Advertisment

Iran Protest: ଟାର୍ଗେଟ ଭାରତ! ଇରାନର ବ୍ୟବସାୟିକ ସହଯୋଗୀଙ୍କ ଉପରେ ୨୫% ଟାରିଫ ଲଗାଇଲେ ଟ୍ରମ୍ପ

ଭାରତ ପାଇଁ ନିଯୁକ୍ତି ପାଇଥିବା ଆମେରିକା ରାଷ୍ଟ୍ରଦୂତ ସେରଗିଓ ଗୋର ନୂଆଦିଲ୍ଲୀ ସମ୍ପର୍କରେ ମିଠାମିଠା କଥା କହିବାର କିଛି ଘଣ୍ଟା ପରେ ନିଜର ଅସଲ ଚେହେରା ପୁଣି ସମସ୍ତଙ୍କୁ ଦେଖାଇଛନ୍ତି ଟ୍ରମ୍ପ।

Trump

ମୋଦି ଓ ଟ୍ରମ୍ପ (ଫାଇଲ ଫଟୋ)

Advertisment

ଇରାନ(Iran Protest) ହେଉ କି ୟୁକ୍ରେନ, ଯେଉଁଠି ବି ବିବାଦ ଦେଖା ଯାଉଛି ସେଠି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତୁରନ୍ତ ଭାରତକୁ ଟାର୍ଗେଟ କରିବାକୁ ବାହାନା ଖୋଜୁଛନ୍ତି।  ଭାରତ ପାଇଁ ନିଯୁକ୍ତି ପାଇଥିବା ଆମେରିକା ରାଷ୍ଟ୍ରଦୂତ ସେରଗିଓ ଗୋର ନୂଆଦିଲ୍ଲୀ ସମ୍ପର୍କରେ ମିଠାମିଠା କଥା କହିବାର କିଛି ଘଣ୍ଟା ପରେ ନିଜର ଅସଲ ଚେହେରା ପୁଣି ସମସ୍ତଙ୍କୁ ଦେଖାଇଛନ୍ତି ଟ୍ରମ୍ପ।

Advertisment

ଭାରତ ହେଉଛି ଆମେରିକାର ସବୁଠାରୁ ଜରୁରୀ ସହଯୋଗୀ ବୋଲି ଗୋର କହିଥିଲେ। କିନ୍ତୁ ତାଙ୍କ ବସ୍‌ ଟ୍ରମ୍ପ ସଙ୍କଟ ସ୍ଥିତିର ସମ୍ମୁଖୀନ ହେଉଥିବା ଇରାନ ସହ ବ୍ୟବସାୟ କରୁଥିବା ଦେଶଗୁଡ଼ିକ ଉପରେ ୨୫% ଟାରିଫ ଲାଗୁ କରିଛନ୍ତି। ଟ୍ରମ୍ପଙ୍କ ଏପରି ଟାରିଫ ନିଷ୍ପତ୍ତି ଭାରତକୁ ଗଭୀର ଭାବେ ପ୍ରଭାବିତ କରିବ।

କାରଣ ଭାରତ ହେଉଛି ଇରାନର ଟପ୍ ୫ ବ୍ୟବସାୟିକ ସହଯୋଗୀଙ୍କ ମଧ୍ୟରୁ ଜଣେ। ଏହାର ଅର୍ଥ ଇରାନ ସହ ବ୍ୟବସାୟ କରୁଥିବାରୁ ଭାରତ ଉପରେ ଆମେରିକା ଆଉ ୨୫% ଟାରିଫ ଲାଗୁ କରିଛି। ପୂର୍ବରୁ ରୁଷ ଠାରୁ ତେଲ କିଣୁଥିବାରୁ ଟ୍ରମ୍ପ ଭାରତୀୟ ଦ୍ରବ୍ୟ ଉପରେ ୫୦% ଟାରିଫ ଲାଗୁ କରିଥିଲେ। ଏବେ ୨୫% ଟାରିଫ ଯୋଗୁ ଏହା ୭୫%ରେ ପହଞ୍ଚି ଯାଇଛି। 

Advertisment

ଇରାନ ଏବେ ସବୁଠାରୁ ବଡ଼ ସରକାରୀ ବିରୋଧୀ ଆନ୍ଦୋଳନ ଯୋଗୁ ଚିନ୍ତାରେ ରହିଛି। ଏସବୁ ଭିତରେ ଇରାନ ଉପରେ ଚାପକୁ ଆହୁରି ବୃଦ୍ଧି କରିବାକୁ ଟ୍ରମ୍ପ ଟାରିଫ ଲାଗୁ କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ “ଇରାନ ସହ ଯେଉଁ ଦେଶ ବ୍ୟବସାୟ କରିବେ ସେମାନଙ୍କ ଉପରେ ତତ୍କାଳ ୨୫% ଟାରିଫ ଲାଗୁ ହେବ। ଏହି ନିର୍ଦ୍ଦେଶ ଚୂଡ଼ାନ୍ତ।”

ଆମେରିକା ସହ ବାଣିଜ୍ୟ ଡିଲ ଚୂଡ଼ାନ୍ତ କରିପାରି ନଥିବା ଭାରତ ପୂର୍ବରୁ ହିଁ ୫୦% ଟାରିଖର ବୋଝ ବୋହୁଛୁ। ଏହା ମଧ୍ୟରେ ୨୫% ପାରସ୍ପରିକ ଟାରିଫ ଓ ରୁଷ ଠାରୁ ତେଲ କିଣୁଥିବାରୁ ଅତିରିକ୍ତ ୨୫% ଟାରିଫ ରହିଛି। ଏବେ ନୂଆ ୨୫% ଟାରିଫ ଯୋଗୁ ଭାରତର ଟାରିଫ ବୋଝ ୭୫%କୁ ବଢ଼ି ଯାଇଛି। କଟକଣା ସତ୍ତ୍ୱେ ରୁଷ ଠାରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ୫୦୦% ଯାଏ ଟାରିଫ ଲାଗୁ କରିବାର ଟ୍ରମ୍ପ ଆଉ ଏକ ଧମକ ମଧ୍ୟ ରହିଛି।

ଏହି ବିଲକୁ ଟ୍ରମ୍ପ ସବୁଜ ସଙ୍କେତ ଦେଇ ସାରିଛନ୍ତି। ସଂସଦରେ ବିଲ ପାରିତ ହେଲେ ଭାରତ, ଚାଇନା ଓ ବ୍ରାଜିଲ ଭଳି ଦେଶ ଉପରେ ଆମେରିକା ୫୦୦% ଯାଏ ଟାରିଫ ଲାଗୁ କରିବାକୁ ଆଇନଗତ ମାନ୍ୟତା ପାଇଯିବ। 

ଭାରତ ଓ ଇରାନ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ବେଶ ପୁରୁଣା। ଏହା ମଧ୍ୟରେ ଶକ୍ତି ଆମଦାନୀ ଠାରୁ ଆରମ୍ଭ କରି ଗୁରୁତ୍ୱପୂର୍ଣ୍ଣ ଚାବାହାର ବନ୍ଦରର ବିକାଶ ରହିଛି। ଏହି ପୋର୍ଟ ଜରିଆରେ ପାକିସ୍ତାନକୁ ବାଇପାସ କରି ଆଫଗାନିସ୍ତାନ ଓ କେନ୍ଦ୍ରୀୟ ଏସିଆରେ ଭାରତ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି। ହେଲେ ଟ୍ରମ୍ପଙ୍କ ଟାରିଫ ନିଷ୍ପତ୍ତି ଭାରତର ସମସ୍ୟାକୁ ବଢ଼ାଇ ଦେଇଛି। 

ବର୍ତ୍ତମାନ ଯାଏ ଚାଇନା ହେଉଛି ଇରାନର ସବୁଠାରୁ ବଡ଼ ବାଣିଜ୍ୟ ପାର୍ଟନର। ହେଲେ ଟ୍ରମ୍ପଙ୍କ ନିଷ୍ପତ୍ତି ଭାରତ ପାଇଁ ବାଣିଜ୍ୟ ଠାରୁ ମଧ୍ୟ ଅଧିକ କିଛି ଗୁରୁତ୍ୱ ବହନ କରୁଛି। ଏପରି ଘୋଷଣାର ସମୟ ବେଶ ମହତ୍ତ୍ୱପୂର୍ଣ୍ଣ। କାରଣ ଭାରତ ଓ ଆମେରିକା ଅଧିକାରୀମାନେ ବାଣିଜ୍ୟ ଡିଲ ସମ୍ପର୍କରେ ଆଲୋଚନା କରିବାକୁ ଯାଉଥିବା ବେଳେ ଟ୍ରମ୍ପଙ୍କ ଟାରିଫ ଘୋଷଣା ସାମ୍ନାକୁ ଆସିଛି।

ଆମେରିକାର ବାଣିଜ୍ୟ ଡିଲ ସର୍ତ୍ତରେ ଚାପ ପକାଇ ଭାରତକୁ ରାଜି କରିବା ହିଁ ଟ୍ରମ୍ପଙ୍କ ଏକମାତ୍ର ଉଦ୍ଦେଶ୍ୟ। ଖାସ ସେଥିପାଇଁ ସେ ଇରାନ ଆଳରେ ଭାରତକୁ ଟାର୍ଗେଟ କରିଥିବା ବିଶେଷଜ୍ଞମାନେ ମତ ରଖିଛନ୍ତି। 

ଭାରତ-ଇରାନ ବାଣିଜ୍ୟ ଉପରେ ପ୍ରଭାବ 

ଇରାନ ଲିଙ୍କରେ ଲାଗୁ ହୋଇଥିବା ଟାରିଫ ଭାରତ ଉପରେ ଚାପକୁ ଆହୁରି ବୃଦ୍ଧି କରିବ। କାରଣ ଭାରତ ହେଉଛି ଇରାନର ଅନ୍ୟତମ ସର୍ବବୃହତ୍ତ ବ୍ୟବସାୟିକ ସହଯୋଗୀ। ସରକାରୀ ତଥ୍ୟ ଅନୁସାରେ, ୨୦୨୪-୨୫ରେ ଭାରତ ଓ ଇରାନ ମଧ୍ୟରେ ପ୍ରାୟ ୧୪ ହଜାର କୋଟିର ବ୍ୟବସାୟ ହୋଇଥିଲା। ଭାରତ ୧୦ ହଜାର କୋଟିର ଦ୍ରବ୍ୟ ରପ୍ତାନୀ କରିଥିବା ବେଳେ ଇରାନ ଠାରୁ ୩,୭୦୦ କୋଟିର ଜିନିଷ ଆମଦାନୀ କରିଥିଲା। 

ଏଠାରେ ସମସ୍ତେ ଜାଣିବା ଦରକାର ଯେ ୨୦୧୯ ଠାରୁ ଭାରତ-ଇରାନ କାରବାର ସାମାନ୍ୟ ହ୍ରାସ ପାଇଛି। କାରଣ ଟ୍ରମ୍ପଙ୍କ କଟକଣା ଯୋଗୁ ଇରାନୀୟ ତୈଳ ଆମଦାନୀକୁ ଭାରତ ବନ୍ଦ କରି ଦେଇଛି। ଭାରତ ମୁଖ୍ୟତଃ ଅର୍ଗାନିକ କେମିକାଲ, ବାସୁମତି ଚାଉଳ, ଚା’, ଚିନି, ପାର୍ମାସିଟ୍ୟୁକାଲ୍ସ, ଫଳ, ଡାଲି ଜାତୀୟ ଦ୍ରବ୍ୟ ଓ ମାଂସ ଇରାନକୁ ରପ୍ତାନୀ କରିଥାଏ।

ଭାରତୀୟ ବାସୁମତି ଚାଉଳର ଚାହିଦା ଇରାନରେ ସବୁଠାରୁ ଅଧିକ। ନୂଆ ଟାରିଫ ବାସୁମତି ଚାଉଳ ରପ୍ତାନୀରେ ବିଭ୍ରାଟ କରିବ। ଟାରିଫ ଯୋଗୁ ଭାରତୀୟ କମ୍ପାନୀମାନେ ଆମେରିକା ବଜାରରେ ନିଜର ବ୍ୟବସାୟକୁ ସୁରକ୍ଷିତ କରିବା ପାଇଁ ଇରାନକୁ ରପ୍ତାନୀ ବନ୍ଦ କରିପାରନ୍ତି। ବିଶେଷ କରି କେମିକାଲ, କୃଷି ଜାତୀୟ ଦ୍ରବ୍ୟ ଓ ଫାର୍ମାସିଟ୍ୟୁକାଲ୍ସ ଦ୍ରବ୍ୟର ରପ୍ତାନୀ ପ୍ରଭାବିତ ହେବାର ଆଶଙ୍କା ରହିଛି। 

Protest Iran
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe