Advertisment

ହ୍ୱାଇଟ୍‌ହାଉସ୍‌ ଲଢ଼େଇ, ଆଗରେ ଟ୍ରମ୍ପ

ଇଲେକ୍ଟୋରାଲ କଲେଜ ଟ୍ରେଣ୍ଡ ଅନୁଯାୟୀ ଡୋନାଲ୍ଡ ଟ୍ରମ୍ପ ୧୭୮ଟି ଆସନରେ ଆଗୁଆ ଥିବାବେଳେ କମଲା ହାରିସ ୯୯ଟି ଆସନରେ ଅଟକି ରହିଛନ୍ତି।

ଅଦ୍ୟତନ ହୋଇଛି
Trump and Harris

Trump and Harris

Advertisment

କିଏ ଯିବେ ହ୍ୱାଇଟ ହାଉସ। ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ବଢୁଛି ଉତ୍କଣ୍ଠା। ଏବେ ବି ଚାଲିଛି କିଛି ସ୍ଥାନରେ ଭୋଟିଂ। ଡୋନାଲ୍ଡ ଟ୍ରମ୍ଫ- କମଳା ହାରିସଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିବା ସୂଚନା ମିଳିଛି।

Advertisment

ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଗଣନା ଧାରା ଦ୍ରୁତ ଗତିରେ ବଦଳୁଛି। ଆମେରାକ ରାଷ୍ଟ୍ରପତି ରେସରେ ଆଗୁଆ ଟ୍ରମ୍ପ। ପ୍ରାରମ୍ଭିକ ଫଳାଫଳ ଅନୁସାରେ ଆଗରେ ଡୋନାଲ୍ଡ ଟ୍ରମ୍ପ ଆଗରେ ରହିଛନ୍ତି। ଇଲେକ୍ଟୋରାଲ କଲେଜ ଟ୍ରେଣ୍ଡ ଅନୁଯାୟୀ ଡୋନାଲ୍ଡ ଟ୍ରମ୍ପ ୧୭୮ଟି ଆସନରେ ଆଗୁଆ ଥିବାବେଳେ କମଲା ହାରିସ ୯୯ଟି ଆସନରେ ଅଟକି ରହିଛନ୍ତି। ନିର୍ବାଚନ ଜିତିବାକୁ ହେଲେ ୨୭୦ ମ୍ୟାଜିକ୍ ନମ୍ବର ଆବଶ୍ୟକ।

ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିର ପ୍ରତୀକ ହାତୀ ବର୍ତ୍ତମାନ ଦ୍ରୁତ ଗତିରେ ଚାଲୁଛି। ଏଥି ସହିତ କମଲା ହାରିସଙ୍କ ଡେମୋକ୍ରାଟ୍ ପାର୍ଟିର ପ୍ରତୀକ ଥିବା ଗଧ ଧୀରେ ଧୀରେ ଗତି କରୁଥିବା ଜଣାପଡିଛି।

Advertisment

ପ୍ରାରମ୍ଭିକ ଭାବେ ଆମେରିକାର ୮ ରାଜ୍ୟରେ ଭୋଟିଂ ଆରମ୍ଭ ହୋଇଥିବା ବେଳେ ପରେ ମୋଟି ୫୦ଟି ରାଜ୍ୟ ସାମିଲ ହୋଇଥିଲା। ଯେଉଁଥିରେ ସ୍ୱିଙ୍ଗ୍ ଷ୍ଟେଟ୍ ଆରିଜୋନା ଏବଂ ୱିସକନସିନ୍ ରହିଛି। ମେରିଲ୍ୟାଣ୍ଡରେ ଲୋକେ ମତଦାନ ପାଇଁ ଲାଇନ୍ ଲଗାଇଥିବା ଦେଖିବାକୁ ମିଳିଥିଲା। ଦେଶରେ ପରିବର୍ତ୍ତନ ପାଇଁ ଭୋଟ୍ ଦେବାକୁ ଆସିଥିବା କହିଛନ୍ତି କିଛି ଭୋଟର।

ତେବେ ୮ କୋଟିରୁ ଅଧିକ ଆମେରିକା ବାସୀ ଆଗୁଆ ଭୋଟ୍ ଦେଇସାରିଛନ୍ତି। ଫାଇନାଲ ଫଳାଫଳ ଆସିବାକୁ ଲାଗିଯାଇପାରେ ଗୋଟିଏ ସପ୍ତାହ ସମୟ। ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ ପାର୍ଟିର କମଳା ହାରିସଙ୍କ ଭିତରେ କାଣ୍ଟେ କା ଟକ୍କର ହେଉଛି। ଜଣଙ୍କ ପାଖରେ ପୂର୍ବରୁ ରାଷ୍ଟ୍ରପତିର ଅଭିଜ୍ଞତା ରହିଛି ତ ଆଉ ଜଣେ ବର୍ତ୍ତମାନର ଉପରାଷ୍ଟ୍ରପତି। ତେଣୁ ପ୍ରାର୍ଥୀ ଭାବେ କେହି କାହାଠୁ କମ୍ ନୁହଁନ୍ତି।

ଆମେରିକାରେ ମୋଟ ୫୦ ରାଜ୍ୟ। ଇଲେକ୍ଟୋରାଲ୍ କଲେଜ ମୋଟ ୫୩୮। ବହୁମତ ପାଇଁ ଆବଶ୍ୟକ ୨୭୦ରୁ ଅଧିକ। ତେବେ ଆମେରିକାରେ ଖେଳ ବିଗାଡି ପାରନ୍ତି ୭ ସ୍ୱିଙ୍ଗ ଷ୍ଟେଟ୍। ଏହି ୭ ସ୍ୱିଙ୍ଗ ଷ୍ଟେଟର ମୋଟ୍ ସିଟ୍ ସଂଖ୍ୟା ହେଉଛି ୯୩। ଫଳ ପ୍ରକାଶ ପରେ ଜାନୁଆରୀ ୨୦ ତାରିଖରେ ଶପଥ ନେବେ ନୂଆ ରାଷ୍ଟ୍ରପତି।

US Election 2024 Kamala Harris US President Election Donald Trump USA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe