Advertisment

Donald Trump: ଭାରତ ଉପରେ ପୁଣି ଟାରିଫ ଲଗାଇବାର ସଙ୍କେତ ଦେଲେ ଟ୍ରମ୍ପ

ରୁଷ ଠାରୁ ଭାରତ ତେଲ କିଣିବା ଜାରି ରଖିଥିବାରୁ ପୁଣି ନୂଆ ଟାରିଫ ବା ଶୁଳ୍କ ଲାଗୁ କରିବାର ସଙ୍କେତ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏଥିସହ ସେ ଆଦୌ ଖୁସି ନଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଲ ଭାବେ ଜାଣିଛନ୍ତି ବୋଲି ମଧ୍ୟ ଟ୍ରମ୍ପ ଦାବି କରିଛନ୍ତି।

ଅଦ୍ୟତନ ହୋଇଛି
PM-Modi

ମୋଦି ଓ ଟ୍ରମ୍ପ (ଫାଇଲ ଫଟୋ)

Advertisment

ରୁଷ ଠାରୁ ଭାରତ ତେଲ କିଣିବା ଜାରି ରଖିଥିବାରୁ ପୁଣି ନୂଆ ଟାରିଫ ବା ଶୁଳ୍କ ଲାଗୁ କରିବାର ସଙ୍କେତ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏଥିସହ ସେ ଆଦୌ ଖୁସି ନଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଲ ଭାବେ ଜାଣିଛନ୍ତି ବୋଲି ମଧ୍ୟ ଟ୍ରମ୍ପ ଦାବି କରିଛନ୍ତି। 

Advertisment

ରବିବାର ଏୟାର ଫୋର୍ସ ୱାନରୁ ସାମ୍ବାଦିକମାନଙ୍କୁ ଟ୍ରମ୍ପ କହିଛନ୍ତି ଯେ “ପ୍ରଧାନମନ୍ତ୍ରୀ ମୋଦି ଜଣେ ଭଲ ମଣିଷ। ସେ ସୁନ୍ଦର ବ୍ୟକ୍ତି। ମୁଁ ଖୁସି ନଥିବା ସେ ଭଲ ଭେବେ ଜାଣିଥିଲେ। ମୋତେ ଖୁସି କରିବା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସେମାନେ ବ୍ୟବସାୟ କରନ୍ତୁ ଓ ଆମେ ସେମାନଙ୍କ ଉପରେ ଖୁବଶୀଘ୍ର ଟାରିଫ ବୃଦ୍ଧି କରିବୁ।”

୨୦୨୫ରେ ଟ୍ରମ୍ପ(Donald Trump) ଭାରତୀୟ ଦ୍ରବ୍ୟ ଉପରେ ୨୫% ପାରସ୍ପରିକ ଟ୍ରାରିଫ ସହ ରୁଷ ଠାରୁ ତେଲ କିଣୁଥିବାରୁ ଅତିରିକ୍ତ ଆଉ ୨୫% ଟାରିଫ ଲାଗୁ କରିଥିଲେ। ଫଳରେ ଭାରତରୁ ଆମେରିକା ଆମଦାନୀ କରୁଥିବା ଦ୍ରବ୍ୟ ଗୁଡ଼ିକ ଉପରେ ୫୦% ଟାରିଫ ଲାଗୁ ହେଉଛି। ଟ୍ରମ୍ପଙ୍କ ଟାରିଫ ନୀତି ଯୋଗୁ ଭାରତ ଓ ନୂଆଦିଲ୍ଲୀର ସମ୍ପର୍କ ମଧ୍ୟ ବିଗିଡ଼ି ଯାଇଛି। 

Advertisment

ଏବେ ପୁଣି ଟ୍ରମ୍ପ ଟାରିଫ ବୃଦ୍ଧିର ସଙ୍କେତ ଦେଇଛନ୍ତି। ଏହାପୂର୍ବରୁ ଟ୍ରମ୍ପ ଓ ମୋଦି ଫୋନ ଯୋଗେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଖୁବଶୀଘ୍ର ଦୁଇ ଦେଶ ବାଣିଜ୍ୟ ଡିଲ ସହ ଟାରିଫ ବିବାଦର ସାମାଧାନ କରିବେ ବୋଲି ରାଜି ହୋଇଥିଲେ। ହେଲେ ଏବେ ଟ୍ରମ୍ପ ପୁଣି ଭାରତକୁ ଉସକାଇବା ଭଳି ବୟାନ ଦେଇଛନ୍ତି। 

Donald Trump
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe