/odisha-reporter/media/media_files/2025/12/12/trump-2025-12-12-15-18-30.jpg)
ଜିନପିଙ୍ଗ, ପୁଟିନ, ମୋଦି ଓ ଟ୍ରମ୍ପ (ଫାଇଲ ଫଟୋ)
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ(Donald Trump) ଗୋଟିଏ ନୂଆ ସୁପର କ୍ଲବ ଯୋଜନାରେ ରହିଛନ୍ତି। ବିଶ୍ୱର ୫ ଶକ୍ତିଶାଳୀ ରାଷ୍ଟ୍ରକୁ ନେଇ ସେ ସି୫ ବା କୋର ଫାଇଭ ନାଁରେ ଗୋଟିଏ ଫୋରମ ଗଠନ କରିବାକୁ ଚାହୁଁଛନ୍ତି। ସି୫ରେ ଆମେରିକା, ରୁଷ, ଚାଇନା, ଭାରତ ଓ ଜାପାନ ଭଳି ରାଷ୍ଟ୍ର ରହିବେ।
ଜି୭ରେ ୟୁରୋପୀୟ ରାଷ୍ଟ୍ରର ଦବଦବା ରହୁଥିବା ବେଳେ ଟ୍ରମ୍ପ ନୂଆ ବିକଳ୍ପର ଚିନ୍ତା କରୁଛନ୍ତି। କେବଳ ଜି୭ ନୁହେଁ ଅନ୍ୟ ପାରମ୍ପରିକ ଗଣତାନ୍ତ୍ରିକ ଓ ଧନୀ ରାଷ୍ଟ୍ରଗୁଡ଼ିକ ଫୋରମ ଠାରୁ ସି୫ ଭିନ୍ନ ରହିବ ବୋଲି କୁହାଯାଉଛି।
ଯଦିଓ ଏଯାଏ ଏନେଇ କୌଣସି ବିଧିବଦ୍ଧ ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ, କିନ୍ତୁ ଆମେରିକୀୟ ପବ୍ଲିକେସନ ପଲିଟିକୋ ଏ ସମ୍ପର୍କରେ ରିପୋର୍ଟ ପ୍ରକାଶ କରିଛି। ଏଥିରେ କୁହାଯାଇଛି ଯେ ନୂଆ ହାଇ ପାୱର ସମୂହର ବିଚାର ରାଷ୍ଟ୍ରୀୟ ସୁରକ୍ଷା ରଣନୀତିର ଗୋଟିଏ ଅପ୍ରକାଶିତ ସଂସ୍କରଣରେ ସାମ୍ନାକୁ ଆସିଥିଲା।
ଶକ୍ତି ସମ୍ପନ୍ନ ରାଷ୍ଟ୍ରଗୁଡ଼ିକୁ ନେଇ ନୂଆ ସମୂହ ଗଠନର ଉଦ୍ଦଶ୍ୟ ହେଲା ଜି୭କୁ କାଉଣ୍ଟର କରିବା। ସି୫ରେ ଆମେରିକା, ଚାଇନା, ରୁଷ, ଭାରତ ଓ ଜାପାନ ଭଳି ୧୦୦ ମିଲିୟନରୁ ଅଧିକ ଲୋକ ଥିବା ରାଷ୍ଟ୍ର ରହିବେ। ଜି ୭ ଭଳି ସି୫ ରାଷ୍ଟ୍ରଗୁଡ଼ିକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ନିୟମିତ ସମ୍ମିଳନୀ କରିବେ।
ସି୫ର ପ୍ରଥମ ପ୍ରସ୍ତାବିତ ଏଜେଣ୍ଡା ହେଲା ମଧ୍ୟପ୍ରାଚ୍ୟରେ ସୁରକ୍ଷା। ବିଶେଷ କରି ଇସ୍ରାଏଲ ଓ ସାଉଦି ଆରବ ମଧ୍ୟରେ ସ୍ଥିତିକୁ ସ୍ୱାଭାବିକ କରିବା ଉପରେ ସି୫ ରାଷ୍ଟ୍ର ସମୂହ କାର୍ଯ୍ୟ କରିବେ। ହେଲେ ଏହା କେତେ ଦୂର କାର୍ଯ୍ୟକାରୀ ହେଉଛି, ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନ।
ରିପୋର୍ଟ ଅନୁସାରେ, ଏହି ନୂଆ ସମୂହ ଗଠନ କରିବା ପଛର ମୁଖ୍ୟ ହେଉଛନ୍ତି ଟ୍ରମ୍ପ। ସେ ହିଁ ଏପରି ସମୂହ ଗଠନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ହ୍ୱାଇଟ ହାଉସ ପକ୍ଷରୁ ଏନେଇ କୌଣସି ପ୍ରକାରର ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ଏହି ଯୋଜନା କେବଳ ପ୍ରସ୍ତବିତ ପର୍ଯ୍ୟାୟରେ ଥିବାରୁ ଏହା ଉପରେ କେହି ବି ମୁହଁ ଖୋଲି ନାହାନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
