Advertisment

ଶପଥ ପୂର୍ବରୁ ହମାସ୍‌କୁ ଟମ୍ପ୍ରଙ୍କ ଧମକ, ବନ୍ଧକଙ୍କୁ ମୁକ୍ତ କର ନଚେତ…

ଯଦି ଇସ୍ରାଏଲ ବନ୍ଧକଙ୍କୁ ହମାସ ମୁକ୍ତ ନକରେ ତେବେ ଆମେରିକୀୟ ସେନାର ଏୟରଷ୍ଟ୍ରାଇକରେ ଥରି ଉଠିବ ମିଡିଲ-ଇଷ୍ଟ। ବୋମା ବର୍ଷା କରି ଛାରଖାର କରିଦିଆଯିବ ବୋଲି ଟ୍ରମ୍ପ ଧମକ ଦେଇଛନ୍ତି।

author-image
Madhupriya Mistry
Donal Trump

Donal Trump

ଶପଥ ପୂର୍ବରୁ ନାଲି ଆଖି ଦେଖାଇଛନ୍ତି ଟ୍ରମ୍ପ। ଆତଙ୍କବାଦୀ ସଙ୍ଗଠନ ହମାସ୍‌କୁ ଦେଇଛନ୍ତି ଖୋଲା ଧମକ। ୨୦ ଜାନୁଆରୀ ୨୦୨୫ ଶପଥ ସମାରୋହ ପୂର୍ବରୁ ଇସ୍ରାଏଲ ବନ୍ଧକଙ୍କୁ ମୁକ୍ତ କରିବାକୁ ସେ ଚେତାବନୀ ଦେଇଛନ୍ତି। ଯଦି ଏଭଳି ହମାସ୍‌ ନକରେ ତେବେ ସ୍ଥିତି ଭୟାବହ ହେବ। ମଧ୍ୟପ୍ରାଚ୍ୟରେ ବିନାଶ ଆରମ୍ଭ ହେବ। ମହାଯୁଦ୍ଧ ଦେଖିବ ବିଶ୍ୱ ବୋଲି ସେ ଧମକ ଦେଇଛନ୍ତି।

Advertisment

ପ୍ରକୃତରେ ଆସନ୍ତା ବର୍ଷ ଜାନୁଆରୀ ୨୦ ତାରିଖରେ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ଡୋନାଲ୍ଡ ଟ୍ରମ୍ପ। ତେବେ ଏହା ପୂର୍ବରୁ ସେ ଇସ୍ରାଏଲ ବନ୍ଧକଙ୍କୁ ମୁକ୍ତ କରିବା ପାଇଁ ପାଲେଷ୍ଟାଇନ୍‌ ସମୂହ ହମାସକୁ ଅଲ୍ଟିମେଟମ୍‌ ଦେଇଛନ୍ତି।

ସୋଶାଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ ସେୟାର କରି ଟ୍ରମ୍ପ କହିଛନ୍ତି, ଯେଉଁମାନେ ମାନବିକତା ବିରୁଦ୍ଧରେ ଅତ୍ୟାଚାର କରିଛନ୍ତି ସେମାନଙ୍କୁ ବଡ଼ ମୂଲ୍ୟ ଦେବାକୁ ପଡିବ। ହମାସ ଦ୍ୱାରା ଇସ୍ରାଏଲର ନାଗରିକମାନଙ୍କୁ ବନ୍ଧକ ରଖିବାକୁ ହିଂସାତ୍ମକ ତଥା ଅମାନବୀୟ ବୋଲି ଟ୍ରମ୍ପ ବର୍ଣ୍ଣନା କରିଛନ୍ତି।

Advertisment

ସେ କହିଛନ୍ତି ଯେ ଯଦି ଇସ୍ରାଏଲ ବନ୍ଧକଙ୍କୁ ହମାସ ମୁକ୍ତ ନକରେ ତେବେ ଆମେରିକୀୟ ସେନାର ଏୟରଷ୍ଟ୍ରାଇକରେ ଥରି ଉଠିବ ମିଡିଲ-ଇଷ୍ଟ। ବୋମା ବର୍ଷା କରି ଛାରଖାର କରିଦିଆଯିବ। ବନ୍ଧକଙ୍କୁ ସମୟ ପୂର୍ବରୁ ମୁକ୍ତ କରାନଗଲେ ସେମାନଙ୍କୁ ଆମେରିକା ଇତିହାସରେ କୋଠରରୁ କୋଠର ଦଣ୍ଡ ଦିଆଯିବ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ।

ସେପଟେ ହମାସ ମଧ୍ୟ କିଛି ସର୍ତ୍ତ ରଖିଛି, ବନ୍ଧକଙ୍କୁ ମୁକ୍ତ ବଦଳରେ ଯୁଦ୍ଧ ବନ୍ଦ କରିବା ଏବଂ ଗାଜାରୁ ସମ୍ପୂର୍ଣ୍ଣ ଭାବେ ଇସ୍ରାଏଲ ସେନା ଚାଲିଯିବାକୁ ଦାବି କରିଛି ଆତଙ୍କୀ ସଂଗଠନ। ଇସ୍ରାଏଲ ପ୍ରଧାନମନ୍ତ୍ର ବେଞ୍ଜାମିନ୍ ନେତାନ୍ୟାହୁ ଜବାବ ଦେଇ କହିଛନ୍ତି, ହମାସ ସମ୍ପୂର୍ଣ୍ଣ ଭାବେ ଅନ୍ତ ନହେବା ଯାଏ ଏ ଯୁଦ୍ଧ ଜାରି ରହିବ।

ସୂଚନା ଅନୁଯାୟୀ, ଗତବର୍ଷ ଅକ୍ଟୋବର ୭ ତାରିଖରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ବଡ଼ ଧରଣର ଆକ୍ରମଣ କରିଥିଲେ । ଏଥିରେ ୧୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଏହା ସହିତ ସୀମାବର୍ତ୍ତୀ ଅଞ୍ଚଳରୁ ପ୍ରାୟ୨୫୦ରୁ ଅଧିକ ଲୋକଙ୍କୁ ଅପହରଣ କରିନେଇ ବନ୍ଧକ ରଖାଯାଇଥିଲା। ଯେଇଁଥିରେ ଇସ୍ରାଏଲ-ଆମେରିକା ନାଗରିକ ଅଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୧୦୦ ଜଣ ଏବେବି ବନ୍ଦୀ ଅବସ୍ଥାରେ ଅଛନ୍ତି ଏବଂ ଅନେକେଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି।

Donald Trump Israel-Hamas War Israeli Hostages Warning To Hamas