ହଜାର ହଜାର ଶରଣାର୍ଥୀଙ୍କ ‘ଆମେରିକା ସ୍ୱପ୍ନ’କୁ ଭାଙ୍ଗିଲା ଟ୍ରମ୍ପଙ୍କ ଗୋଟିଏ ନିର୍ଦ୍ଦେଶ, ଭାରତୀୟଙ୍କ ଉପରେ କ’ଣ ପ୍ରଭାବ?

ଟ୍ରମ୍ପ ଆମେରିକାରେ ଦୀର୍ଘ ବର୍ଷ ହେଲା ପ୍ରଚଳିତ ଶରଣାର୍ଥୀ ପୁନର୍ବାସ କାର୍ଯ୍ୟକ୍ରମକୁ ରଦ୍ଦ କରି ଦେଇଛନ୍ତି।

Trump

representational image

Hemant Lenka
  • Published: Friday, 24 January 2025
  • Updated: 24 January 2025, 05:26 PM IST

News Highlights

  • ୨୦୨୧ ଅଗଷ୍ଟ ୧୫ରେ ତାଲିବାନ ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିଲା
  • ବାଇଡେନ ପାକିସ୍ତାନରେ ଆଶ୍ରୟ ନେଇଥିବା ୧୬୦୦ ଆଫଗାନ ଶରଣାର୍ଥୀଙ୍କୁ ଶରଣ ଦେବାକୁ ମଞ୍ଜୁରୀ ଦେଇଥିଲେ
  • ୧୦ ହଜାରରୁ ଅଧିକ ଲୋକଙ୍କୁ ଆମେରିକାରେ ଶରଣ ନେବାକୁ ମିଳିଥିଲା ଅନୁମତି
  • ଟ୍ରମ୍ପଙ୍କ ନିର୍ଦ୍ଦେଶ ମୁତାବକ ଶରଣାର୍ଥୀ ନିୟମ ୨୭ ଜାନୁଆରୀ ଠାରୁ ରାତି ୧୨.୧୦ରୁ ଲାଗୁ ହେବ
  • ଭାରତୀୟଙ୍କ ଉପରେ ବଡ଼ ପ୍ରଭାବ ପକାଇବ ଟ୍ରମ୍ପଙ୍କ ନିର୍ଦ୍ଦେଶ
  • ଗୁଜରାଟରୁ ଅଧିକ ଲୋକ ଭାରତ ଛାଡ଼ି ଆମେରିକାରେ ଶରଣ ନେବାକୁ ଆବେଦନ କରୁଛନ୍ତି

Sports

Latest News

ଜାନୁଆରୀ ୨୦ରେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ସେ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଗୋଟିଏ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମାରେ ଦସ୍ତଖତ କରିଛନ୍ତି। ଏହି ନିର୍ଦ୍ଦେଶନାମାରେ ଦସ୍ତଖତ କରି ଟ୍ରମ୍ପ ଆମେରିକାରେ ଦୀର୍ଘ ବର୍ଷ ହେଲା ପ୍ରଚଳିତ ଶରଣାର୍ଥୀ ପୁନର୍ବାସ କାର୍ଯ୍ୟକ୍ରମକୁ ରଦ୍ଦ କରି ଦେଇଛନ୍ତି।

ଟ୍ରମ୍ପଙ୍କ ଏପରି ପଦକ୍ଷେପ ପରେ ଆମେରିକାରେ ଶରଣ ନେବାକୁ ଚାହୁଁଥିବା ହଜାର ହଜାର ଲୋକ ବିଶ୍ୱର ବିଭିନ୍ନ ସ୍ଥାନରେ ଫସି ଯାଇଛନ୍ତି। ସେମାନେ ଆମେରିକାକୁ ନେଇ ଦେଖିଥିବା ସ୍ୱପ୍ନ ସବୁ ଚୂରମାର ହୋଇଯାଇଛି।

ଯୁଦ୍ଧ ଓ ଉତ୍ପୀଡ଼ପକୁ ସହ୍ୟ ନ କରିପାରି ନିଜ ନିଜ ଦେଶ ଛାଡ଼ିଥିବା ଶରଣାର୍ଥୀଙ୍କୁ ଆମେରିକାରେ ରହିବାକୁ ମଞ୍ଜୁରୀ ମଧ୍ୟ ମିଳି ସାରିଥିଲା। କିନ୍ତୁ ଟ୍ରମ୍ପଙ୍କ ଗୋଟିଏ ଦସ୍ତଖତ ସେମାନଙ୍କୁ ସମସ୍ୟାରେ ପକାଇ ଦେଇଛି। ଏମାନଙ୍କ ମଧ୍ୟରେ ୧୬୦୦ରୁ ଅଧିକ ଆଫଗାନ ରହିଛନ୍ତି। ଏହି ଆଫଗାନମାନେ ତାଲିବାନ ବିରୋଧୀ ଯୁଦ୍ଧରେ ଆମେରିକାର ସହାୟତା କରିଥିଲେ।

Also Read

୨୦୨୧ ଅଗଷ୍ଟ ୧୫ରେ ତାଲିବାନ ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିଲା। ଫଳରେ ଆମେରିକା ପାଇଁ ଏକଦା ଲଢ଼େଇ କରୁଥିବା ୧୬୦୦ରୁ ଅଧିକ ଆଫଗାନ ଜୀବନ ବିକଳରେ ପାକିସ୍ତାନକୁ ଚାଲି ଆସିଥିଲେ। ସେହି ସମୟରେ ଆମେରିକା ପକ୍ଷରୁ ପାକିସ୍ତାନକୁ କୁହାଯାଇଥିଲା ଯେ ଭୟରେ ଆଫଗାନ ଛାଡ଼ିଥିବା ଲୋକଙ୍କୁ କିଛି ଦିନ ପାଇଁ ଆଶ୍ରୟ ଦିଏ। କିଛି ମାସ ପରେ ସେମାନଙ୍କୁ ଆମେରିକା ପ୍ରଶାସନ ନିଜ ପାଖରେ ଆଶ୍ରୟ ଦେବ।

ଆମେରିକାର ୪୬ତମ ରାଷ୍ଟ୍ରପତି ଜୋ ବାଇଡେନ ପାକିସ୍ତାନରେ ଆଶ୍ରୟ ନେଇଥିବା ୧୬୦୦ ଆଫଗାନ ଶରଣାର୍ଥୀଙ୍କୁ ଆମେରିକାରେ ଶରଣ ଦେବାକୁ ମଞ୍ଜୁରୀ ଦେଇଥିଲେ। ଏହାପରେ ସେମାନଙ୍କୁ ଆଣିବା ପାଇଁ ବିମାନ ଟିକେଟ ମଧ୍ୟ କଟା ଯାଇଥିଲା। କିନ୍ତୁ ଏବେ ଟ୍ରମ୍ପଙ୍କ ଆଦେଶ ପରେ ସେମାନଙ୍କୁ ନିଜ ନିଜର ବିମାନକୁ ବାତିଲ କରିବାକୁ ପଡ଼ିଛି।

ପ୍ରବାସୀଙ୍କୁ ନେଇ ଟ୍ରମ୍ପ ଗ୍ରହଣ କରିଥିବା ନୀତିକୁ ଦେଖି ଆଫଗାନ ଶରଣାର୍ଥୀ ଯଥାଶୀଘ୍ର ଆମେରିକାରେ ପହଞ୍ଚି ଯିବାକୁ ଚାହୁଁଥିଲେ। ପାକିସ୍ତାନ ସରକାରଙ୍କ ମଧ୍ୟ ଡର ଥିଲା ଯେ ଟ୍ରମ୍ପ ପ୍ରଶାସନ ଶରଣାର୍ଥୀ ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କରିବେ। ତେଣୁ ପାକିସ୍ତାନ ପକ୍ଷରୁ ଯଥାଶୀଘ୍ର ଆଫଗାନ ଶରଣାର୍ଥୀଙ୍କୁ ଆମେରିକା ପଠାଇବାର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଟ୍ରମ୍ପ ଆସିବା କ୍ଷଣି ଯେଉଁ ଭଳି ଭାବେ ଶରଣାର୍ଥୀ ପୁନର୍ବାସ କାର୍ଯ୍ୟକ୍ରମକୁ ଅକାମୀ କରିଦେଲେ, ତା’କୁ ଦେଖି ପାକିସ୍ତାନ ସମେତ ଆମେରିକାରେ ଶରଣ ମାଗୁଥିବା ହଜାର ହଜାର ଶରଣାର୍ଥୀ ପୂରା ଚକିତ ହୋଇଯାଇଛନ୍ତି।

୧୦ ହଜାରରୁ ଅଧିକ ଲୋକଙ୍କୁ ଆମେରିକାରେ ଶରଣ ନେବାକୁ ମିଳିଥିଲା ଅନୁମତି

ନ୍ୟୁଜ ଏଜେନ୍ସି ଏପିର ଗୋଟିଏ ରିପୋର୍ଟରେ କୁହାଯାଇଛି ଯେ ଅଲଗା ଅଲଗା ଦେଶର ୧୦ ହଜାରରୁ ଅଧିକ ଲୋକଙ୍କୁ ଆମେରିକାରେ ଶରଣ ନେବାକୁ ବାଇଡେନ ପ୍ରଶାସନ ଅନୁମତି ଦେଇ ସାରିଥିଲେ। ଆଗାମୀ କିଛି ସପ୍ତାହ ମଧ୍ୟରେ ସେମାନେ ବିମାନ ଯୋଗେ ଆମେରିକାରେ ପହଞ୍ଚିବାର ଥିଲା। କିନ୍ତୁ ଟ୍ରମ୍ପଙ୍କୁ ଯୋଗୁ ସେମାନଙ୍କୁ ନିଜ ନିଜର ବିମାନ ଟିକେଟ ବାତିଲ କରିବାକୁ ପଡ଼ିଛି। ଟ୍ରମ୍ପଙ୍କ ନିର୍ଦ୍ଦେଶ ମୁତାବକ ଶରଣାର୍ଥୀ ନିୟମ ୨୭ ଜାନୁଆରୀ ଠାରୁ ରାତି ୧୨.୧୦ରୁ ଲାଗୁ ହେବ। ଏହି ଡେଡଲାଇନ ପୂର୍ବରୁ କେତେ ଶରଣାର୍ଥୀ ଆମେରିକାରେ ପହଞ୍ଚିବାକୁ ସକ୍ଷମ ହେବେ, ତା’ର ସଂଖ୍ୟା ଏଯାଏ ସ୍ପଷ୍ଟ ହୋଇନି।

ଗୁଏତମାଲାରେ ରହୁଥିବା ଗାବ୍ରିଏଲଙ୍କ ପରିବାରକୁ ଆମେରିକାରେ ଶରଣ ନେବାକୁ ନଭେମ୍ବର ମାସରୁ ଅନୁମତି ମିଳି ସାରିଥିଲା। ଗାବ୍ରିଏଲ ଲସ ଆଞ୍ଜେଲସରେ ମଧ୍ୟ ପହଞ୍ଚି ଯାଇଛନ୍ତି। କିନ୍ତୁ ତାଙ୍କ ଭାଇ ଓ ପରିବାରର ବାକି ସଦସ୍ୟ ଫେବୃଆରୀରେ ଆମେରିକାର ପହଞ୍ଚିବାର ଥିଲା। ଏସବୁ ଭିତରେ ଟ୍ରମ୍ପଙ୍କ ଆଦେଶ ପରେ ଗ୍ରାବିଏଲଙ୍କ ପରିବାରର ଆମେରିକାରେ ଶରଣ ନେବା ସ୍ୱପ୍ନ ଚୂରମାର ହୋଇଯାଇଛି।

କେମିତି ଆମେରିକାରେ ଶରଣ ମିଳେ?

ଯୁଦ୍ଧ ଓ ଉତ୍ପୀଡ଼ନ ଯୋଗୁ ନିଜ ଦେଶ ଛାଡ଼ୁଥିବା ଲୋକମାନେ ଆମେରିକାରେ ଶରଣ ନେବାକୁ ଆବେଦନ କରନ୍ତି। ୧୯୯୦ରୁ ୨୦୨୧ ମଧ୍ୟରେ ଆମେରିକା ୭,୬୭,୯୫୦ ଜଣ ଶରଣାର୍ଥୀଙ୍କୁ ନିଜ ଦେଶକୁ ଆସିବାକୁ ଅନୁମତି ଦେଇଥିଲା। ୨୦୨୧ରେ ଆମେରିକା ୧୭,୬୯୨ ଜଣଙ୍କୁ ଶରଣ ଦେଇଥିଲା। ଏହା ୨୦୨୦ ବର୍ଷ ତୁଳନାରେ ୪୨.୯% କମ। ଆମେରିକାରେ ଦୁଇ ପ୍ରକାରର ଶରଣ ମିଳିଥାଏ ଗୋଟିଏ Affirmative ଓ Defensive।

Affirmative ଆଶ୍ରୟ: ପୀଡ଼ିତ ବ୍ୟକ୍ତି ଯଦି କୌଣସି ଦେଶରୁ ଆମେରିକାରେ ଶରଣ ନେବା ପାଇଁ ଆବେଦନ କରିଥାଆନ୍ତି, ତା’ହେଲେ ତାଙ୍କୁ ଆମେରିକାର ଡିପାର୍ଟମେଣ୍ଟ ଅଫ ହୋମଲ୍ୟାଣ୍ଡ ସିକ୍ୟୁରିଟିରେ ଆବେଦନ କରିବାକୁ ପଡ଼ିବ। ଏହି ବିଭାଗ ଅନୁମତି ଦେବା ପରେ ହିଁ ପୀଡ଼ିତ ଆମେରିକାରେ ପ୍ରବେଶ କରିପାରିବେ।

Defensive ଆଶ୍ରୟ: ନିର୍ବାସିତ ହେବାକୁ ଥିବା ଜଣେ ବ୍ୟକ୍ତି ଆମେରିକାରେ ଶରଣ ନେବା ପାଇଁ USCIS ଆବେଦନ କରିପାରିବେ। ଏହାକୁ ଡିଫେନସିଭ ଆଶ୍ରୟ କୁହାଯାଏ।

ଆମେରିକାରେ ଶରଣ ନେଉଥିବା ଅଧିକ ଲୋକ କେଉଁ ଦେଶରୁ ଆସୁଛନ୍ତି?

ଆମେରିକାର ଡାଟା ଏଜେନ୍ସର ରେ usafacts.orgର ରେକର୍ଡ ଅନୁସାରେ ଏଠାରେ ଶରଣ ନେଉଥିବା ଅଧିକାଂଶ ଲୋକ ଚାଇନା ନାଗରିକ। ୨୦୧୨ରୁ ୨୦୨୧ ମଧ୍ୟ ଚାଇନାରୁ ୬୩ ହଜାର ଲୋକ ଆମେରିକାରେ ଶରଣ ନେଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଶରଣାର୍ଥୀ ଡିଫେନସିଭ ଶରଣ ନେଇଛନ୍ତି। ଏହାର ଅର୍ଥ ଚାଇନା ନାଗରିକମାନେ ସେତେବେଳେ ଆମେରିକାର ଶରଣ ନେଇଛନ୍ତି ଯେତେବେଳେ ସେମାନଙ୍କୁ ନିର୍ବାସନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା।

ଆଫରମେଟିଭ ଶରଣ ନେଇଥିବା ଲୋକ

ଚାଇନା- ୨୭,୮୬୮

ବେନେଜୁଏଲା- ୨୦,୬୮୮

ଇଜିପ୍ଟ- ୧୪,୯୦୯

ଗୁଏତମାଲା- ୮,୯୭୬

ଅଲ ସାଲବାଡୋର – ୮୩,୩୭୮

ଡିଫେନସିଭ ଶରଣ ନେଇଥିବା ଲୋକ

ଚାଇନା- ୩୦,୧୭୫

ଅଲ ସାଲବାଡୋର – ୧୨,୦୯୬

ଗୁଏତମାଲା – ୯,୧୪୨

ଭାରତ- ୮,୪୯୦

ହୁଣ୍ଡୁରାସ – ୭, ୭୫୨

ଭାରତୀୟଙ୍କ ଉପରେ ବଡ଼ ପ୍ରଭାବ ପକାଇବ ଟ୍ରମ୍ପଙ୍କ ନିର୍ଦ୍ଦେଶ

ବିଗତ ୩ ବର୍ଷ ହେଲାଣି ଆମେରିକାରେ ଶରଣ ମାଗୁଥିବା ଭାରତୀୟଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ୨୦୨୩ ନଭେମ୍ବର ମାସରେ ଆସିଥିବା ଗୋଟିଏ ତଥ୍ୟରୁ ଜଣାପଡ଼ିଛି ଯେ ଆମେରିକାରେ ଶରଣ ନେବାକୁ ଆବେଦନ କରିଥିବା ଭାରତୀୟଙ୍କ ସଂଖ୍ୟା ପୂର୍ବ ତୁଳନାରେ ୮୫୫% ବୃଦ୍ଧି ହୋଇଛି। ୨୦୨୧ ବର୍ଷରେ ୪,୩୩୦ ଜଣ ଭାରତୀୟ ଶରଣ ପାଇଁ ଆବେଦନ କରିଥିବା ବେଳେ ୨୦୨୩ ବେଳକୁ ଏହା ୪୧,୩୩୦ରେ ପହଞ୍ଚି ଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗୁଜରାଟରୁ ଅଧିକ ଲୋକ ଭାରତ ଛାଡ଼ି ଆମେରିକାରେ ଶରଣ ନେବାକୁ ଆବେଦନ କରୁଛନ୍ତି। ୨୦୨୪ ଅକ୍ଟୋବରୟରେ ଜାରି 2023 Asylees Annual Flow Report କହୁଛି ଯେ ସେହି ବର୍ଷ ୫,୩୪୦ ଜଣ ଭାରତୀୟଙ୍କୁ ଆମେରିକାରେ ଶରଣ ମିଳିଛି। ଏମାନଙ୍କ ମଧ୍ୟରୁ ୧୭୧୦ ଜଣ ଆଫରମେଟିଭ ଓ ୨,୬୩୦ ଜଶ ଡିଫେନସିଭ ଆଶ୍ରୟ ଦ୍ୱାରା ଶରଣ ନେଇଛନ୍ତି।

ଏବେ ଟ୍ରମ୍ପ ନୂଆ ନିର୍ଦ୍ଦେଶ ଜାରି କରିଥିବାରୁ ଆମେରିକାରେ ରହିବାକୁ ସ୍ୱପ୍ନ ଦେଖୁଥିବା ଭାରତୀୟଙ୍କୁ ବଡ଼ ଝଟକା ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story