କ ନୋବେଲ ଆଶାକୁ ମୋଦି ସମର୍ଥନ କରିବାକୁ ମନା କରିବାରୁ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି। ଏଥିପାଇଁ ଟ୍ରମ୍ପ ବାରମ୍ବାର ଭାରତ ବିରୋଧୀ ଆଭିମୁଖ୍ୟ ପ୍ରଦର୍ଶନ କରୁଥିବା ରିପୋର୍ଟରେ କୁହାଯାଇଛି।

ରିପୋର୍ଟରେ ଆହୁରି କୁହାଯାଇଛି ଯେ ଜୁନ ୧୭ ଆଲୋଚନାକୁ ହ୍ୱାଇଟ ହାଉସ ପକ୍ଷରୁ କେବେ ବି ସାର୍ବଜନୀନ କରାଯାଇ ନାହିଁ। ସେହିପରି ଟ୍ରମ୍ପ ମଧ୍ୟ ସୋଶାଲ ମିଡିଆରେ ଏ ସମ୍ପର୍କରେ କିଛି ବି କହି ନାହାନ୍ତି।

ମେ’ ୧୦ରୁ ଇତି ମଧ୍ୟରେ ଟ୍ରମ୍ପ ୪୦ରୁ ଅଧିକ ଥର ଭାର-ପାକିସ୍ତାନ ମଧ୍ୟରେ ବିବାଦର ସମାଧାନ ସେ କରିଥିବା ଦାବି କରି ସାରିଛନ୍ତି। ନୋବେଲ ଶାନ୍ତି ପାଇଁ ଲକ୍ଷ୍ୟ ରଖିଥିବାରୁ ଟ୍ରମ୍ପ ଏପରି କରୁଥିଲେ ହେଁ ଭାରତ ଏଥିରେ ରାଜି ହେଉ ନାହିଁ। ଏଥିପାଇଁ ସେ ବାରମ୍ବାର ଭାରତ ଉପରେ ଚାପ ପକାଇ ଚାଲିଛନ୍ତି।

PM Modi Donald Trump