Advertisment

Donald Trump: ମୋଦିଙ୍କୁ ‘ସୁନ୍ଦର ବ୍ୟକ୍ତି’ କହିଲେ, ଭାରତ-ପାକ ଯୁଦ୍ଧ ବିରତି ଦାବି ଦୋହରାଇଲେ ଟ୍ରମ୍ପ

ଟ୍ରମ୍ପଙ୍କ ମତରେ ମୋଦି ହେଉଛନ୍ତି ଗୁଡ୍ ଲୁକିଂ ବ୍ୟକ୍ତି। ବିଶ୍ୱରେ ସବୁଠାରୁ ସୁନ୍ଦର ଦିଶୁଥିବା ରାଜନେତା ହେଉଛନ୍ତି ମୋଦି। ସେହିପରି ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ମହାନ ବ୍ୟକ୍ତି ଓ ପାକିସ୍ତାନର ସେନା ମୁଖ୍ୟ ଅସିମ ମୁନିରଙ୍କୁ ମହାନ ଯୋଦ୍ଧା କହିଛନ୍ତି ଟ୍ରମ୍ପ।

author-image
Hemant Lenka
PM-Modi

ଟ୍ରମ୍ପ ଓ ମୋଦି (ଫାଇଲ ଫଟୋ)

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କୋରିଆ ମାଟିରୁ ସେ ମୋଦିଙ୍କୁ ସୁନ୍ଦର ଦେଖାଯାଉଥିବା ବ୍ୟକ୍ତି କହିଛନ୍ତି। ଭାରତ ଉପରେ ଟାରିଫ୍ ଲାଗୁ କରି ପୂର୍ବରୁ ଧମକ ଦେଉଥିବା ଟ୍ରମ୍ପଙ୍କ ମୁହଁରେ ମୋଦିଙ୍କ ପ୍ରଶଂସା ଦେଖିବାକୁ ମିଳିଛି।

Advertisment

ଟ୍ରମ୍ପଙ୍କ ମତରେ ମୋଦି ହେଉଛନ୍ତି ଗୁଡ୍ ଲୁକିଂ ବ୍ୟକ୍ତି। ବିଶ୍ୱରେ ସବୁଠାରୁ ସୁନ୍ଦର ଦିଶୁଥିବା ରାଜନେତା ହେଉଛନ୍ତି ମୋଦି। ସେହିପରି ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ମହାନ ବ୍ୟକ୍ତି ଓ ପାକିସ୍ତାନର ସେନା ମୁଖ୍ୟ ଅସିମ ମୁନିରଙ୍କୁ ମହାନ ଯୋଦ୍ଧା କହିଛନ୍ତି ଟ୍ରମ୍ପ।

ତେବେ ମୋଦି(PM Modi)ଙ୍କୁ ପ୍ରଶଂସା କରିଥିବା ଟ୍ରମ୍ପ(Donald Trump) ନିଜର ପୁରୁଣା ଦାବିକୁ ଦୋହରାଇବାକୁ ଆଦୌ ପଛ ଘୁଞ୍ଚା ଦେଇ ନାହାନ୍ତି। ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରତି ଲାଗୁ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ପୂରା ବିଶ୍ୱକୁ ପୁଣି ଜଣାଇବାକୁ ଚେଷ୍ଟା କରିଛନ୍ତି। 

Advertisment

ଦକ୍ଷିଣ କୋରିଆରେ APECର ବ୍ୟବସାୟୀମାନଙ୍କୁ ସମ୍ବୋଧିତ କରିବା ସମୟରେ ଟ୍ରମ୍ପ ନିଜର ଭାରତ-ପାକିସ୍ତାନ ଯୁଦ୍ଧ ବିରତି କଥା ଦୋହରାଇଛନ୍ତି। ଭାରତ-ପାକିସ୍ତାନ ସମ୍ଭାବ୍ୟ ପରମାଣୁ ଯୁଦ୍ଧକୁ ସେ କୁଆଡ଼େ ବାଣିଜ୍ୟ ଚାପ ଦ୍ୱାରା ବନ୍ଦ କରିଥିଲେ ବୋଲି କହିଛନ୍ତି। 

ସେ କହିଛନ୍ତି, “ଦୁଇ ଆଣବିକ ଶକ୍ତି ସମ୍ପନ୍ନ ଦେଶ ପରସ୍ପର ସହ ଲଢ଼େଇ କରୁଥିଲେ। ସେମାନେ କାହା କଥା ଶୁଣି ନଥିଲେ। ୭ଟି ଯୁଦ୍ଧ ବିମାନ ଖସିଥିଲା। ସେମାନେ ଲଢ଼େଇ କରିବାକୁ ଚାହୁଁଥିଲେ। ସେମାନେ ବେଶ ଶକ୍ତିଶାଳୀ ଲୋକ। ପ୍ରଧାନମନ୍ତ୍ରୀ ମୋଦି ଜଣେ ସୁନ୍ଦର ଦିଶୁଥିବା ବ୍ୟକ୍ତି। ସେ ଜଣେ ଚମତ୍କାର ମଣିଷ। ସେ ବେଶ ଜିଦିଆ ଓ କଠୋର। କିନ୍ତୁ କିଛି କ୍ଷଣ ପରେ ସେମାନେ ଫୋନ କରିଥିଲେ ଓ ଲଢ଼େଇ ବନ୍ଦ କରିବାକୁ ରାଜି ହୋଇଥିଲେ।”

ଟ୍ରମ୍ପ ନିଜର ଭାଷଣରେ ଭାରତ ସହ ଖୁବଶୀଘ୍ର ବାଣିଜ୍ୟ ଡିଲ୍‌ ଚୂଡ଼ାନ୍ତ ହେବାକୁ ଯାଉଥିବା ସେ ସଙ୍କେତ ଦେଇଛନ୍ତି। ସେ କହିଛନ୍ତି, “ମୁଁ ଭରାତ ସହିତ ଗୋଟିଏ ବାଣିଜ୍ୟ ଡିଲ୍‌ କରିବାକୁ ଯାଉଛି।”

ରାଷ୍ଟ୍ରପତି ଟ୍ରମ୍ପ ଉଭୟ ଭାରତ ଓ ପାକିସ୍ତାନ ସହ ଥିବା ତାଙ୍କର ‘ମହାନ ସମ୍ପର୍କ’ କଥା ବକ୍ଷାଣିବାକୁ ଚେଷ୍ଟା କରିଛନ୍ତି। ସେ କହିଛନ୍ତି, “ମୁଁ ଭାରତ ସହ ଗୋଟିଏ ବାଣିଜ୍ୟ ଡିଲ କରିବାକୁ ଯାଉଛି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ମୋର ଗଭୀର ସମ୍ମାନ ଓ ଭଲ ପାଇବା ରହିଛି। ଅନୁରୂପ ଭାବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ମଧ୍ୟ ଜଣେ ଚମତ୍କାର ବ୍ୟକ୍ତି। ତାଙ୍କ ଫିଲ୍ଡ ମାର୍ଶଲ ଜଣେ ମହାନ ଯୋଦ୍ଧା।” 

ନିଜର ଭାଷଣରେ ଟ୍ରମ୍ପ ଆହୁରି କହିଛନ୍ତି ଯେ “ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଲ କରିଥିଲି ଓ କହିଥିଲି ଯେ ପାକିସ୍ତାନ ସହ ଲଢ଼େଇ କରୁଥିବାରୁ ଆମେ ଆପଣଙ୍କ ସହ କୌଣସି ପ୍ରକାରର ବାଣିଜ୍ୟ ଡିଲ କରିବୁ ନାହିଁ। ଏହାପରେ ମୁଁ ପାକିସ୍ତାନକୁ କଲ କରିଥିଲି ଓ ସମାନ କଥା କହିଥିଲି। ” 

ପହଲଗାମ ନରସଂହାର ଓ ଅପରେସନ ସିନ୍ଦୂର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରାୟ ୯୬ ଘଣ୍ଟା ଧରି ସମାରିକ ବିବାଦ ଦେଖା ଯାଇଥିଲା। ଏହାପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିରତି ଲାଗୁ ହୋଇଛି। ଯୁଦ୍ଧ ବିରତି ସମ୍ପର୍କରେ ପ୍ରଥମେ ଟ୍ରମ୍ପ ଘୋଷଣା କରିଥିଲେ।

ଏହାପରେ ଅନେକ ସମୟରେ ଟ୍ରମ୍ପ ଯୁଦ୍ଧ ବିରତିର ଶ୍ରେୟ ନେବାକୁ ଚେଷ୍ଟା କରି ଆସିଛନ୍ତି। କିନ୍ତୁ ଯୁଦ୍ଧ ବିରତିରେ ଟ୍ରମ୍ପ କୌଣସି ଭୂମିକା ଗ୍ରହଣ କରି ନଥିଲେ ବୋଲି ଭାରତ ବାରମ୍ବାର କହି ସାରିଛି। କିନ୍ତୁ ଟ୍ରମ୍ପ ନିଜର ମିଛକୁ ଦୋହରାଇ ଚାଲିଛନ୍ତି। 

Donald Trump PM Modi