Advertisment

Middle East War: ଇରାନକୁ ଅପମାନିତ କଲେ, ବଡ଼ ଷ୍ଟ୍ରାଇକର ଧମକ ଦେଲେ ରାଷ୍ଟ୍ରପତି ଟ୍ରମ୍ପ

ରାନକୁ ଅପମାନିତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇରାନ ହେଉଛନ୍ତି ମଧ୍ୟପ୍ରାଚ୍ୟର ଲୁଜର ବା ହାରୁଥିବା ଦେଶ ବୋଲି ଟ୍ରମ୍ପ କହିବା ସହ ତେହରାନ ଉପରେ ବଡ଼ ହମଲାର ଚେତାବନୀ ଦେଇଛନ୍ତି।

Trump

ରାଷ୍ଟ୍ରପତି ଟ୍ରମ୍ପ

Advertisment

Middle East War Updates: ଇସ୍ରାଏ-ଆମେରିକା ସହ ଯୁଦ୍ଧ ମଧ୍ୟରେ ଇରାନ ପଡ଼ୋଶୀ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ଉପରେ ହମଲା କରୁଥିବାରୁ ଆଜି ଦେଶର ରାଷ୍ଟ୍ରପତି ମାସୌଦ ପେଜେଶକିଆନ କ୍ଷମା ମାଗିଥିଲେ। ଏଥିସହ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ଉପରେ ଇରାନ ଆଉ ହମଲା କରିବ ନାହିଁ ବୋଲି ସେ କହିଛନ୍ତି।

Advertisment

ଏହାପରେ ଇରାନକୁ ଅପମାନିତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇରାନ ହେଉଛନ୍ତି ମଧ୍ୟପ୍ରାଚ୍ୟର ଲୁଜର ବା ହାରୁଥିବା ଦେଶ ବୋଲି ଟ୍ରମ୍ପ କହିବା ସହ ତେହରାନ ଉପରେ ବଡ଼ ହମଲାର ଚେତାବନୀ ଦେଇଛନ୍ତି। 

ଟ୍ରୁଥ ସୋଶଲରେ ଟ୍ରମ୍ପ କହିଛନ୍ତି ଯେ “ଇରାନ, ଯିଏ ବିପୁଳ ମାତ୍ରାରେ ହାରୁଛି ଏବେ ସେ ମଧ୍ୟପ୍ରାଚ୍ୟ ପଡ଼ୋଶୀଙ୍କୁ କ୍ଷମା ମାଗି ଆତ୍ମସମର୍ପଣ କରିଛି। ଏଥିସହ ପ୍ରତିଶ୍ରୁତି ଦେଇଛି ଆଉ ପଡ଼ୋଶୀଙ୍କ ଉପରେ ଗୁଳିଗୋଳା ମାଡ଼ କରିବ ନାହିଁ। ଆମେରିକା ଓ ଇସ୍ରାଏଲର କ୍ରମାଗତ ଆକ୍ରମଣ ଯୋଗୁ ଇରାନ ଏପରି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି।” 

Advertisment

ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନ ପୂରା ମଧ୍ୟପ୍ରାଚ୍ୟକୁ ଦଖଲକୁ ନେଇ ଶାସନ କରିବାକୁ ଚାହୁଁଥିଲା। ଏବେ ଆଉ ମଧ୍ୟପ୍ରାଚ୍ୟକୁ ଇରାନ ଧମକାଇ ପାରିବ ନାହିଁ। ସେମାନେ ମଧ୍ୟପ୍ରାଚ୍ୟରେ ହାରୁଥିବା ଦେଶ। ସେମାନେ ଆତ୍ମସର୍ପଣ କରିବା ଯାଏ ସେମାନେ ଏମିତି ହାରିବେ କିମ୍ବା ସଂପୂର୍ଣ୍ଣ ଭାବେ ଲୋପ ପାଇଯିବେ ବୋଲି ଟ୍ରମ୍ପ କହିଛନ୍ତି। 

ଶୁକ୍ରବାର ଟ୍ରମ୍ପ ଇରାନକୁ ବିବାଦର ସମାଧାନ ପାଇଁ ନିଃସର୍ତ୍ତ ଆତ୍ମସମର୍ପଣର ଆହ୍ୱାନ ଦେଇଥିଲେ। ଯଦି ଇରାନ ନିର୍ଦ୍ଦେଶ ଅନୁସାରେ କାମ କରିବ ଓ ନୂଆ ନେତୃତ୍ୱ ତିଆରି କରିବ, ତା’ହେଲେ ତେହରାନର ଅର୍ଥନୀତି ସୁଧାରିବାକୁ ଆମେରିକା ପଦକ୍ଷେପ ନେବ ବୋଲି ମଧ୍ୟ ସେ କହିଥିଲେ। ହେଲେ ଆଜି ଇରାନ ରାଷ୍ଟ୍ରପତି ପଡ଼ୋଶୀଙ୍କୁ କ୍ଷମା ମାଗିଥିଲେ ହେଁ ଆମେରିକା ଆଗରେ ଆତ୍ମସମର୍ପଣ କରିବେ ନାହିଁ ବୋଲି କହିଛନ୍ତି।

ଆଜି ଗୋଟିଏ ଟେଲିଭିଜନ ବାର୍ତ୍ତାରେ ଇରାନ ରାଷ୍ଟ୍ରପତି କହିଥିଲେ ଯେ ଇରାନର ଅସ୍ଥାୟୀ ନେତୃମଣ୍ଡଳୀ ପରିଷଦ ପଡ଼ୋଶୀ ଦେଶଗୁଡ଼ିକ ଉପରେ ଆକ୍ରମଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହି ଦେଶଗୁଡ଼ିକ ଇରାନ ବିରୋଧରେ ଆକ୍ରମଣ ଆରମ୍ଭ ନ କରିବା ଯାଏ ତେହେରାନ କୌଣସି ପ୍ରକାରର ମିସାଇଲ ମାଡ଼ କରିବ ନାହିଁ।

ମୁଁ ବ୍ୟକ୍ତିଗତ ପାଇଁ ପଡ଼ୋଶୀ ଦେଶଗୁଡ଼ିକୁ କ୍ଷମା ମାଗୁଛି। ଅନ୍ୟ ଦେଶରେ ଅନାଧିକାର ପ୍ରବେଶ ପାଇଁ ଆମର କୌଣସି ଉଦ୍ଦେଶ୍ୟ ନାହିଁ। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାକୁ ଅଧିକ ତୀବ୍ର ନ କରିବା ପାଇଁ ଇରାନ ଏପରି ପଦକ୍ଷେପ ନେଇଛି।”

Middle East war updates
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe