Advertisment

ପୁଣି ଟ୍ରମ୍ପଙ୍କ ଟାରିଫ ଧମକ: ସମ୍ମାନ କର ନଚେତ ପରିଣାମ ଭୋଗ

ଆଲ‍ଫାବେଟ, ମେଟା ଓ ଆମାଜନ ଭଳି ବଡ଼ବଡ଼ କମ୍ପାନୀ ଉପରେ ଲାଗୁ ହେଉଥିବା ଟିକସକୁ ହ୍ରାସ କରିବାକୁ ଟ୍ରମ୍ପ ନିଜର ବ୍ୟବସାୟିକ ପାର୍ଟନରଙ୍କ ଉପରେ ଏପରି ବୟାନ ଦେଇ ଚାପ ସୃଷ୍ଟି କରୁଛନ୍ତି।

author-image
Hemant Lenka
Trump

Trump

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ପୂରା ବିଶ୍ୱକୁ ଟାରିଫ ଧମକ ଦେଇଛନ୍ତି। ଆମେରିକୀୟ କମ୍ପାନୀର ରପ୍ତାନୀ ଉପରେ କଟକଣା ଲଗାଇବାକୁ ଚେଷ୍ଟା କରୁଥିବା ସବୁ ଦେଶ ଉପରେ ଅତରିକ୍ତ ଶୁଳ୍କ ଲଗାଇବାକୁ ସେ ପଛାଇବେ ନାହିଁ ବୋଲି ଟ୍ରମ୍ପ କହିଛନ୍ତି।

Advertisment

ଡିଜିଟାଲ ସେବା କର ଓ ଏହା ସହ ଜଡ଼ିତ ନିୟମ ଆଧାରରେ ଯଦି କେହି ଆମେରିକୀୟ ଟେକ କମ୍ପାନୀର ରପ୍ତାନୀକୁ ସୀମିତ କରିବ, ତା’ହେଲେ ସେମାନଙ୍କ ଉପରେ ଟାରିଫ ଲାଗୁ ହେବ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି।

ଆଲ‍ଫାବେଟ, ମେଟା ଓ ଆମାଜନ ଭଳି ବଡ଼ବଡ଼ କମ୍ପାନୀ ଉପରେ ଲାଗୁ ହେଉଥିବା ଟିକସକୁ ହ୍ରାସ କରିବାକୁ ଟ୍ରମ୍ପ ନିଜର ବ୍ୟବସାୟିକ ପାର୍ଟନରଙ୍କ ଉପରେ ଏପରି ବୟାନ ଦେଇ ଚାପ ସୃଷ୍ଟି କରୁଛନ୍ତି। ନିଜର ଟ୍ରୁଥ ସୋଶାଲ ପ୍ଲାଟଫର୍ମରେ ଟ୍ରମ୍ପ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ହିସାବରେ ସେ ‘ଅଦ୍ଭୂତ ଆମେରିକୀୟ ଟେକ କମ୍ପାନୀ’ଗୁଡ଼ିକୁ ଆକ୍ରମଣ କରୁଥିବା ଦେଶ ବିରୋଧରେ ଛିଡ଼ା ହେବେ।

Advertisment

ସେ କହିଛନ୍ତି, “ଡିଜିଟାଲ ଟିକସ, ଡିଜିଟାଲ ସେବା ବିଧେୟକ ଓ ଡିଜିଟାଲ ମାର୍କେଟ ରେଗୁଲେସନ ଆଦି ସବୁ କିଛି କେବଳ ଆମେରିକୀୟ କମ୍ପାନୀଗୁଡ଼ିକୁ କ୍ଷତି ପହଞ୍ଚାଇବା କିମ୍ବା ପାତରଅନ୍ତର କରିବା ପାଇଁ ଲାଗୁ ହେଉଛି। ସେମାନେ ଚାଇନାର ସବୁଠାରୁ ବଡ଼ ଟେକ କମ୍ପାନୀକୁ ସଂପୂର୍ଣ୍ଣ ସ୍ୱାଧୀନତା ଦେଉଛନ୍ତି। ଏବେ ସେସବୁ ବନ୍ଦ ହେବା ଦରକାର। ମୁଁ ଡିଜିଟାଲ ଟତକସ, ବିଧେୟକ କିମ୍ବା ନିୟମ ପ୍ରଣୟନ କରିଥିବା ସମସ୍ତ କମ୍ପାନୀକୁ ନୋଟିସରେ ରଖୁଛି।

ଯଦି ସେମାନେ ଏହି ପାତରଅନ୍ତର ପଦକ୍ଷେପକୁ ବନ୍ଦ ନ କରିବେ, ତା’ହେଲେ ଆମେରିକା ରାଷ୍ଟ୍ରପତି ହିସାବରେ ମୁଁ ସେମାନଙ୍କ ଉପରେ ବଡ଼ଧରଣର ଅତିରିକ୍ତ ଟାରିଫ ଲଗାଇବି। ଆମେରିକାକୁ ରପ୍ତାନୀ ହେଉଥିବା ସେମାନଙ୍କ ଜିନିଷ ଉପରେ ଅତିରିକ୍ତ ଟାରିଫ ଲାଗିବ। ଆମେରିକା ଓ ଆମର ଚମତ୍କାର ଟେକ କମ୍ପାନୀ ଗୁଡ଼ିକୁ ସମ୍ମାନ କର ନଚେତ ପରିଣାମକୁ ସାମ୍ନା କରିବାକୁ ପ୍ରସ୍ତୁତ ରୁହ।”

USA Illegal Tariff Donald Trump