Advertisment

Donald Trump: ଚାଇନାକୁ ଆମେରିକାର ଟାରିଫ ରିହାତି, ଏପ୍ରିଲରେ ବେଜିଂ ଯିବେ ଟ୍ରମ୍ପ

ଟ୍ରମ୍ପ ଚାଇନା ଉପରେ ଲାଗୁ ହେଉଥିବା ଟାରିଫକୁ ୧୦% ହ୍ରାସ କରାଯିବ ବୋଲି ଘୋଷଣା କରିଛନ୍ତି। ଏହାବାଦ ସୋୟାବିନ କିଣିବା ଓ ବିରଳ ମୃତ୍ତିକା ରପ୍ତାନୀ ଭଳି ପ୍ରସଙ୍ଗରେ ମଧ୍ୟ ଉଭୟ ନେତା ସଫଳତା ପୂର୍ବକ ଆଲୋଚନା କରିଛନ୍ତି।

Trump

ଟ୍ରମ୍ପ ଓ ଜିନପିଙ୍ଗ

Advertisment

ଆମେରିକା ଓ ଚାଇନା ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧରେ ନୂଆ ଟ୍ୱିଷ୍ଟ। ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ(Donald Trump) ଓ ତାଙ୍କ ଚାଇନା ପ୍ରତିପକ୍ଷ ସି ଜିନପିଙ୍ଗ(Xi jinping) ମଧ୍ୟରେ ହୋଇଛି ଐତିହାସିକ ବୈଠକ। କୋରିଆରେ ଅନୁଷ୍ଠିତ ଏହି ବୈଠକ ପରେ ଚାଇନାକୁ ମିଳିଛି ଆମେରିକାର ଟାରିଫ ରିହାତି। ଦୁଇ ଦେଶର ନେତା ପରସ୍ପର ସହ ଆର୍ଥିକ ଓ ବାଣିଜ୍ୟ ଡିଲ୍‌ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ବି କରିଛନ୍ତି। 

Advertisment

ଏହି ଆଲୋଚନାକୁ ବେଶ ‘ଚମତ୍କାର’ର ଆଖ୍ୟା ଦେଇ ଟ୍ରମ୍ପ ଚାଇନା ଉପରେ ଲାଗୁ ହେଉଥିବା ଟାରିଫକୁ ୧୦% ହ୍ରାସ କରାଯିବ ବୋଲି ଘୋଷଣା କରିଛନ୍ତି। ଏହାବାଦ ସୋୟାବିନ କିଣିବା ଓ ବିରଳ ମୃତ୍ତିକା ରପ୍ତାନୀ ଭଳି ପ୍ରସଙ୍ଗରେ ମଧ୍ୟ ଉଭୟ ନେତା ସଫଳତା ପୂର୍ବକ ଆଲୋଚନା କରିଛନ୍ତି। ଟ୍ରମ୍ପ ବୈଠକକୁ ଅତ୍ୟନ୍ତ ଚମତ୍କାର ବୋଲି କହିବା ସହ ଆମେରିକା-ଚାଇନା ମଧ୍ୟରେ ଗୋଟିଏ ସୁନ୍ଦର ନୂଆ ଆରମ୍ଭ ହେବ ବୋଲି ସଙ୍କେତ ଦେଇଛନ୍ତି। 

ଦକ୍ଷିଣ କୋରିଆର ବୁସାନରେ ଟ୍ରମ୍ପ ଦୁଇ ଘଣ୍ଟା ଧରି ଜିନିପିଙ୍ଗ ସହ ରୁଦ୍ଧଦ୍ୱାର ବୈଠକ କରିଥିଲେ। ଏହାପରେ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଅନେକ ନିଷ୍ପତ୍ତି ହୋଇଛି ଓ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆସିଥିବା ନିଷ୍କର୍ସ ବହୁତ ଶୀଘ୍ର ଜାରି କରାଯିବ। 

Advertisment

ସେ କହିଛନ୍ତି, “କ’ଣ ସବୁ ଆଲୋଚନା ହୋଇଥିଲା, ସେ ବିଷୟରେ ମୁଁ କହିବି ନାହିଁ। କିନ୍ତୁ ଏହା ଏକ ଚମତ୍କାର ବୈଠକ ଥିଲା। ରାଷ୍ଟ୍ରପତି ସି ଜିନପିଙ୍ଗ ଫେଣ୍ଟାନିଲ୍‌ ବନ୍ଦ କରିବାକୁ କଠିନ ପରିଶ୍ରମ କରିବେ ବୋଲି ଆମେ ରାଜି ହୋଇଛି। ସୋୟାବିନ କିଣା ତୁରନ୍ତ ଆରମ୍ଭ ହେବ। ଚାଇନା ଉପରେ ଲାଗୁ ହେଉଥିବା ଟାରିଫ ୫୭%ରୁ ୪୭%କୁ ଖସିବ।” 

ଦୁଇ ନେତାଙ୍କ ଆଲୋଚନାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିଲା ବିଳର ମୃତ୍ତିକା ଡିଲ୍‌। ଏହାକୁ ନେଇ ବେଶ କିଛି ମାସ ହେବ ଉଭୟ ଦେଶ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। କାରଣ ହାଇଟେକ ଉତ୍ପାଦନ, ବିଦ୍ୟୁତ ଚାଲିତ ଗାଡ଼ି ଓ ପ୍ରତିରକ୍ଷା ସାମଗ୍ରୀ ପାଇଁ ଏହା ଅତ୍ୟନ୍ତ ପ୍ରମୁଖ ମିନରାଲ। ଆଲୋଚନା ପରେ ଟ୍ରମ୍ପ କହିଛନ୍ତି ଯେ ସମସ୍ତ ବିରଳ ମୃତ୍ତିକା ପ୍ରସଙ୍ଗର ସମାଧାନ ହୋଇଛି। ଆଉ କୌଣସି ପ୍ରତିବନ୍ଧକ ନାହିଁ। ‌ଏହା ଆମେରିକାକୁ ଚାଇନା ରପ୍ତାନୀକୁ ବୃଦ୍ଧି କରିବ। 

ବର୍ଷିକ ବୁଝାମଣା ଅଧୀନରେ ବେଜିଂ ପକ୍ଷରୁ ଆମେରିକାକୁ ବିରଳ ମୃତ୍ତିକା ରପ୍ତାନୀ କରାଯାଇବ ଓ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ବୃଦ୍ଧି ପାଇବ ବୋଲି ଟ୍ରମ୍ପଙ୍କ ସହ ବୁସାନ ଗସ୍ତ କରିଥିବା ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି। ବିରଳ ମୃତ୍ତିକା ବିବାଦ ଯୋଗୁ ଆମେରିକା ଟେକ ଓ ପ୍ରତିରକ୍ଷା ଫାର୍ମ ଗୁଡ଼ିକ ବେଶ କିଛି ମାସ ହେଲା ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏବେ ସେମାନଙ୍କ ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି।  

ଅନ୍ୟପକ୍ଷରେ ଚାଇନା ଓ ଆମେରିକା ସମ୍ପର୍କ ନିବିଡ଼ ହେବାର ସଙ୍କେତ ମଧ୍ୟ ବୁସାନ ବୈଠକ ପରେ ସଙ୍କେତ ମିଳିଛି। କାରଣ ଆସନ୍ତାବର୍ଷ ଏପ୍ରିଲ ମାସରେ ଚାଇନା ଗସ୍ତ କରିବେ ଟ୍ରମ୍ପ। ସେହିପରି ଜିନପିଙ୍ଗ ମଧ୍ୟ ଆମେରିକା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି।

ଟ୍ରମ୍ପ କହିଛନ୍ତି, “ମୁଁ ଏପ୍ରିଲ ମାସରେ ଚାଇନା ଯାଇପରେ। ଏହାପରେ ଜିନପିଙ୍ଗ ମଧ୍ୟ ଆମେରିକା ଆସିବେ। ସେ ଫ୍ଲୋରିଡାର ପାଲମ ବିଚ କିମ୍ବା ୱାଶିଂଟନ ଡିସି ଆସି ପାରନ୍ତି।” ତେବେ ଦୁଇ ଦେଶ ଆଲୋଚନା ବେଳେ ତାଇୱାନ ପ୍ରସଙ୍ଗ ଉଠି ନଥିବା ମଧ୍ୟ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି। 

Donald Trump Xi Jinping
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe