Advertisment

H-1B ଭିସା ସମର୍ଥନରେ ଟ୍ରମ୍ପ, କହିଲେ- ମୁଁ ସର୍ବଦା ଏହା ସପକ୍ଷରେ

ଟ୍ରମ୍ପ କହିଛନ୍ତି, ମୋର ସମ୍ପତ୍ତି ଉପରେ ଅନେକ H-1B ଭିସା ଲୋକ ଅଛନ୍ତି। ମୁଁ H-1Bରେ ବିଶ୍ୱାସ କରେ। ମୁଁ ଏହାକୁ ଅନେକ ଥର ବ୍ୟବହାର କରିଛି ଏବଂ ଏହା ଏକ ଉତ୍ତମ କାର୍ଯ୍ୟକ୍ରମ।

Donald Trump

Donald Trump

Advertisment

H-1B ଭିସା। ଏହି ଭିସାକୁ ନେଇ ଏବେ ଆମେରିକାରେ ଆରମ୍ଭ ହୋଇଛି ବିତର୍କ। ତେବେ ଏହାରି ଭିତରେ ଏହି ଭିସାକୁ ନେଇ ୟୁ-ଟର୍ଣ୍ଣ ମାରିଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପୂର୍ବରୁ ଏହି ଭିସାକୁ ବିରୋଧ କରୁଥିବା ଟ୍ରମ୍ପ ଏବେ ଏହାର ସମର୍ଥନରେ ବାହାରିଛନ୍ତି।

Advertisment

ନ୍ୟୁୟର୍କ ପୋଷ୍ଟ ସହ କଥାବାର୍ତ୍ତା କରି ଟ୍ରମ୍ପ କହିଛନ୍ତି, ମୁଁ ଭିସାକୁ ସର୍ବଦା ପସନ୍ଦ କରେ, ମୁଁ ସବୁବେଳେ ଭିସା ସପକ୍ଷରେ ଅଛି। ଟ୍ରମ୍ପ ଆହୁରି କହିଛନ୍ତି, ମୋର ସମ୍ପତ୍ତି ଉପରେ ଅନେକ H-1B ଭିସା ଲୋକ ଅଛନ୍ତି। ମୁଁ H-1Bରେ ବିଶ୍ୱାସ କରେ। ମୁଁ ଏହାକୁ ଅନେକ ଥର ବ୍ୟବହାର କରିଛି ଏବଂ ଏହା ଏକ ଉତ୍ତମ କାର୍ଯ୍ୟକ୍ରମ।

ନ୍ୟୁୟର୍କ ପୋଷ୍ଟ ସହ କଥାବାର୍ତ୍ତା ବେଳେ ଟ୍ରମ୍ପ ଏଲନ ମସ୍କ, ବିବେକ ରାମାସ୍ୱାମ, ଶ୍ରୀରାମ କୃଷ୍ଣନ୍‌ ଓ ଡେଭିଡ୍‌ ସାକ୍ସଙ୍କ ମତକୁ ସମର୍ଥନ କରିଛନ୍ତି। ଏହି ଭିସା କାର୍ଯ୍ୟକ୍ରମକୁ ନେଇ ଟ୍ରମ୍ପଙ୍କ ଦଳରେ ଫାଟ ରହିଛି। ଏହାପୂର୍ବରୁ ଡୋନାଲ୍ଡ ଟ୍ରମ୍ପ H-1B ଭିସା କାର୍ଯ୍ୟକ୍ରମକୁ ସମାଲୋଚନା କରିଥିଲେ ଏବଂ ତାଙ୍କର ପ୍ରଥମ କାର୍ଯ୍ୟକାଳ ମଧ୍ୟରେ ଏଥିରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଥିଲେ। କିନ୍ତୁ ଏଥର ନିର୍ବାଚନ ପ୍ରଚାରରେ ସେ କହିଥିଲେ ଯେ, ଯଦି କେହି ଜଣେ କୌଣସି ଆମେରିକୀୟ କଲେଜ କିମ୍ବା ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରନ୍ତି, ତେବେ ସେ ସ୍ୱୟଂଚାଳିତ ଭାବରେ ସବୁଜ କାର୍ଡ ପାଇବା ଉଚିତ୍।

Advertisment

H-1B ଆଭିମୁଖ୍ୟରେ ଟ୍ରମ୍ପଙ୍କ ପରିବର୍ତ୍ତନ ବିବାଦକୁ ଆହୁରି ବଢ଼ାଇ ଦେଇଛି। କାରଣ ଟ୍ରମ୍ପ ପ୍ରଶାସନ ହୁଏତ H-1B ଭିସା କାର୍ଯ୍ୟକ୍ରମରେ କିଛି ପରିବର୍ତ୍ତନ ଆଣିପାରନ୍ତି, ଯାହା ମାଧ୍ୟମରେ କମ୍ପାନିଗୁଡିକ ବିଦେଶୀ ଶ୍ରମିକଙ୍କୁ ନିଯୁକ୍ତି ଦେବେ। ଏହି ଭିସା କାର୍ଯ୍ୟକ୍ରମର ସମ୍ପ୍ରସାରଣ ପାଇଁ ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି, ଯାହା ଆମେରିକା ପ୍ରଥମ ନୀତିର ସମର୍ଥକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ବିବେକ ରାମସ୍ୱାମୀ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି।

USA Donald Trump H-1B Visa
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe