Advertisment

Greenland: ଗ୍ରୀନଲାଣ୍ଡକୁ ଆମେରିକାର କହି ମାନଚିତ୍ର ଜାରି କଲେ ଟ୍ରମ୍ପ: ନାଟୋ ସହଯୋଗୀଙ୍କୁ କଟାକ୍ଷ

ସେ ନିଜର ସୋଶାଲ ମିଡିଆରେ ଆଉ ଏକ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ସେ, ଉପ ରାଷ୍ଟ୍ରପତି ଜେଡି ଭାନ୍ସ ଓ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ମିଳିତ ଭାବେ ଗ୍ରୀନଲାଣ୍ଡରେ ଆମେରିକାର ଜାତୀୟ ପତାକା ଉତ୍ତୋଳନ କରୁଛନ୍ତି।

author-image
Hemant Lenka
USA

ଟ୍ରମ୍ପଙ୍କ ଫଟୋ

ଗ୍ରୀନଲାଣ୍ଡ ଦଖଲ ପାଇଁ ଉଦ୍ୟମ କରୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ଗୋଟିଏ ପାଦ ଆଗେଇଛନ୍ତି। ସେ ଆମେରିକାର ମାନଚିତ୍ରରେ ପରିବର୍ତ୍ତନ କରି ଗ୍ରୀନଲାଣ୍ଡ, କାନାଡା ଓ ଭେନେଜୁଏଲାକୁ ନିଜର ବୋଲି ଦର୍ଶାଇଛନ୍ତି। ନିଜର ଟ୍ରୁଥ ସୋଶାଲ ପ୍ଲାଟଫର୍ମରେ ଟ୍ରମ୍ପ ଗୋଟିଏ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ସେ ନାଟୋ (ନର୍ଥ ଆଟଲାଣ୍ଟିକ ଟ୍ରିଟୀ ଅର୍ଗାନାଇଜେସନ)ର ସହଯୋଗୀମାନଙ୍କୁ କଟାକ୍ଷ କରିଛନ୍ତି।

Advertisment

ଟ୍ରମ୍ପ(Donald Trump) ଜାରି କରିଥିବା ଫଟୋରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାକ୍ରନ, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ବ୍ରିଟିଶ ପ୍ରଧାନମନ୍ତ୍ରୀ କେରୀ ଷ୍ଟାର୍ମର ଓ ୟୁରୋପୀୟ କମିଶନର ସଭାପତି ଉରସୁଲା ଭନ ଡେର ଲେୟେନ ପ୍ରମୁଖ ଓଭାଲ ଅଫିସରେ ବସିଛନ୍ତି। ଟ୍ରମ୍ପ ଅଧ୍ୟକ୍ଷଙ୍କ ଭଳି ସେମାନଙ୍କ ଆଗରେ ବସିଥିବା ବେଳେ ଆମେରିକାର ପରିବର୍ତ୍ତିତ ମାନଚିତ୍ର ବ୍ୟାକଗ୍ରାଉଣ୍ଡରେ ରହିଛି। ଏଥିରେ ଗ୍ରୀନଲାଣ୍ଡ, କାନାଡା ଓ ଭେନେଜୁଏଲାକୁ ଆମେରିକୀୟ ଅଞ୍ଚଳ ଭାବେ ଦର୍ଶାଯାଇଛି। 

ଏହାପୂର୍ବରୁ ଗ୍ରୀନଲାଣ୍ଡ ପ୍ରସଙ୍ଗରେ ୟୁରୋପୀୟ ୟୁନିୟନ ଅଧିକ ବାଧା ସୃଷ୍ଟି କରିବ ନାହିଁ ବୋଲି ଟ୍ରମ୍ପ ଦାବି କରିଥିଲେ। ଫ୍ଲୋରିଡାରେ ଟ୍ରମ୍ପ ଦାବି କରିଥିଲେ ଯେ ରୁଷ ଓ ଚାଇନାର ପ୍ରଭାବ ଯୋଗୁ ଜାତୀୟ ସୁରକ୍ଷା ପ୍ରତି ଥିବା ବିପଦକୁ କାଉଣ୍ଟର କରିବା ପାଇଁ ଗ୍ରୀନଲାଣ୍ତ ଯେମିତି ହେଲେ ବି ଆମେରିକାକୁ ଦରକାର। କାରଣ ଡେନମାର୍କର ପ୍ରତିରକ୍ଷା କ୍ଷତମା ଭଲ ନଥିବା ଟ୍ରମ୍ପ କହିଥିଲେ। 

Advertisment

ଆଉ ଏକ ପୋଷ୍ଟରେ ଟ୍ରମ୍ପ କହିଛନ୍ତି ଯେ ସେ ନାଟୋର ମହାସଚିବ ମାର୍କ ରୁଟ୍ଟେଙ୍କ ସହ ଗ୍ରୀନଲାଣ୍ଡ ପ୍ରସଙ୍ଗରେ ଫୋନରେ କଥା ହୋଇଛନ୍ତି ଓ ଆଲୋଚନା ଅତ୍ୟନ୍ତ ଭଲ ରହିଥିଲା। ସେ କହିଛନ୍ତି ଯେ “ଗ୍ରୀନଲାଣ୍ଡ ଜାତୀୟ ଓ ବିଶ୍ୱ ସୁରକ୍ଷା ପାଇଁ ଅତ୍ୟନ୍ତ ଆବଶ୍ୟକ ବୋଲି ମୁଁ ସମସ୍ତଙ୍କୁ ସ୍ପଷ୍ଟ ଭାବେ କହି ସାରିଛି। ଏହି ପ୍ରସ୍ତାବରୁ ପଛକୁ ହଟିବାର କୌଣସି ଯୋଜନା ନାହିଁ। ଏଥିରେ ସମସ୍ତେ ରାଜି ଅଛନ୍ତି।

 ଆମେରିକା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ। ଏଥିରେ କୌଣସି ସନ୍ଦେହ ନାହିଁ। ଏହାର ପ୍ରମୁଖ କାରଣ ହେଲା, ମୋର ପ୍ରଥମ କାର୍ଯ୍ୟକାଳ ସମୟରେ ମୁଁ ଆମ ସେନେର ପୁନର୍ଗଠନ କରିଥିଲି। ଏବେ ଏହା ଦ୍ରୁତଗତିରେ ଆଗକୁ ବଢ଼ି ଚାଲିଛି। ଆମେ ଏକମାତ୍ର ଏମିତି ଏକ ଶକ୍ତି ଯିଏ ପୂ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିପାରିବ। ଗୋଟିଏ ଶବ୍ଦରେ କହିବାକୁ ଗଲେ- ଏହି ଶାନ୍ତି ଶକ୍ତି ମାଧ୍ୟମରେ ହିଁ ସମ୍ଭବ।”

ଟ୍ରମ୍ପ ଏତିକିରେ ଅଟକି ନାହାନ୍ତି। ସେ ନିଜର ସୋଶାଲ ମିଡିଆରେ ଆଉ ଏକ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ସେ, ଉପ ରାଷ୍ଟ୍ରପତି ଜେଡି ଭାନ୍ସ ଓ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ମିଳିତ ଭାବେ ଗ୍ରୀନଲାଣ୍ଡରେ ଆମେରିକାର ଜାତୀୟ ପତାକା ଉତ୍ତୋଳନ କରୁଛନ୍ତି। ଏହା ନିକଟରେ ରହିଥିବା ବୋର୍ଡରେ ଲେଖାଯାଇଛି ଯେ ଗ୍ରୀନଲାଣ୍ଡ, ଆମେରିକା ଅଞ୍ଚଳ, ସ୍ଥାପନ: ୨୦୨୬। 

Donald Trump