Advertisment

ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ହତ୍ୟା ଉଦ୍ୟମ, ଦୁର୍ବୃତ୍ତକୁ ବାନ୍ଧିଲା ପୁଲିସ

ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ହତ୍ୟା ଉଦ୍ୟମ।

ଅଦ୍ୟତନ ହୋଇଛି
Donald Trump

Donald Trump

Advertisment

ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ହତ୍ୟା ଉଦ୍ୟମ। ଫ୍ଲୋରିଡା ସ୍ଥିତ ତାଙ୍କ ଗଲ୍ଫ କ୍ଲବରେ ଖେଳୁଥିବା ବେଳେ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ତେବେ ଟ୍ରମ୍ପ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି, ତାଙ୍କ ଦେହରେ କୌଣସି ଗୁଳି ବାଜିନଥିବା ଜଣାପଡ଼ିଛି। କିଛି ଦିନ ତଳେ ମଧ୍ୟ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା। 

Advertisment

ସୂଚନା ଅନୁସାରେ, ରବିବାର ମଧ୍ୟାହ୍ନ ୨ଟା (ଭାରତୀୟ ସମୟ ରାତି ୧୧.୩୦)ରେ ଟ୍ରମ୍ପଙ୍କ ଉପରକୁ ଆକ୍ରମଣ କରାଯାଇଥିଲା। ସେ ଫ୍ଲୋରିଡା ସ୍ଥିତ ତାଙ୍କ ଗଲ୍ଫ କ୍ଲବରେ ଖେଳୁ ଥିବାବେଳେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଚାରି ରାଉଣ୍ଡ ଗୁଳିମାଡ଼ ହୋଇଥିଲେ ମଧ୍ୟ ଟ୍ରମ୍ପ ସୁରକ୍ଷିତ ଅଛନ୍ତି, ତାଙ୍କ ଦେହରେ କୌଣସି ଗୁଳି ବାଜି ନାହିଁ।

ଘଟଣା ପରେ ଅଭିଯୁକ୍ତ ଫେରାର୍ ହୋଇଯାଇ ଥିବାବେଳେ ପରବର୍ତ୍ତୀ ସମୟରେ ତାଙ୍କୁ କାବୁ କରାଯାଇଛି। ଅଭିଯୁକ୍ତ ଜଣକ ୫୮ ବର୍ଷୀୟ ରିୟାନ ୱେସଲି ରୌଥ ବୋଲି ଜଣାପଡିଛି। କିନ୍ତୁ ତାଙ୍କ ଉଦ୍ଦେଶ୍ୟ ଜଣାପଡିନାହିଁ। ଗୁଳିମାଡ଼ର କାରଣ ଜାଣିବା ପାଇଁ ତଦନ୍ତ ଚାଲିଥିବା ଆମେରିକା ତଦନ୍ତକାରୀ ସଂସ୍ଥା କହିଛି।

Advertisment

ତେବେ ଅଭିଯୁକ୍ତ ୱେସଲି ଟ୍ରମ୍ପଙ୍କୁ AK-୪୭ ଷ୍ଟାଇଲର ବନ୍ଧୁକରେ ଆକ୍ରମଣ କରିଥିବା କୁହାଯାଉଛି। ସେ ମାତ୍ର ୨୭୫-୪୫୦ ମିଟର ଦୂରରେ ଥାଇ ଟ୍ରମ୍ପଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ସୁରକ୍ଷିତ ଥିବା ନେଇ ଟ୍ରମ୍ପ ନିଜେ ସୂଚନା ଦେଇଛନ୍ତି। 

ଆଗକୁ ଆମେରିକା ନିର୍ବାଚନ ରହିଛି। ଟ୍ରମ୍ପ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଅଛନ୍ତି। ପୂର୍ବରୁ ମଧ୍ୟ ଜୁଲାଇ ୧୩ରେ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା। ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ସମୟରେ ଟ୍ରମ୍ପଙ୍କୁ ଗୁଳିମାଡ଼ କରାଯାଇଥିଲା। ଏଥିରେ ଗୋଟିଏ ରାଉଣ୍ଡ ଗୁଳି ତାଙ୍କ କାନରେ ବାଜିଥିଲା। 

ଟ୍ରମ୍ପ ବର୍ତ୍ତି ଯାଇଥିଲେ ମଧ୍ୟ ରାଲିରେ ସାମିଲ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟି ଥିବାବେଳେ ଦୁଇ ଜଣ ଆହତ ହୋଇଥିଲେ। ତେବେ ଟ୍ରମ୍ପଙ୍କ ଉପରେ ବାରମ୍ବାର ଆକ୍ରମଣ ରାଜନୈତିକ ହିଂସା ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ତାହା ତଦନ୍ତ ସାପେକ୍ଷ। 

Donald Trump America Election Donald Trump Shooting US Presidential Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe