Advertisment

Middle East War: ଟ୍ରମ୍ପଙ୍କ ବଡ଼ ଦାବି: ଇରାନର ଏୟାର ଡିଫେନ୍ସ, ନୌସେନା ଓ ନେତୃବୃନ୍ଦ ସଫା

ଆମେରିକା-ଇସ୍ରାଏଲ ପକ୍ଷରୁ ଇରାନ ବିରୋଧରେ ଆରମ୍ଭ ହୋଇଥିବା ସାମରିକ ଅଭିଯାନ ଆଜି ୪ର୍ଥ ଦିନରେ ପହଞ୍ଚିଥିବା ବେଳେ ଥମିବାର ନାଁ ଧରୁନି। ସୋମବାର ରାତିରେ ଇସ୍ରାଏଲ ପକ୍ଷରୁ ଇରାନର ପ୍ରମୁଖ ସରକାରୀ ପ୍ରତିଷ୍ଠାନ ଉପରେ ହମଲା କରାଯାଇଥିବା ଦାବି କରାଯାଇଛି।

Trump

ରାଷ୍ଟ୍ରପତି ଟ୍ରମ୍ପ

Advertisment

Middle East War Updates: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ଲଢ଼େଇକୁ ନେଇ ବଡ଼ ଦାବି କରିଛନ୍ତି। ଇରାନର ମିଲିଟାରୀ ନେତୃବୃନ୍ଦ ଓ ପ୍ରତିରକ୍ଷା କ୍ଷମତା ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି। ଏବେ ଆଲୋଚନା ପାଇଁ ବହୁତ ବିଳମ୍ବ ହୋଇ ସାରିଛି ବୋଲି ଟ୍ରମ୍ପ କହିଛନ୍ତି। 

Advertisment

ସେ କହିଛନ୍ତି, “ସେମାନଙ୍କର ଏୟାର ଡିଫେନ୍ସ, ଏୟାର ଫୋର୍ସ, ନୌସେନା ଓ ନେତୃବୃନ୍ଦ ଆଉ ନାହାନ୍ତି। ସେମାନେ ଆଲୋଚନା ଚାହୁଁଥିଲେ। ମୁଁ କହିଲି ବହୁତ ବିଳମ୍ବ ହୋଇଯାଇଛି। ଆମେରିକା ପାଖରେ ଅସଂଖ୍ୟ ମଧ୍ୟମରୁ ଉଚ୍ଚସ୍ତରୀୟ ଯୁଦ୍ଧାସ୍ତ୍ର ରହିଛି। ଭୟଙ୍କର ଆକ୍ରମଣ ହେବ। ଏଥିପାଇଁ ଆମେରିକା ସକ୍ଷମ।” 

ଆମେରିକା-ଇସ୍ରାଏଲ ପକ୍ଷରୁ ଇରାନ ବିରୋଧରେ ଆରମ୍ଭ ହୋଇଥିବା ସାମରିକ ଅଭିଯାନ ଆଜି ୪ର୍ଥ ଦିନରେ ପହଞ୍ଚିଥିବା ବେଳେ ଥମିବାର ନାଁ ଧରୁନି। ସୋମବାର ରାତିରେ ଇସ୍ରାଏଲ ପକ୍ଷରୁ ଇରାନର ପ୍ରମୁଖ ସରକାରୀ ପ୍ରତିଷ୍ଠାନ ଉପରେ ହମଲା କରାଯାଇଥିବା ଦାବି କରାଯାଇଛି। ରାଷ୍ଟ୍ରପତି କମ୍ପ୍ଲେକ୍ସ ଓ ଦେଶର ପ୍ରମୁଖ ସୁରକ୍ଷା ସହ ଜଡ଼ିତ ଗୋଟିଏ ବିଲଡିଂକୁ ଇସ୍ରାଏଲ ଉଡ଼ାଇ ଦେଇଥିବା କହିଛି। 

Advertisment

ଇରାନ ମଧ୍ୟ ରାତି ଦିନ ମିସାଇଲ ଓ ଡ୍ରୋନ ଆଟାକ ଜାରି ରଖିଛି। ଆମେରିକା ସେନାର ବେସ ପାଇଁ ସୁଯୋଗ ଦେଇଥିବା ଗଲ୍ଫ ଦେଶଗୁଡ଼ିକୁ ଇରାନ ଟାର୍ଗେଟ କରୁଥିବା ତିକ୍ତତା ଚରମସୀମାରେ ପହଞ୍ଚିଛି। ଗଲ୍ଫ ଦେଶଗୁଡ଼ିକ ମଧ୍ୟ ଆକ୍ରମଣ ପାଇଁ ସଜବାଜ ହେଉଥିବା ଜଣାପଡ଼ିଛି। ଯଦି ଏପରି ହୁଏ, ତା’ହେଲେ ଆଗକୁ ସ୍ଥିତି ଆହୁରି ଭୟଙ୍କର ହେବାର ଆଶଙ୍କା ରହିଛି। ଇରାନ କ୍ରମାଗତ ଭାବେ ସାଉଦି ଠାରୁ ବାହାରିନ ଓ ୟୁଏଇ ଠାରୁ ଜୋର୍ଡାନକୁ ଟାର୍ଗେଟ କରୁଛି। 

ଅନ୍ୟପକ୍ଷରେ ହ୍ୱାଇଟ ହାଉସରୁ ଡୋନାଲ୍ଡ ଟ୍ରମ୍ପ ସୋମବାର ଆକଳନ କରିଛନ୍ତି ଯେ ଇରାନ ସହ ଚାଲିଥିବା ଯୁଦ୍ଧ ସମ୍ଭବତଃ ୪ରୁ ୫ ସପ୍ତାହ ଚାଲିପାରେ। ଏହା ଠାରୁ ଅଧିକ ସମୟ ଧରି ମଧ୍ୟ ଆମେରିକା ସୈନ୍ୟ ଲଢ଼େଇ କରିବାକୁ ସକ୍ଷମ। ଏପରି କି ସେ ସ୍ଥଳ ଭାଗରେ ଅପରେସନ କରିବାକୁ ମଧ୍ୟ ପ୍ରସ୍ତୁତ ହେଉଥିବା ସଙ୍କେତ ଦେଇଛନ୍ତି।  

Middle East war updates
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe